ପ୍ରଧାନମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ, ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ DIG - Modi To Visit Angul - MODI TO VISIT ANGUL
Published : May 19, 2024, 6:43 PM IST
ଅନୁଗୋଳ: ପ୍ରଚାର ପାଇଁ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତାକାଲି ଅନୁଗୋଳରେ ଗସ୍ତ କରିବେ ମୋଦି । ଢେଙ୍କାନାଳ ଓ ସମ୍ବଲପୁର ଲୋକସଭା କ୍ଷେତ୍ର ପ୍ରାର୍ଥୀଙ୍କ ସହ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ମୋଦି । ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ଉତ୍ତର କେନ୍ଦ୍ରାଞ୍ଚଳ DIG ସତ୍ୟବ୍ରତ ଭୋଇ
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଗୋଳ ଗସ୍ତ କରିବେ । ନାଲକୋ ଷ୍ଟାଡିଅମ ପଡିଆରେ ଏକ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ସହ ଉଦବୋଧନ ଦେବେ । ଏହି ସଭାରେ ଢେଙ୍କାନାଳ ଓ ସମ୍ବଲପୁର ଲୋକସଭା କ୍ଷେତ୍ରରୁ ହଜାର ହଜାର କର୍ମୀ ଏବଂ ସାଧାରଣ ଜନତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ହେଲିପ୍ୟାଡ ଏବଂ ପ୍ରଧାନମନ୍ତ୍ରୀ ଭାଷଣ ଦେବା ମଞ୍ଚକୁ ଯଦିଓ ଏସପିଜି ଗତକାଲି ଠାରୁ ନିଜ ଅକ୍ତିଆରରେ ରଖିଛି, ତଥାପି ସ୍ଥାନୀୟ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ଆଜି ଅନୁଗୋଳ ଆଇଜି ସତ୍ୟବ୍ରତ ଭୋଇ, ଏସପି ଉମାଶାଙ୍କର ଦାସ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ସଭାମଞ୍ଚ ଓ ହେଲିପ୍ୟାଡ ସ୍ଥଳ ତଦାରଖ କରିଥିଲେ । ସବୁ ଜାଗା ବୁଲି ବୁଲି ଦେଖିଥିଲେ । ଯେଉଁଠି ସାମାନ୍ୟ ତ୍ରୁଟି ରହିଛି ତାହାର ତୁରନ୍ତ ସମାଧାନ କରିବାକୁ ଆଇଜି ନିର୍ଦ୍ଦେଶ ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...କଟକରେ ମୋଦିଙ୍କ ସୁରକ୍ଷା ପାଇଁ 30 ପ୍ଲାଟୁନ ଫୋର୍ସ, SPG କଲେ ସମୀକ୍ଷା - SECURITY ARRANGEMENT FOR PM VISIT
ଇଟିଭି ଭାରତ, ଅନୁଗୋଳ