ଓଡିଶା

odisha

ETV Bharat / technology

ଭାରତରେ ଲଞ୍ଚ ହେଲା Vivo X200 ସିରିଜ; ମିଳିବ 200MP କ୍ୟାମେରା - VIVO X200 SERIES INDIA LAUNCH

ଭାରତରେ ଲଞ୍ଚ ହେଲା Vivo X200 ଓ X200 Pro ସ୍ମାର୍ଟଫୋନ । ଏହି ଫୋନକୁ OnePlus 13 ଓ iPhone 16 ସିରିଜ ସହିତ ତୁଳନା କରାଯାଉଛି । ଜାଣନ୍ତୁ ଦାମ କେତେ...

VIVO X200 SERIES INDIA LAUNCH
VIVO X200 SERIES INDIA LAUNCH (Photo Credit- Vivo India)

By ETV Bharat Tech Team

Published : Dec 12, 2024, 2:48 PM IST

Updated : Dec 12, 2024, 3:23 PM IST

ହାଇଦ୍ରାବାଦ:ବଜାରକୁ ଆସିଗଲା ଆଉ ଏକ ଦମଦାର ସ୍ମାର୍ଟଫୋନ । ଶେଷରେ ଲଞ୍ଚ ହୋଇଛି ଭିଭୋ ଏକ୍ସ200 ସିରିଜ (Vivo X200 Series) । ଆସନ୍ତା ମାସରେ ଭାରତରେ ଲଞ୍ଚ ହେବାକୁ ଥିବା OnePlus 13 ସହିତ ଏହା ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛି । ଏହି ଦୁଇଟି ସ୍ମାର୍ଟଫୋନରେ ମିଡିଆଟେକ୍‌ ଚିପସେଟ୍‌ ସହିତ ଆସିଛି । ତେବେ ଏହି ଫୋନର ଦାମ କେତେ ଓ ଏଥିରେ କଣ କଣ ଫିଚର ଓ ସୁବିଧା ମିଳିବାକୁ ଯାଉଛି ନିମ୍ନରେ ଜାଣିବା ।

Vivo X200 SmartPhone (Photo Credit- Vivo India)

