ଓଡିଶା

odisha

ETV Bharat / technology

ଆଣ୍ଡ୍ରଏଡ ଓ iOS ୟୁଜରଙ୍କ ଲାଗି ହ୍ବାଟ୍ସଆପ୍‌ ଆଣିଲା Chat Theme ଫିଚର; କଣ ଏହା ଜାଣନ୍ତୁ - WHATSAPP CHAT THEMES FEATURE

ହ୍ବାଟ୍ସଆପ୍‌ ଏହାର ଆଣ୍ଡ୍ରଏଡ ଓ iOS ୟୁଜରଙ୍କ ଲାଗି ଚାଟ୍‌ ଥିମ୍‌ ଫିଚର ଆଣିଛି । ଏହା କଣ ଓ କିପରି ଏହାର ବ୍ୟବହାର କରିବେ ୟୁଜର ଜାଣନ୍ତୁ...

Chat themes Feature
Chat themes Feature (Image Credit: WhatsApp)

By ETV Bharat Tech Team

Published : Feb 14, 2025, 5:03 PM IST

ହାଇଦ୍ରାବାଦ: ମେଟା ଏହାର ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ପାଇଁ ଏକାଧିକ ଚାଟ୍ ଥିମ୍ ଏବଂ ଚାଟ୍ ବ୍ୟାକଗ୍ରାଉଣ୍ଡ ଅପସନ ସହିତ ନୂତନ କଷ୍ଟୋମାଇଜେସନ୍ ଫିଚର 'ଚାଟ୍ ଥିମ୍' ଲଞ୍ଚ କରିଛି । ଏହି ଫିଚର ଘୋଷଣା କରି କମ୍ପାନୀ କହିଛି ଯେ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ୟୁଜରମାନେ ସେମାନଙ୍କର ହ୍ବାଟ୍ସଆପ୍ ଚାଟ୍ କଷ୍ଟୋମାଇଜ୍ କରିପାରିବେ। ଏହି ଫିଚର ବର୍ତ୍ତମାନ ଆରମ୍ଭ ହେବାକୁ ଯାଉଛି ଏବଂ ଆସନ୍ତା ସପ୍ତାହରେ ଏହା ସର୍ବଭାରତୀୟ ସ୍ତରରେ ଉପଲବ୍ଧ ହେବ ବୋଲି କମ୍ପାନୀ ଏକ ବ୍ଲଗ୍‌ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛି ।

ହ୍ବାଟ୍ସଆପ୍‌ ଚାଟ୍‌ ଥିମ ଫିଚର: କଣ ନୂଆ ?

  • ଏହି ନୂତନ ଫିଚର ୟୁଜରଙ୍କୁ କେବଳ ଚାଟ୍ ବ୍ୟାକଗ୍ରାଉଣ୍ଡ ପରିବର୍ତ୍ତନ କରିବାକୁ ନୁହେଁ ବରଂ ଚାଟ୍ ବବଲ୍ସର ରଙ୍ଗକୁ ସେମାନଙ୍କ ପସନ୍ଦ ଅନୁଯାୟୀ କଷ୍ଟୋମାଇଜ୍ କରିବାକୁ ଅନୁମତି ଦେବ ।
  • ଉଭୟ ବ୍ୟାକଗ୍ରାଉଣ୍ଡ ଏବଂ ଚାଟ୍ ବବଲ୍ସ ସଜାଡିବା ଲାଗି ଏକାଧିକ ପ୍ରି-ସେଟ୍ ଚାଟ୍ ଥିମ୍ ମଧ୍ୟ ପୂର୍ବରୁ ଉପଲବ୍ଧ ।
  • ଏକ ଅନନ୍ୟ ଲୁକ୍ ସୃଷ୍ଟି କରିବା ଲାଗି ୟୁଜରମାନେ ଏହି ଥିମଗୁଡିକ ମିଶ୍ରଣ ଏବଂ ଯୋଡ଼ିପାରିବେ ।
  • ଏହାବାଦ ୟୁଜର ସମସ୍ତ ଚାଟ୍‌ରେ ସମାନ ଥିମ୍ ପ୍ରୟୋଗ କରିପାରିବେ କିମ୍ବା ପ୍ରତ୍ୟେକ ବ୍ୟକ୍ତିଗତ ବାର୍ତ୍ତାଳାପକୁ କଷ୍ଟୋମାଇଜ୍ କରିପାରିବେ ।
  • ଏହି କଷ୍ଟୋମାଇଜେସନ୍ ଗୁଡିକ ହ୍ବାଟ୍ସଆପ୍ ଚ୍ୟାନେଲରେ ମଧ୍ୟ ବ୍ୟବହାର କରାଯାଇପାରିବ ।
  • ହ୍ବାଟ୍ସଆପ୍‌ 30 ନୂଆ ଚାଟ୍‌ ୱାଲପେପର ଅପସନ ଆଣିଛି, ଏହାପରେ ମଧ୍ୟ ୟୁଜର ଗ୍ୟାଲେରୀରୁ ନିଜ ପସନ୍ଦ ମୁତାବକ ଫଟୋକୁ ଚାଟ୍‌ ୱାଲପେପର ଭାବେ ବ୍ୟବହାର କରିପାରିବେ ।
  • ଧ୍ୟାନ ଦେବା କଥା ହେଉଛି ଯେ ଏହି ଥିମ୍ ଏବଂ ବ୍ୟାକଗ୍ରାଉଣ୍ଡ୍‌ କେବଳ ସେହି ୟୁଜରଙ୍କୁ ଦୃଶ୍ୟମାନ ହେବ ଯିଏତି ଏହାକୁ ପ୍ରୟୋଗ କରିଛନ୍ତି । ଅନ୍ୟ ୟୁଜର ଏହି ପରିବର୍ତ୍ତନ ସମ୍ପର୍କରେ ଜାଣିପାରିବେ ନାହିଁ ।

