ଓଡିଶା

odisha

By ETV Bharat Tech Team

Published : Sep 26, 2024, 4:01 PM IST

ETV Bharat / technology

ଆସିଗଲା Vivo ଫୋଲ୍ଡେବଲ ସ୍ମାର୍ଟଫୋନର ନୂଆ ଭାରିଏଣ୍ଟ; ଲଞ୍ଚ ହେଲା ହ୍ବାଇଟ Vivo X Fold 3 Pro - Vivo foldable phone Launch

Vivo X Fold 3 Pro Launch: ଗତ ଜୁନ ମାସରେ ଫୋଲ୍ଡେବଲ ସ୍ମାର୍ଟଫୋନରେ ଡେବ୍ୟୁ କରିଥିଲା ଭିଭୋ । ଆଜି ଏହାର ଆଉ ଏକ ଭାରିଏଣ୍ଟ ଲଞ୍ଚ ହୋଇଛି । କମ୍ପାନୀ Vivo X Fold 3 Proର ହ୍ବାଇଟ କଲର ଲଞ୍ଚ କରିଛି । ଅଧିକ ପଢନ୍ତୁ

Vivo X Fold 3 Pro
Vivo X Fold 3 Pro (Vivo)

ହାଇଦ୍ରାବାଦ:ଭାରତୀୟ ମାର୍କେଟରେ ଲଞ୍ଚ ହେଲା Vivo X Fold 3 Proର ଆଉ ଏକ ନୂଆ ଭାରିଏଣ୍ଟ । ଏହି ସ୍ମାର୍ଟଫୋନଟି ଜୁନରେ ଯେତେବେଳେ ଲଞ୍ଚ ହୋଇଥିଲା ସେତେବେଳେ କେବଳ ବ୍ଲାକ କଲର ଅପସନ ଥିଲା । ହେଲେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କମ୍ପାନୀ ଏହାର ହ୍ବାଇଟ କଲରକୁ ଆଜି ଲଞ୍ଚ କରିଛି । ଏଥିରେ ୟୁଜରଙ୍କୁ 3ଟି ରିଅର କ୍ୟାମେରା ମିଳୁଥିବା ବେଳେ ସ୍ନାପଡ୍ରାଗନ 8 ଜେନେରେସନ ମିଳୁଛି ।

କଣ ରହିଛି ଖାସ ?

  • ଲଞ୍ଚର ପ୍ରାୟ 4ମାସ ପରେ କମ୍ପାନୀ ଏହି ନୂଆ କଲର ଆଣିଛି । ଯାହାର ନାମ ରଖାଯାଇଛି ଲୁନାର ହ୍ବାଇଟ କଲର (Lunar White Colour) ।
  • 16GB RAM + 512GB ଷ୍ଟୋରେଜ
  • 8.03-ଇଞ୍ଚ AMOLED ଇନର ସ୍କ୍ରିନ
  • 5,700mAh ବ୍ୟାଟେରୀ
  • IPX8 ରେଟିଂ
  • 50MP ମେନ କ୍ୟାମରା
  • 60MP ଟେଲିଫଟୋ ସେନ୍ସର
  • 50MP ଅଲଟ୍ରାୱାଇଡ ସେନ୍ସର
  • 32ମେଗାପିକ୍ସେଲ ସେଲ୍ଫି ସୁଟର
  • 3x ଜୁମିଂ (Zooming)
  • 120Hz ରିଫ୍ରେସ ରେଟ୍‌
  • 4,500nits ବ୍ରାଇଟନେସ୍‌
  • USB Type-C ପୋର୍ଟ
Also Read: ସୋସିଆଲ ମିଡିଆରେ ଫଟୋ ସେୟାର କରୁଥିଲେ ସାବଧାନ ! ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ

କେତେ ଦାମ ଓ କେଉଁଠି ମିଳିବ ?

  • ଲୁନାର ହ୍ବାଇଟ କଲର ଭାରିଏଣ୍ଟର ସେଲ୍‌ ଆଜିଠାରୁ ଆରମ୍ଭ ହୋଇଛି ।
  • ଗ୍ରାହକ ଏହାକୁ Vivo India ୱେବସାଇଟ, ଆମାଜନ, ଫ୍ଲିପକାର୍ଟ ଓ ପାର୍ଟନର ରିଟେଲ୍‌ ଷ୍ଟୋରରୁ ଆଜିଠୁ କିଣିପାରିବେ ।
  • ମାସକୁ Rs. 6,666 EMI
  • ୟୁଜର HDFC ବ୍ୟାଙ୍କ, SBI, DBS ଓ IDFC ବ୍ୟାଙ୍କ କାର୍ଡ ବ୍ୟବହାର କଲେ 10% ଇନଷ୍ଟାଣ୍ଟ କ୍ୟାସବ୍ୟାକ୍‌ ପାଇପାରିବେ ।
  • ଏହି ହ୍ୟାଣ୍ଡସେଟର ଦାମ ଭାରତରେ 16GB RAM + 512GB ପାଇଁ Rs. 1,59,999 ରହିଛି ।
Also Read: ଫୋନ ଚାର୍ଜ ବେଳେ ଫଲୋ କରନ୍ତୁ ଏହି Rule; ବର୍ଷ ବର୍ଷ ଚାଲିବ ବ୍ୟାଟେରୀ

କମ୍ପାନୀର ଏହି ସ୍ମାର୍ଟଫୋନରେ AI ଫିଚର ମଧ୍ୟ ସପୋର୍ଟ କରୁଛି । ଏଥିରେ ଏଆଇ ନୋଟ ଆସିଷ୍ଟ ସହିତ AI ସ୍କ୍ରିନ ଟ୍ରାନ୍ସଲେସନ ଓ AI ଟ୍ରାନ୍ସକ୍ରିପ୍ଟ ରହିଛି । ଯାହାକି ଏହି ହ୍ୟାଣ୍ଡସେଟକୁ ଅଧିକ ଆଡଭାନ୍ସଡ ଭାବେ ମାର୍କେଟରେ ପ୍ରତିପାଦିତ କରିଛି । ମୋବାଇଲର ସିକ୍ୟୁରିଟି ଫିଚର ସମ୍ପର୍କରେ କହିଲେ ଏଥିରେ ଡୁଆଲ ଫିଙ୍ଗରପ୍ରିଣ୍ଟ ସେନ୍ସର ସାଙ୍ଗକୁ ଫେସ୍‌ ରେକଗ୍ନିସନ ଫିଚର ମଧ୍ୟ ରହିଛି । ମୋବାଇଲଟି ଡଷ୍ଟ ଓ ୱାଟର ରେଜିଷ୍ଟାନ୍ସ ମଧ୍ୟ । ଏଥିଲାଗି ଏହି ହ୍ୟାଣ୍ଡସେଟକୁ IPX8 ରେଟିଂ ପ୍ରଦାନ କରାଯାଇଛି ।

ABOUT THE AUTHOR

...view details