ହାଇଦ୍ରାବାଦ:ପଡୋଶୀ ଦେଶ ଶ୍ରୀଲଙ୍କା ଏବଂ ମରିସସକୁ ଆଜି ବଡ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ଅପରାହ୍ନ 1ଟାରେ ଶ୍ରୀଲଙ୍କା ଏବଂ ମରିସସରେ ୟୁପିଆଇ ସେବା(ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ) ଏବଂ ମରିସସରେ RuPay କାର୍ଡ ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସୂଚନା ଅନୁସାରେ, ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିନ୍ଧେ ଏବଂ ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଧ ଜୁଗନାଥ ଯୋଗଦେବେ । ସୂଚନାଥାଉକି, ଗତବର୍ଷ ଜୁଲାଇ ମାସରେ ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ ବିକ୍ରମାସିନ୍ଦେ ନୂଆଦିଲ୍ଲୀ ଗସ୍ତ ସମୟରେ ୟୁପିଆଇ ସେବା ନେଇ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ।
ଫ୍ରାନ୍ସରେ ମଧ୍ୟ ଆରମ୍ଭ ହୋଇଛି ୟୁପିଆଇ: ଗତ ଫେବୃଆରୀ 2 ତାରିଖରେ ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଆଇକନିକ ଇଫେଲ ଟ୍ବାଓ୍ବାରରେ ୟୁପିଆଇ ସେବା ଆରମ୍ଭ କରାଯାଇଥିଲା । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଜୟପୁର ଆସିବା ସମୟରେ ୟୁପିଆଇ ସେବାର ସୁବିଧା ବିଷୟରେ ଅନୁଭବ କରିଥିଲେ । ସିଙ୍ଗାପୁର ଏବଂ ୟୁଏଇ ସମେତ ଅନ୍ୟଦେଶ ସହିତ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧିରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ(UPI) ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ତେବେ ପ୍ୟାରିସରେ ୟୁପିଆଇର ଔପଚାରିକ ଲଞ୍ଚ କରି ପ୍ରଧାମନ୍ତ୍ରୀ କହିଥିଲେ, ୟୁପିଆଇକୁ ବିଶ୍ବବ୍ୟାପୀ କରିବା ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।