ଜଗା ଦର୍ଶନ ପାଇଁ ମନ ବ୍ୟାକୁଳ: ରାଜସ୍ଥାନରୁ ପୁରୀ ପଦଯାତ୍ରା, ବୌଦ୍ଧରେ ମହାନଦୀରେ ସ୍ନାନ - LORD JAGANNATH DEVOTEE
Published : Feb 5, 2025, 10:43 AM IST
Rajasthan Devotees In Puri For Jagannath Darshan, ବୌଦ୍ଧ: ଜଗା ଦର୍ଶନ ପାଇଁ ବ୍ୟାକୁଳ ମନ । ରାଜସ୍ଥାନ ରନ୍ଥାମ୍ବରରୁ ପଦଯାତ୍ରାରେ ବାହାରିଛନ୍ତି ୨ ଜଣ ଶ୍ରଦ୍ଧାଳୁ । ପ୍ରାଚୀନ ଜଗନ୍ନାଥ ସଡକରେ ଯାତ୍ରା କରି ଉଭୟ ବେଶ ଭାବବିହ୍ବଳ ହୋଇଛନ୍ତି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଗତ ଜାନୁଆରୀ ୯ ତାରିଖରୁ ରାଜସ୍ଥାନର ଗଙ୍ଗାପୁର ସହରରୁ ବାହାରିଛନ୍ତି ୨ ଶ୍ରଦ୍ଧାଳୁ ନରେନ୍ଦ୍ର ବାନା ଓ ୭୩ ବର୍ଷ ବୟସ୍କ ଅନ୍ତରୀକ୍ଷ ଗୁଜର । ପରିଣତ ବୟସରେ ମଧ୍ୟ ଅନ୍ତରୀକ୍ଷ କାଳିଆର ଦର୍ଶନ ପାଇଁ ପାଦରେ ଚାଲିଚାଲି ଯାତ୍ରା କରୁଛନ୍ତି । ପବିତ୍ର ମାଘ ସପ୍ତମୀ ଅବସରରେ ବୌଦ୍ଧ ଜିଲ୍ଲାର ତଟ ଦେଇ ପ୍ରବାହିତ ମହାନଦୀରେ ସ୍ନାନ ପୂର୍ବକ ମଧ୍ୟ ଭାରତ ଅଞ୍ଚଳରୁ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ଲମ୍ବିଥିବା ପ୍ରାଚୀନ ଜଗନ୍ନାଥ ସଡକରେ ପଦଯାତ୍ରା କରି ଉଭୟ ଶ୍ରଦ୍ଧାଳୁ ବେଶ ଭାବବିହ୍ବଳ ହୋଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ... ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ, ଜାନୁଆରୀରେ ତୃତୀୟ ଘଟଣା ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ ଭାଇରାଲ ଘଟଣା: ତଦନ୍ତ ଜୋରଦାର, ଭକ୍ତଙ୍କୁ ଏସପିଙ୍କ ଅପିଲ |
ଦୁଇ ଶ୍ରଦ୍ଧାଳୁ ନିଜ ପାଇଁ କିମ୍ବା ନିଜ ପରିବାର ପାଇଁ ଜଗନ୍ନାଥଙ୍କ ନିକଟକୁ ଯାତ୍ରା କରୁ ନାହାନ୍ତି ବରଂ ସନାତନ ଧର୍ମର ସୁରକ୍ଷା ସହିତ ପରିବେଶ ସୁରକ୍ଷା ଓ ବିଶ୍ବରୁ ଯୁଦ୍ଧ ବିଭୀଷିକା ଦୂର ପାଇଁ ଜଗା ନିକଟରେ ପ୍ରାର୍ଥନା କରିବେ ବୋଲି କହିଛନ୍ତି । ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ପଦଯାତ୍ରାରେ ଶ୍ରୀକ୍ଷେତ୍ର ଯାଉଥିବା ଏହି ୨ ଶ୍ରଦ୍ଧାଳୁଙ୍କୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ବାଗତ କରାଯାଇଥିଲା । ଉଭୟେ ଆଗାମୀ ୩ରୁ ୪ ଦିନ ମଧ୍ୟରେ ଶ୍ରୀକ୍ଷେତ୍ରରେ ପହଞ୍ଚି ବଡ଼ ଠାକୁରଙ୍କ ଦର୍ଶନ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ବୌଦ୍ଧ