ହାଇଦ୍ରାବାଦ:ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ୍ ଏକ ନୂଆ ଫିଚରଉପରେ ପରୀକ୍ଷଣ କରୁଛି । ଏହି ଫିଚର କାର୍ଯ୍ୟକାରୀ ହେଲେ ୟୁଜର ଷ୍ଟିକର କ୍ରିଏଟ ସହିତ ଏହାକୁ ଆପ୍ରେ ନିଜ ବନ୍ଧୁ ପରିଜନଙ୍କ ସହିତ ସେୟାର କରିବାର ସୁବିଧା ପାଇବେ । ୟୁଜରମାନେ ମଜାଦାର ଚାଟିଂ ପାଇଁ ଷ୍ଟିକର ବ୍ୟବହାର କରିଥାନ୍ତି । ନିଜର ଭାବନାକୁ ଶବ୍ଦରେ ପ୍ରକାଶ କରିନପାରିଲେ ଷ୍ଟିକରର ବ୍ୟବହାର କରନ୍ତି । ଏବେ ଆପ୍ ବ୍ୟବହାରକାରୀମାନେ ହ୍ବାଟ୍ସଆପ୍ ଦ୍ବାରା କ୍ରିଏଟ ହୋଇଥିବା ଷ୍ଟିକର ନଚେତ ଥାର୍ଡ ପାର୍ଟି ଷ୍ଟିକର ପ୍ୟାକ୍କୁ ଆପ୍ରେ ବ୍ୟବହାର କରୁଛନ୍ତି ।
WhatsAppର ନୂଆ ଫିଚର:-
- ଏହି ନୂଆ ଫିଚର ୟୁଜରଙ୍କୁ ଆପ୍ରେ ନିଜ ପସନ୍ଦର କୌଣସି ଷ୍ଟିକର କ୍ରିଏଟ କରିବାକୁ ଅନୁମତି ଦେବ ।
- ଏହା ସହିତ କୌଣସି ଏକ ଷ୍ଟିକରକୁ ୟୁଜର ଅନ୍ୟ ୟୁଜରଙ୍କ ସହିତ ସେୟାର ମଧ୍ୟ କରିପାରିବେ ।
- ପୂର୍ବରୁ ଆମେ 'Favourites' ଫିଚର ମାଧ୍ୟମରେ ବନ୍ଧୁଙ୍କ ଦ୍ବାରା ପଠାଯାଇଥିବା ଷ୍ଟିକରକୁ ନିଜ ପାଖରେ ସେଭ୍ କରି ରଖିପାରୁଥିଲେ ।
- ରିପୋର୍ଟ ଅନୁସାରେ ଏହି ନୂଆ ଫିଚର Android 2.24.25.2 ଅପଡେଟ୍ ୟୁଜରଙ୍କ ଲାଗି ଲାଗୁ କରାଯାଇଛି ।
- ଏହି ଫିଚର ଦ୍ବାରା ଯୁଜର ନିଜର କଷ୍ଟମାଇଜ୍ ଷ୍ଟିକରକୁ ଚାଟିଂ ସମୟରେ ବ୍ୟବହାର କରିପାରିବେ । ଏହି ଷ୍ଟିକର ପୂର୍ବରୁ ହ୍ବାଟ୍ସଆପ୍ରେ ଉପଲବ୍ଧ ନଥିବ ।