ଦର୍ଶନ କରନ୍ତୁ ଘଟଗାଁ ରାଣୀ ମା' ତାରିଣୀଙ୍କ ଦିବ୍ୟ ଆଳତୀ - Maa Tarini Alati - MAA TARINI ALATI
Published : Jun 11, 2024, 7:00 AM IST
Maa Tarini Alati: କେନ୍ଦୁଝର: ଘଟଗାଁବାସିନୀ ମା’ ତାରିଣୀ । ଭକ୍ତର ମା’ ତାରିଣୀ ମା’। ତାଙ୍କରି ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତଟିଏ ଧାଇଁ ଆସିଥାଏ ଘଟଗାଁ ପୀଠକୁ । ପ୍ରତିଦିନ ଭୋରରୁ ମାଆ ତାରିଣୀଙ୍କ ଆଳତୀ କରାଯାଏ । ଏହି ଆଳତୀ ଦର୍ଶନ ପାଇଁ ମନ୍ଦିରରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ସବୁଦିନ ଭଳି ଆଜି ମଧ୍ୟ ଭୋରରୁ ପୂଜକ ଓ ସେବାୟତ ମା’ଙ୍କ ଆଳତୀ ସମ୍ପନ୍ନ କରିଛନ୍ତି । ଘଣ୍ଟ ଘଣ୍ଟା, ଶଙ୍ଖ ନାଦରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ନାଲି ମନ୍ଦାର ମାଳାରେ ଝଟକୁଛନ୍ତି ମା’ । ଘଟଗାଁରେ ଥିବା ତାରିଣୀ ପୀଠ ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତିପୀଠ । ଏଠିକାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀ । ପୁରୀର ତତ୍କାଳୀନ ଗଜପତିଙ୍କ ଆଦେଶରେ ମା’ଙ୍କ ମନ୍ଦିର ଘଟଗାଁରେ ସ୍ଥାପନ କରାଯାଇଥିଲା । ମା’ଙ୍କ ପ୍ରିୟ ନଡିଆ । ତାଙ୍କୁ ନଡିଆଟିଏ ଯାଚି ଦେଇ ମାନସିକ କଲେ ତାହା ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି ।
ଇଟିଭି ଭାରତ, କେନ୍ଦୁଝର