ହାଇଦ୍ରାବାଦ:ଦିନକୁ ଦିନ ଏକ୍ସର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ବିଲେନିୟର ଏହି ଆପରେ ପରିବର୍ତ୍ତନ କରିବାରେ ଲାଗିଛନ୍ତି । ଟ୍ବିଟର ଏବଂ ଏକ୍ସ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି । ଏହାରି ମଧ୍ୟରେ ଏକ୍ସ ପଲିସିରେ ଆଉ ଏକ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ୟୁଜର୍ସ ପ୍ଲାଟଫର୍ମରେ ଆଡଲ୍ଟ କଣ୍ଟେଣ୍ଟ(Adult Content) ପୋଷ୍ଟ କରିପାରିବେ । ଅନେକ ଦିନରୁ ଏହି ପଲିସିକୁ ଲାଗୁ କରାଇବା ପାଇଁ ଚର୍ଚ୍ଚା ହୋଇ ଆସୁଥିବା ବେଳେ ବର୍ତ୍ତମାନ ଏହାକୁ ଲାଗୁ କରାଯାଇଛି ।
ଯଦି ଦେଖିବା ଏକ୍ସ ସବୁଠାରୁ ଲୋକପ୍ରିୟ ମାଇକ୍ରୋ ବ୍ଲଗିଂ ସାଇଟ୍ । ବର୍ତ୍ତମାନ ଏକ୍ସ ପଲିସିରେ ପରିବର୍ତ୍ତନ କରିବା ପରେ ୟୁଜର୍ସ ଏଥିରେ ଆଡଲ୍ଟ କଣ୍ଟେଣ୍ଟ ପୋଷ୍ଟ କରିବାରେ ସକ୍ଷମ ହେଉଛନ୍ତି । କିନ୍ତୁ ଏଥିପାଇଁ ୟୁଜର୍ସଙ୍କୁ ଅନେକ ସର୍ତ୍ତ ମାନିବାକୁ ହେବ । ୟୁଜର୍ସ ବର୍ତ୍ତମାନ ନିଜ ଇଚ୍ଛାରେ NSFW କଣ୍ଟେଣ୍ଟ ପୋଷ୍ଟ କରିବାରେ ସମର୍ଥ ହେବେ । କିନ୍ତୁ ଏହାକୁ ଅଲଗା ଅଲଗା ଲେବଲ କରାଯିବ । ଏକ୍ସ ନିଜର ଅଫିସିଆଲ ହେଣ୍ଡେଲ X safetyରେ ଟ୍ବିଟ କରି କହିଛନ୍ତି, "କମ୍ପାନୀ ଏଲଡ୍ଟ କଣ୍ଟେଣ୍ଟ ଏବଂ ଭାୟୋଲେଟ କଣ୍ଟେଣ୍ଟ ପିଲିସି ଲଞ୍ଚ କରିଛି । ଆମର ନିୟମ ଏବଂ ସେହି କ୍ଷେତ୍ର ଗୁଡିକର କାର୍ଯ୍ୟାନ୍ୱୟନରେ ସ୍ୱଚ୍ଛତା ଆଣିବା ପାଇଁ ଆମେ ଏହି ପିଲିସି ଆରମ୍ଭ କରିଛୁ । "