ଓଡିଶା

odisha

ETV Bharat / videos

ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏନଡିଆରଏଫର ମକ୍‌ ଡ୍ରିଲ - Mock Drill for natural disaster

By ETV Bharat Odisha Team

Published : Feb 8, 2024, 10:46 PM IST

Mock Drill Practice by NDRF: ନବରଙ୍ଗପୁର: ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ କରାଗଲା ମକ ଅଭ୍ୟାସ । ନବରଙ୍ଗପୁର ସଦରମହକୁମା ସ୍ଥିତ ମିଶନ ଶକ୍ତି ସଭାଗୃହରେ କରାଯାଇଛି ଏହି ସାମୁହିକ ଅଭ୍ୟାସ ଟେବୁଲ ଟପ । ଏହି ଆଲୋଚନା ଚକ୍ର ଜାତୀୟ ବିପର୍ଯ୍ୟୟ ଉଦ୍ଧାର ସୁରକ୍ଷା ବାହିନୀ (NDRF) ଏବଂ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଆୟୋଜିତ କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସତର୍କତା ଅବଲମ୍ବନ ସହିତ ବିପର୍ଯ୍ୟୟକୁ କିପରି ପ୍ରତିହତ କରିହେବ ସେ ବିଷୟରେ ଆଲୋଚନା କରାଯାଇଥିଲା । ପ୍ରାକ୍ ସୂଚନା ଯଥା ପ୍ରସାରଣ, ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର, ସମ୍ପୃକ୍ତ ଅଧିକାରୀ ମାନଙ୍କ ଭୂମିକା, ସନ୍ଧାନ ଓ ଉଦ୍ଧାର, ପ୍ରାଥମିକ ଚିକିତ୍ସା, ଯନ୍ତ୍ର ଓ ଉପକରଣର ବ୍ୟବହାର, ରିଲିଫ ବଣ୍ଟନ ଏବଂ ସଫଳ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା l  

ଏହା ମଧ୍ୟ ପଢ଼ନ୍ତୁ.... ରାଜ୍ୟରେ ଖସିଲା ପାରଦ, ସ୍ଥାନେ ସ୍ଥାନେ ବର୍ଷା ସମ୍ଭାବନା

ଆଲୋଚନା ଚକ୍ର ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏବଂ କମାଣ୍ଡେଣ୍ଟ ବର୍ଦ୍ଧମାନ ମିଶ୍ର, ବିକାଶ କୁମାର ଭଗତ, ସୁଶିଲ କୁମାର, ଭିଏସ ଚଣ୍ଡିଲ ଆଦିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି l ପରେ ନବରଙ୍ଗପୁର ସଦର ବ୍ଲକ ଅଗ୍ନିପୁରର ଜଳଭଣ୍ଡାରରେ ସଚେତନ କରାଯାଇଥିଲା । ଯେଉଁଥିରେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ମକ ଡ୍ରିଲ କରାଯାଇଥିଲା । ବନ୍ୟା ପରିସ୍ଥିତିରେ ନିଜକୁ ପାଣିରୁ ସୁରକ୍ଷିତ ବଞ୍ଚାଇବା ସହିତ ଅନ୍ୟମାନଙ୍କ ଧନ ଜୀବନ, ଗୃହପାଳିତ ପଶୁ ପକ୍ଷୀଙ୍କୁ କିପରି ଭାବରେ ସୁରକ୍ଷିତ ଉପାୟରେ ବଞ୍ଚାଇବାର କୌଶଳ ପ୍ରଦର୍ଶନ ଶିକ୍ଷା ଦିଆଯାଇଥିଲା ।  

ଇଟିଭି ଭାରତ, ନବରଙ୍ଗପୁର  

ABOUT THE AUTHOR

...view details