ଓଡିଶା

odisha

ETV Bharat / videos

ଭୋଟ ଗଣତି ପାଇଁ ପ୍ରସ୍ତୁତି, ବୌଦ୍ଧରେ ପୋଲିସର ଫ୍ଲାଗ ମାର୍ଚ୍ଚ - Preparation For Vote Counting

By ETV Bharat Odisha Team

Published : Jun 2, 2024, 10:34 PM IST

Preparation For Vote Counting: ବୌଦ୍ଧ: ଆଉ କିଛି ଘଣ୍ଟା ପରେ ଅନୁଷ୍ଠିତ ହେବ ଭୋଟ ଗଣତି ପ୍ରକ୍ରିୟା । ବୌଦ୍ଧ ଜିଲ୍ଲାର ଦୁଇ ବିଧାନସଭା ଆସନ ଓ ସଂସଦୀୟ କ୍ଷେତ୍ରର ଭୋଟ ଗଣତି ପାଇଁ ସ୍ବତନ୍ତ୍ର ଟେବୁଲରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଏହି ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ପ୍ରାର୍ଥୀ ମାନେ ଫଳାଫଳକୁ ନେଇ ଟେନସନରେ ରହିଛନ୍ତି । ଆଉ ଗୋଟିଏ ଦିନର ଅପେକ୍ଷା । ପ୍ରକାଶ ପାଇବ ଚଳିତ ସାଧାରଣ ନିର୍ବାଚନରେ ଫଳାଫଳ । ବୌଦ୍ଧ ଜିଲ୍ଲାର ଉଭୟ କଣ୍ଟାମାଳ ଓ ବୌଦ୍ଧ ବିଧାନସଭା ଆସନ ଓ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଅନୁଷ୍ଠିତ ମତଦାନ ଗତ କୋଡ଼ିଏ ତାରିଖରେ ଅନୁଷ୍ଠିତ ହୋଇଥିଲା ।  

ଏହା ମଧ୍ୟ ପଢନ୍ତୁ.... ଜୁନ 4ରେ ଜନାଦେଶ, ବୌଦ୍ଧ ପ୍ରଶାସନର ଚୂଡ଼ାନ୍ତ ପ୍ରସ୍ତୁତି - Preparation For Election Counting

ଆସନ୍ତା ମଙ୍ଗଳବାର ଦିନ ଭୋଟ ଗଣତି ପ୍ରକ୍ରିୟା ଅନୁଷ୍ଠିତ ହେବ । ସକାଳ ଆଠଟାରୁ ପ୍ରଥମେ ପୋଷ୍ଟାଲ ବାଲାଟ ଓ ସାଢେ଼ ଆଠଟା ଠାରୁ ଇଭିଏମ ମେସିନ କାଉଣ୍ଟିଂ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ବୌଦ୍ଧ ନିର୍ବାଚନ ମଣ୍ଡଳୀ ପାଇଁ ସ୍ବତନ୍ତ୍ର ଚାରି ଗୋଟି କକ୍ଷରେ ବାରଟି ଟେବୁଲରେ ସତର ରାଉଣ୍ଡ ଭୋଟ ଗଣନା ହେବାକୁ ଥିବା ବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ୧୪ ଗୋଟି ଟେବୁଲରେ ସତର ରାଉଣ୍ଡ ଭୋଟ ଗଣନା ହେବ ବୋଲି ସୂଚନା ମିଳିଛି ।  

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ବ୍ୟାପକ ସୁରକ୍ଷା ବଳୟ ମଧ୍ୟରେ ଏହି ଭୋଟ ଗଣତି ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଥିବା ବେଳେ କାଉଣ୍ଟିଙ୍ଗ ପୂର୍ବରୁ ରବିବାର ସନ୍ଧ୍ୟାରେ ବୌଦ୍ଧ ପୋଲିସ ପକ୍ଷରୁ ସହରରେ ପୋଲିସ, ବିଏସଏଫ ମିଳିତ ଭାବରେ ଫ୍ଲାଗ ମାର୍ଚ କରାଯାଇଛି । ସେହିପରି ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଓ ଜିଲ୍ଲା ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସମେତ ଜିଲ୍ଲାପାଳ, ଏସପି, ଦୁଇ ରିଟର୍ଣିଙ୍ଗ ଅଫିସର ପ୍ରମୁଖ କିଭଳି ଶାନ୍ତି ଶୃଙ୍ଖଳାର ସହିତ ଭୋଟ ଗଣତି ପ୍ରକ୍ରିୟା ସମାପନ ହେବ ସେଥିପାଇଁ ରବିବାର ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ବୈଠକ ରେ ଯୋଗ ଦେଇଥିଲେ ଓ ଏହା ସହ କାଉଣ୍ଟିଙ୍ଗରେ ସାମିଲ ଥିବା କର୍ମଚାରୀ ମାନଙ୍କର ଟ୍ରେନିଂ କରାଯାଇଛି ।   

ଇଟିଭି ଭାରତ, ବୌଦ୍ଧ 

ABOUT THE AUTHOR

...view details