ଓଡିଶା

odisha

ETV Bharat / videos

ଅଗ୍ନିକାଣ୍ଡରେ ପାଉଁଶ ହୋଇଗଲା ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଶୀତବସ୍ତ୍ର - FIRE MISHAP

By ETV Bharat Odisha Team

Published : 5 hours ago

ଯାଜପୁର: ବ୍ୟାସନଗର ସହର ସ୍ଥିତ ଏକ ଦୋକାନରେ ଅଗ୍ନିକାଣ୍ଡ । ଫଳରେ ପାଖାପାଖି ଥିବା ଦାଦା-ପୁତୁରାଙ୍କ ଦୁଇଟି ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି । ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଶୀତ ବସ୍ତ୍ର ପୋଡ଼ି ନଷ୍ଟ ହୋଇଥିବା ନେଇ କାନ୍ଦି କାନ୍ଦି କହିଛନ୍ତି ଦୋକାନୀ । ଖବର ଅନୁଯାୟୀ, ଆଜି(ରବିବାର) ସକାଳ ପାଖାପାଖି ୮ ଟା ସମୟରେ ଯାଜପୁର ରୋଡ୍ ମିଶ୍ରିଲାଲ ପେଟ୍ରୋଲ ପମ୍ପ ନିକଟରେ ଥିବା ଶୀତବସ୍ତ୍ର ଦୋକାନରୁ ହଠାତ କଳା ଧୂଆଁ ବାହାରିବାରେ ଲାଗିଲା । ଆଉ ଅଳ୍ପ କିଛି ସମୟ ପରେ ବିରାଟ ଧରଣର ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ...ଘରୋଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ଶିଶୁ ସମେତ 7 ମୃତ

ଭୟଙ୍କର ଅଗ୍ନିକାଣ୍ଡ ଯୋଗୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳଥିଲା । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀର ୩ଟି ଦମକଳ ବାହିନୀ ପହଞ୍ଚିଥିଲା। ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ କରିଥିବାବେଳେ ଅଗ୍ନିକାଣ୍ଡର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ଅନ୍ୟପଟେ ଏହି ଦୋକାନକୁ ଲାଗି ରହିଥିବା ଅନ୍ୟ ଦୋକାନ ଗୁଡିକ ଅଳ୍ପକେ ବର୍ତ୍ତିଯାଇଛି । 
ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details