କେମିତି ବ୍ୟବହାର କରିବେ ନୂଆ ଫିଚର ?

  • ୟୁଜର ନିଜର ସମସ୍ତ ଚାଟ୍‌ ଓ ଚ୍ୟାନେଲର ଥିମ୍‌କୁ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ନିମ୍ନଲିଖିତ ପ୍ରକ୍ରିୟାକୁ ଅନୁସରଣ କରନ୍ତୁ:
  • ପ୍ରଥମେ Settings Menuକୁ ଯାଆନ୍ତୁ, ଏହାପରେ Chats ଓ ପରେ Default Chat Themeକୁ ଯାଆନ୍ତୁ ।
  • ନିଜ ପସନ୍ଦ ଅନୁଯାୟୀ Themeକୁ ଚୟନ କରନ୍ତୁ ।
  • ପ୍ରତ୍ୟେକ ଚାଟ୍‌କୁ ଅଲଗା ଭାବରେ କଷ୍ଟୋମାଇଜ୍ କରିବା ପାଇଁ ଚାଟ୍ ସ୍କ୍ରିନ୍ ଉପରେ (iOSରେ) କଣ୍ଟାକ୍ଟସ୍‌ର ନାଁ ଉପରେ ଟ୍ୟାପ୍ କରନ୍ତୁ କିମ୍ବା ଥ୍ରୀ-ଡଟ୍ ମେନ୍ୟୁ (Androidରେ) କ୍ଲିକ୍ କରନ୍ତୁ ଏବଂ 'ଚାଟ୍ ଥିମ୍' ଅପସନ ଚୟନ କରନ୍ତୁ ।

ଧ୍ୟାନ ଦେବା କଥା ହେଉଛି, ଏବେ ଏହି ଫିଚର ସମସ୍ତ ୟୁଜରଙ୍କ ନିକଟରେ ଉପଲବ୍ଧ ହେବ ନାହିଁ, ଯେହେତୁ କମ୍ପାନୀ ପର୍ଯ୍ୟାୟ କ୍ରମେ ଏହାକୁ ସମସ୍ତ ୟୁଜରଙ୍କ ନିକଟରେ ଉପଲବ୍ଧ କରାଉଛି । ଯଦି ଆପଣଙ୍କ ନିକଟରେ ଏହି ଫିଚର ଉପଲବ୍ଧ ହୋଇନାହିଁ, ତେବେ କିଛି ସପ୍ତାହ ମଧ୍ୟରେ ଏହା ଉପଲବ୍ଧ ହେବ ଏବଂ ସମସ୍ତଙ୍କ ପରି ଆପଣ ମଧ୍ୟ ନୂଆ ଫିଚରର ବ୍ୟବହାର କରିପାରିବେ ।

ଏହା ବି ପଢନ୍ତୁ
  1. WhatsApp ୟୁଜର ସାବଧାନ; ତଥ୍ୟ ଚୋରି କରୁଛି ଇସ୍ରାଏଲର ସ୍ପାଏୱେୟାର, କେମିତି ବର୍ତ୍ତିବେ ଜାଣନ୍ତୁ
  2. ଏବେ ଫେସବୁକ୍‌ ଓ ଇନଷ୍ଟାଗ୍ରାମରେ ସେୟାର କରିପାରିବେ ହ୍ବାଟ୍ସଆପ୍‌ ଷ୍ଟାଟସ; ଆସିଲା ନୂଆ ଫିଚର
  3. ଏବେ ମ୍ୟୁଜିକ୍‌ ସହ ଲଗାଇପାରିବେ WhatsApp ଷ୍ଟାଟସ୍‌; କେମିତି ଜାଣନ୍ତୁ

ABOUT THE AUTHOR

...view details