ଓଡିଶା

odisha

ETV Bharat / videos

ମହାପ୍ରଭୁଙ୍କ ୨୪ ବେଶ, ଦର୍ଶନ କରି ଭକ୍ତ ଭାବବିହ୍ବଳ - Pancha Ratra Program

By ETV Bharat Odisha Team

Published : Feb 9, 2024, 8:43 PM IST

24 Besha Of Lord Jagannath: ନିମାପଡ଼ା:ଦେଉଳି ମଠରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଜଗନ୍ନାଥ ପଞ୍ଚରାତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପୁରୀ ଜିଲ୍ଲା କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଆଦ୍ୟଲିଳା ସ୍ଥଳୀ ଦେଉଳି ମଠ । ସେଠାରେ ପାଞ୍ଚ ରାତ୍ର ଧରି ମହାପ୍ରଭୁ ଜଗନ୍ନାଥଙ୍କ ୨୪ବେଶ ଦର୍ଶନ କରାଯିବ । ତା ସାଙ୍ଗକୁ ସ୍କନ୍ଦ ପୁରାଣ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମହାତ୍ମା ପାରାୟଣ ଓ ପ୍ରବଚନ ଆରମ୍ଭ ହୋଇଛି ।  

ଏହା ମଧ୍ୟ ପଢ଼ନ୍ତୁ.... ରାମଗୁଡ଼ା ପର୍ବତରେ ଶ୍ରୀରାମଙ୍କ ପାଦ ଚିହ୍ନ, ଉତ୍ସବ ପାଳିଲେ ଆଦିବାସୀ

ଶ୍ରୀଜଗନ୍ନାଥଙ୍କ ବନଯାଗ ପର୍ବର ଆଦ୍ୟସ୍ଥଳୀ ପ୍ରାଚୀ ନଦୀ କୂଳର ଅବସ୍ଥିତ ଦେଉଳି ମଠ । ଯାହାର ପରିସରରେ ଶ୍ରୀଜଗନ୍ନାଥ ପଞ୍ଚରାତ୍ର କାର୍ଯ୍ୟକ୍ରମରେ ମହାପ୍ରଭୁଙ୍କର ୨୪ ବେଶ ଓ ୫୬ ଭୋଗ ପ୍ରଦର୍ଶନୀ, ଆଳତୀ, ପୂଜାର୍ଚ୍ଚନା, ନାମ ସଂକୀର୍ତ୍ତନ ଏବଂ ସ୍କନ୍ଦ ପୁରାଣ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ ପାରାୟଣ ଅନୁଷ୍ଠିତ ହୋଇଛି । ମହାପ୍ରଭୁ ଜଗନ୍ନାଥ ଉତ୍କଳୀୟଙ୍କ ପ୍ରାଣପିଣ୍ଡ । ଶ୍ରୀଜଗନ୍ନାଥ ସଂସ୍କୃତି ଯେତେ ନିଆରା ସେତେ ନିଆରା ମଣିମାଙ୍କ ବେଶ । ପ୍ରତ୍ୟେକ ଦିନ ମହାପ୍ରଭୁ ବିଭିନ୍ନ ପ୍ରକାର ବେଶ ପରିଧାନ ହୋଇଥାନ୍ତି ତାମଧ୍ୟରୁ ମହାପ୍ରଭୁଙ୍କ ୨୪ବେଶ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥାଏ । ମହାପ୍ରଭୁଙ୍କ ସମ୍ବନ୍ଧରେ କିଛି ଜ୍ଞାନ ଅର୍ଜନ କରିବା ସହ ଦିନ ହିସାବରେ ମହାପ୍ରଭୁଙ୍କର ବେଶ ସବୁକୁ ଭକ୍ତ ଜାଣିବା ପାଇଁ ସାଧୁସନ୍ଥଙ୍କ ଦ୍ୱାରା ପ୍ରବଚନ ଅନୁଷ୍ଠିତ କରାଯାଇଥାଏ । ପାଞ୍ଚ ରାତ୍ର ଅବସରରେ ମଠ ପରିସରରେ ଶଙ୍ଖଧ୍ବନି ସହ ପ୍ରାର୍ଥନା, ନଗରକୀର୍ତ୍ତନ ହୋଇଥାଏ । ମହାପ୍ରଭୁଙ୍କ ୨୪ ବେଶ ଦର୍ଶନ ପାଇଁ ମଠରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ଜମିଥିଲା । ଏଥି ସହିତ ସନ୍ଧ୍ୟାରେ ଶ୍ରୀଜଗନ୍ନାଥ ମହିମା ପ୍ରଚାରକ ବାବା ସତ୍ୟାନନ୍ଦ ଦାସଙ୍କ ଦ୍ବାରା ଶ୍ରୀକ୍ଷେତ୍ର ମହାତ୍ମ୍ୟ ସମ୍ପର୍କିତ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଇଟିଭି ଭାରତ, ନିମାପଡ଼ା  

ABOUT THE AUTHOR

...view details