ଓଡିଶା

odisha

ETV Bharat / technology

କୃଷକ ଆନ୍ଦୋଳନ ସହିତ ଆକାଉଣ୍ଟକୁ ରଦ୍ଦ କରିଲା ଏକ୍ସ

Accounts Suspended By X: ଆକାଉଣ୍ଟ ବ୍ୟାନ କରିବା ପରେ ଏକ୍ସର ଦାବି । ଭାରତ ସରକାର କେତେକ ଆକାଉଣ୍ଟ ଏବଂ ପୋଷ୍ଟ ଉପରେ ରୋକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 22, 2024, 7:10 PM IST

Accounts Suspended  By X
Accounts Suspended By X

ହାଇଦ୍ରାବାଦ: ଏକାଧିକ ଦାବି ନେଇ ଜାରି ରହିଛି କୃଷକ ଆନ୍ଦୋଳନ । ପଞ୍ଜାବ-ହରିୟାଣା ସୀମାନ୍ତ ଶମ୍ଭୁ ସୀମାରେ ପୋଲିସ ସେମାନଙ୍କୁ ରୋକିବା ପରେ ଉଭୟ ପକ୍ଷ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା । କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ପୁଣି ଆନ୍ଦୋଳନ ବ୍ୟାପକ ହୋଇଛି । ଏହାରି ମଧ୍ୟରେ ମସ୍କଙ୍କ ସୋସିଆଲ ମିଡିଆ କମ୍ପାନୀ ଏକ୍ସ କୃଷକ ଆନ୍ଦୋଳନ ସହିତ ଜଡିତ ଅନେକ ଆକାଉଣ୍ଟକୁ ରଦ୍ଦ କରିଛି । ତେବେ ବ୍ୟାନ ହୋଇଥିବା ଆକାଉଣ୍ଟ ମଧ୍ୟରେ ଅନେକ କୃଷକ ନେତା ଏବଂ ସମର୍ଥକଙ୍କ ଆକାଉଣ୍ଟ ରହିଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଦେବା ପରେ ଏକ୍ସ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କଥା କୁହାଯାଇଛି ।

କେନ୍ଦ୍ର ସରକାରଙ୍କ ଆଦେଶରେ ମସ୍କଙ୍କ ଅସହମତି:କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, କୃଷକ ଆନ୍ଦୋଳନ ସହିତ ଜଡିତ ଆକାଉଣ୍ଟ ଏବଂ ପୋଷ୍ଟକୁ ରଦ୍ଦ କରିବା ପାଇଁ ବାଧ୍ୟ ହୋଇଛୁ । କିନ୍ତୁ ଆମେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସମର୍ଥନ ଜଣାଉ ନାହୁଁ । ଆଇନଗତ ପ୍ରତିବନ୍ଧକ କାରଣରୁ ଆମେ ନିର୍ଦ୍ଦଶାନାମାକୁ ସର୍ବ ସମ୍ମୁଖରେ ପରିପ୍ରକାଶ କରିପାରୁ ନାହୁଁ ବୋଲି ଏକ୍ସ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ପୋଲିସ ଗୁଳିରେ ଜଣେ କୃଷକଙ୍କ ମୃତ୍ୟୁ ଅଭିଯୋଗ, ‘ଦିଲ୍ଲୀ ଚାଲୋ’ ଯାତ୍ରା 2ଦିନ ସ୍ଥଗିତ

ଅଭିବ୍ୟକ୍ତ ସ୍ବାଧିନତାକୁ ଦର୍ଶାଇଲା ଏକ୍ସ:ଅଭିବ୍ୟକ୍ତ ସ୍ବାଧିନତାକୁ ଦର୍ଶାଇ ଏକ୍ସ ପକ୍ଷରୁ କୁହାଯାଇଛି, "କେବଳ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଆମେ ପାଳନ କରୁଛୁ । ଏହି କ୍ରମରେ କେତେକ ଆକାଉଣ୍ଟ ଉପରେ ରୋକ ଲଗାଯାଇଛି । ଅଭିବ୍ୟକ୍ତ ସ୍ବାଧିନତା ଆଧାରରରେ ଆକାଉଣ୍ଟକୁ ହଟାଯିବା ଯୁକ୍ତିଯୁକ୍ତ ନୁହେଁ । ଆଇନଗତ ପ୍ରତିବନ୍ଧକ କାରଣରୁ ଆମେ ଏହାକୁ ସର୍ବସମ୍ମୁଖରେ ପରିପ୍ରକାଶ କରିପାରୁ ନାହୁଁ । କିନ୍ତୁ ସାର୍ବଜନୀନ କରିବା ପାଇଁ ଆମେ ଏହି ପୋଷ୍ଟ କରିଛୁ ।" ତେବେ କେନ୍ଦ୍ର ସରକାରଙ୍କ ନର୍ଦ୍ଦେଶକୁ ଚାଲେଞ୍ଜ କରି ଆମେ ଏକ ଲିଖିତ ଆବେଦନ କରିଛୁ ବୋଲି ଏକ୍ସର ବିଶ୍ବ ସରକାରୀ ବ୍ୟାପାର ଟିମ ଏକ୍ସରେ ଏକ ପୋଷ୍ଚ କରି ସୂଚନା ପ୍ରଦାନ କରିଛି । ଏକ୍ସ ୟୁଜର୍ସଙ୍କୁ ଏହି କାର୍ଯ୍ୟାନୁଷ୍ଠାନ ବାବଦରେ ନୋଟିସ ମଧ୍ୟ ଜାରି କରାଯାଇଥିବା କୁହାଯାଇଛି ।

ଗୃହ ମନ୍ତ୍ରାଳୟର ଅନୁରୋଧ କ୍ରମେ ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଆଇଟି ଆକ୍ଟ 69 ଏ ଅନୁସାରେ ଗତ 14 ଏବଂ 19 ତାରିଖରେ ନିର୍ଦ୍ଦେଶ ଜାରି କରାଯାଇଥିଲା । ଆଇନ ଶୃଙ୍ଖଳା ବଜାୟୀ ରଖିବା ପାଇଁ 177 ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ଓ୍ବେବ ଲିଙ୍କକୁ ଅସ୍ଥାୟୀ ଭାବେ ବନ୍ଦ କରିବା ପାଇଁ ଆଦେଶ ଜାରି କରାଯାଇଥିଲା । ଫେସବୁକ, ଇନଷ୍ଟାଗ୍ରାମ, ଟ୍ୱିଟର, ସ୍ନାପଚାଟ ଏବଂ ଅନାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମର ଆକାଉଣ୍ଟ ଏବଂ ଲିଙ୍କକୁ ରଦ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର ।

ABOUT THE AUTHOR

...view details