Vivo X200, X200 Pro: ସ୍ପେଶିଫିକେସନ, ଫିଚର

  • ଡିସପ୍ଲେ:ଭିଭୋ X200 ପ୍ରୋ ଷ୍ଟାଣ୍ଡାର୍ଡ ମଡେଲ ଭଳି ପ୍ରୋ ଭାରିଏଣ୍ଟରେ ମଧ୍ୟ ସମାନ ଡିସପ୍ଲେ ରହିଛି । କିନ୍ତୁ ପ୍ରୋ ମଡେଲ କିଛି ଉନ୍ନତି ସହିତ ଆସିଛି । ଏଥିରେ ଏକ LTPO ପ୍ୟାନେଲକୁ 120Hz ପର୍ଯ୍ୟନ୍ତ ରିଫ୍ରେସ ରେଟ୍‌ ଏବଂ ସ୍ଲିମ୍ 1.63 ମିମି ବେଜେଲ ରହିଛି । ପ୍ରୋ ଭାରିଏଣ୍ଟରେ 200 ମେଗାପିକ୍ସେଲ ଜିସ ଏପିଓ ଟେଲିଫଟୋ ସେନ୍ସର ରହିଛି । ଏପରିକି ପ୍ରୋ ଭାରିଏଣ୍ଟ ଭିଭୋ V3 + ଇମେଜିଙ୍ଗ୍ ଚିପକୁ ସମର୍ଥନ କରୁଛି ଯାହାରି 4K HDR ସିନେମାଟିକ୍ ପୋର୍ଟ୍ରେଟ୍ ଭିଡିଓ ଏବଂ 60fpsରେ 10-ବିଟ୍ ଲଗ୍ ଭିଡିଓ ରେକର୍ଡିଂ ଭଳି ଉନ୍ନତ ଫିଚରକୁ ସମର୍ଥନ କରେ ।
  • କ୍ୟାମେରା:-ଚାଇନିଜ କମ୍ପାନୀର X ସିରିଜର ସବୁଠୁ ବଡ଼ ଖାସ କଥା ହେଉଛି ଏଥିରେ 200 ମେଗା ପିକ୍ସେଲ କ୍ୟାମେରା ରହିଛି । Vivo X200 Proରେ କମ୍ପାନୀ 200MP ସାମସଙ୍ଗ କ୍ୟାମେରା ପ୍ରଦାନ କରିଥିବା ବେଳେ ଷ୍ଟାଣ୍ଡାର୍ଡ ଭର୍ସନରେ 50MP ସୋନି କ୍ୟାମେରା ରହିଛି । ଭିଭୋ X200 ମଡେଲରେ ଟ୍ରିପଲ କ୍ୟାମେରା ସେଟଅପ ମିଳିବ । ଏଥିରେ 50MP ସୋନି ପ୍ରାଇମେରି ସେନ୍ସର, 50MP ସୋନି ଟେଲିଫଟୋ ଲେନ୍ସ ଓ 50MP ଅଲଟ୍ରା ୱାଇଡ ଆଙ୍ଗଲ କ୍ୟାମେରା ରହିଛି ।
  • ବ୍ୟାଟେରୀ: Vivo X200 Pro ଭାରିଏଣ୍ଟରେ 6000mAh ବ୍ୟାଟେରୀ ରହିଛି ଯାହାକି 90W ଫାଷ୍ଟ ଚାର୍ଜିଂ ସହିତ ଆସିଛି । ସେପଟେ Vivo X200ରେ 5800mAh ବ୍ୟାଟେରୀ ସହିତ ଆସିଥାଏ ।
  • Vivo X200ରେ 6.67 ଇଞ୍ଚର ସ୍କ୍ରିନ ମିଳିବାକୁ ଥିବା ବେଳେ ପ୍ରୋ ଭାରିଏଣ୍ଟରେ 6.78 ଇଞ୍ଚ ସ୍କ୍ରିନ ରହିବ । ଉଭୟ ଫୋନରେ Octa-Core Dimensity 9400 3nm ପ୍ରୋସେସର ଓ Immortalis-G925 GPU ଅଛି ।
Vivo X200 Pro Smart Phone (Photo Credit- Vivo India)
Vivo X200 Vivo X200 Pro
ଡିସପ୍ଲେ 6.67-ଇଞ୍ଚ AMOLED ସ୍କ୍ରିନ୍, 120Hz ରିଫ୍ରେସ ରେଟ୍‌, 4500nits ବ୍ରାଇଟନେସ୍‌ 6.78-ଇଞ୍ଚ AMOLED ସ୍କ୍ରିନ୍, 120Hz ରିଫ୍ରେସ ରେଟ୍‌, 4500 nits ବ୍ରାଇଟନେସ୍‌
ପ୍ରୋସେସର ଡାଇମେନସିଟି 9400 ଡାଇମେନସିଟି 9400
ସଫ୍ଟୱେୟାର୍ 12GB / 16GB RAM ଏବଂ 256GB / 512GB ପର୍ଯ୍ୟନ୍ତ ଷ୍ଟୋରେଜ୍ 16GB RAM + 512GB ଷ୍ଟୋରେଜ୍
RAM ଏବଂ ଷ୍ଟୋରେଜ୍ ଆଣ୍ଡ୍ରଏଡ୍ 15 ଆଧାରିତ Funtouch 15 ଆଣ୍ଡ୍ରଏଡ୍ 15 ଆଧାରିତ Funtouch 15
ରିୟର କ୍ୟାମେରା ସେଟଅପ୍ 50MP ମେନ୍ ଲେନ୍ସ, 50MP ଅଲଟ୍ରା ୱାଇଡ୍ ଆଙ୍ଗଲ୍ ଏବଂ 50MP ଟେଲିଫଟୋ ଲେନ୍ସ 50MP ମେନ୍ ଲେନ୍ସ, 50MP ଅଲଟ୍ରା ୱାଇଡ୍ ଆଙ୍ଗଲ୍ ଏବଂ 200MP ଟେଲିଫଟୋ ଲେନ୍ସ
ଫ୍ରଣ୍ଟ କ୍ୟାମେରା 32MP ସେଲଫି କ୍ୟାମେରା 32MP ସେଲଫି କ୍ୟାମେରା
IP ମୂଲ୍ୟାୟନ IP69 + IP68 IP69 + IP68
ବ୍ୟାଟେରୀ 5800mAh 6000mAh
ଚାର୍ଜିଂ 90W 90W ଏବଂ 30W ୱେୟାରଲେସ
Vivo X200 Pro Smart Phone (Photo Credit- Vivo India)
ଏହା ବି ପଢନ୍ତୁ
  1. ଆସିଗଲା Vivo ଫୋଲ୍ଡେବଲ ସ୍ମାର୍ଟଫୋନର ନୂଆ ଭାରିଏଣ୍ଟ; ଲଞ୍ଚ ହେଲା ହ୍ବାଇଟ Vivo X Fold 3 Pro
  2. ବିଶ୍ବ ବଜାରକୁ ଖୁବଶୀଘ୍ର ଆସୁଛି Vivo X200 ସିରିଜ; ଭାରତରେ କେବେ ଲଞ୍ଚ
Vivo X200 Pro Smart Phone (Photo Credit- Vivo India)

Vivo X200, X200 Pro: ଦାମ ଓ କେଉଁଠୁ କିଣିବେ ?

  • ଭିଭୋ ଏକ୍ସ200 ସ୍ମାର୍ଟଫୋନର ପ୍ରାରମ୍ଭିକ ମୂଲ୍ୟ Rs 65,999 ରହିଛି । ଏହି ଦାମ 12GB RAM + 256GB ଷ୍ଟୋରେଜ ମଡେଲ ପାଇଁ ରହିଛଇ ।
  • Vivo X200 Proର ଦାମ 16GB + 512GB ଷ୍ଟୋରେଜ ମଡେଲ ପାଇଁ Rs 94,999 ରହିଛି ।
  • ଏହି ସ୍ମାର୍ଟଫୋନଟି Amazon ଓ ଅନ୍ୟ ଇ-କମର୍ସ ପ୍ଲାଟଫର୍ମରେ ଖୁବଶୀଘ୍ର ଲାଇଭ ହେବାକୁ ଯାଉଛି ।
  • HDFC ବ୍ୟାଙ୍କ ଓ କିଛି ନିର୍ଦ୍ଦିଷ୍ଟ କାର୍ଡ ଲାଗି 10 ପ୍ରତିଶତ କ୍ୟାସବ୍ୟାକ୍‌ ଅଫର ରହିଛି ।
  • ଏହି ସ୍ମାର୍ଟଫୋନ ଡିସେମ୍ବର 19 ତାରିଖରୁ ସେଲ୍‌ ଆରମ୍ଭ ହେବ ।
Last Updated : Dec 12, 2024, 3:23 PM IST

ABOUT THE AUTHOR

...view details