ଓଡିଶା

odisha

ETV Bharat / technology

WhatsApp ଆଣିଲା ଡ୍ୟାନ୍ସିଂ ଥ୍ରି-ଡଟ୍‌ ଇଣ୍ଡିକେଟର ଫିଚର; କଣ ଏହା ଜାଣନ୍ତୁ - WHATSAPP NEW FEATURE

ହ୍ବାଟ୍ସଆପ୍‌ ଗୋଟିଏ ପରେ ଗୋଟିଏ ନୂଆ ଫିଚର ଆଣୁଛି । ଏବେ ଆପ୍‌ରେ ଡ୍ୟାନ୍ସିଂ ଥ୍ରି-ଡଟ୍‌ ଟାଇପିଂ ଇଣ୍ଡିକେଟର ଦେଖିବାକୁ ମିଳିବ । ପୂରା ଖବର ପଢନ୍ତୁ...

WhatsApp adds New Typing Indicators Feature
WhatsApp adds New Typing Indicators Feature (Photo Credit- WhatsApp)

By ETV Bharat Tech Team

Published : Dec 6, 2024, 2:20 PM IST

ହାଇଦ୍ରାବାଦ:ଦେଶର ପ୍ରମୁଖ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ନୂଆ ଧରଣର ମେସେଜିଂ ଇଣ୍ଡିକେଟର ଫିଚର ଆଣିଛି । ଏଥିରେ ତିନୋଟି ଡଟ୍‌ ବାଉନ୍ସ ବା ନାଚୁଥିବା ପରି ଦିଶୁଥିବେ । ଏହି ଫିଚରଟି ଉଭୟ ଆଣ୍ଡ୍ରଏଡ୍‌ ଓ iOS ୟୁଜରଙ୍କ ଲାଗି ଉପଲବ୍ଧ ହେବ । ୟୁଜରଙ୍କୁ ଏକ ନିଆରା ଅନୁଭବ ଦେବା ସହିତ କିଛି ନୂଆ ପରିବର୍ତ୍ତନ କରିବା ଲାଗି କମ୍ପାନୀ ଏହି ଫିଚର ଆଣିଛି । ନିକଟରେ ହ୍ବାଟ୍ସଆପ୍‌ ଆଉ କିଛି ନୂଆ ଫିଚର ଆଣିଥିଲା ଯାହାକି ବେଶ ଉପଯୋଗୀ ।

କଣ ଏହି ନୂଆ ଫିଚର ?

ଏ ନେଇ ମେସେଜିଂ ଜାଏଣ୍ଟ ଏକ ପୋଷ୍ଟ କରି ସୂଚନା ଦେଇଛି ଯେ ଯେତେବେଳେ ଜଣେ ୟୁଜର ଗ୍ରୁପ୍‌ରେ ଚାଟ୍‌ କରିବା ଆରମ୍ଭ କରିବେ ବା ଅନ୍ୟ କୌଣସି ୟୁଜରଙ୍କ ସହିତ ବାର୍ତ୍ତାଳାପ କରିବେ ସେତେବେଳେ ଚାଟ୍‌ ସ୍କ୍ରିନର ତଳେ '...' ଏପରି ଦିଶିବ । ଖାଲି ସେତିକି ନୁହେଁ, ଗ୍ରୁପ୍‌ ଚାଟ୍‌ରେ ଏହି ଚିହ୍ନ ସହିତ ଚାଟ୍‌ କରୁଥିବା ୟୁଜରଙ୍କ ପ୍ରୋଫାଇଲ ଫଟୋ ମଧ୍ୟ ଦୃଶ୍ୟମାନ ହେବ । ପୂର୍ବରୁ କେହି ଜଣେ ଟାଇପିଂ କରୁଥିଲେ, ସେମାନଙ୍କ ନାମ କେବଳ ଗ୍ରୁପର ନାଁ ତଳେ ଦେଖାଯାଉଥିଲା ।

ଏହା ବି ପଢନ୍ତୁ
  1. WhatsApp ଆଣିପାରେ ଷ୍ଟିକର ପ୍ୟାକ୍‌ ସେୟାରିଂ ଫିଚର; କ୍ରିଏଟ୍‌ କରିପାରିବେ ନିଜ ପସନ୍ଦର ଷ୍ଟିକର
  2. ଏବେ Textରେ ବଦଳିଯିବ ଭଏସ ନୋଟ୍‌; WhatsApp ଆଣିଲା କମାଲ୍‌ ଫିଚର

ତେବେ ଏହି ନୂଆ ଧରଣର ଇଣ୍ଡିକେଟର୍‌କୁ ବନ୍ଦ କରାଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଏହି ଫିଚର ଏକ ଚାଟ୍‌ରେ ସକ୍ରିୟ ଥିବା ବ୍ୟକ୍ତିଙ୍କ ଟାଇପିଂ ସ୍ଥିତି ଯାଞ୍ଚ କରିବା ପାଇଁ ଏକ ନୂତନ ଉପାୟ ପ୍ରଦାନ କରିଥାଏ । ପୂର୍ବରୁ ଏହି ଫିଚର କେବଳ ଉପର ବ୍ୟାନରରେ ଦୃଶ୍ୟମାନ ହେଉଥିଲା । ଏହାର ପରୀକ୍ଷା ଅକ୍ଟୋବରରେ ଆରମ୍ଭ ହୋଇଥିଲା ଏବଂ ପ୍ରାରମ୍ଭରେ ଏହା କେବଳ ବିଟା ପରୀକ୍ଷକଙ୍କ ଲାଗି ଉପଲବ୍ଧ ଥିଲା । ବର୍ତ୍ତମାନ ଏହା ଉଭୟ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ପ୍ଲାଟଫର୍ମରେ ଲଞ୍ଚ କରାଯାଇଛି ।

ସୂଚନା ଥାଉ କି ଭାରତରେ ହ୍ବାଟ୍ସଆପ୍‌କୁ ମନୋରଞ୍ଜନଠାରୁ ଆରମ୍ଭ କରି ଅଫିସିଆଲ କାର୍ଯ୍ୟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବ୍ୟବହାର କରାୟାଉଛି । ଭାରତରେ ପ୍ରାୟ 500ମିଲିୟନ ବା 50କୋଟି ହ୍ବାଟ୍ସଆପ୍‌ ଆକ୍ଟିଭ ୟୁଜର ଅଛନ୍ତି । ଉପଭୋକ୍ତାମାନଙ୍କୁ ଅଧିକ ନିଆରା ଅନୁଭବ ଦେବା ଲାଗି କମ୍ପାନୀ ମଧ୍ୟ ସମୟ କ୍ରମେ ଗୋଟିଏ ପରେ ଗୋଟିଏ ଫିଚର ସାମିଲ କରୁଛି । ଭାରତ ବ୍ୟତୀତ ଅନ୍ୟ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ହ୍ବାଟ୍ସଆପ୍‌ର ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ । ନିକଟରେ ହ୍ବାଟ୍ସଆପ୍‌ ଷ୍ଟିକର ପ୍ୟାକ୍‌ ସେୟାରିଂ ଓ ଟ୍ରାନ୍ସକ୍ରାଇବ ଭଏସ ମେସେଜ ଫିଚର ଆଣିଥିଲା ।

ABOUT THE AUTHOR

...view details