ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣା । ଘରେ ପଶି ସୁନା,ଗହଣା ଚୋରି କରିଥିବା ଚୋରର ଟେର ପାଉନାହିିଁ ପୋଲିସ । ସେପଟେ ଘର ବାହାରେ ଚୋରି ଉଦ୍ୟମ କରୁଥିବା ଅନ୍ୟ ଚୋରକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ।
ଏମିତି କହିଲେ ପୋଲିସ କମିଶନର:
ସେ ଆହୁର ମଧ୍ୟ କହିଛନ୍ତି," ପୋଲିସକୁ CCTV ଫୁଟେଜ ଆଧାରରେ କିଛି ସୁରାକ ମିଳିଛି । ଯାହାକୁ ନେଇ ଏବେ ଅଧିକ କିଛି କୁହାଯାଇ ପାରିବନାହିଁ । ଯେ ପର୍ଯ୍ୟନ୍ତ ସଠିକ ଭାବେ ଜଣାପଡ଼ିନାହିଁ । ସେହିପରି ଦ୍ଵିତୀୟ ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୂର୍ବରୁ ତାର ନାଁରେ ମୈତ୍ରୀ ବିହାର ଓ ନୟାପଲ୍ଲୀ ଥାନାରେ 8ଟି ମାମଲା ରହିଛି । ସେ ଗଞ୍ଜାମର ଲୋକ ।"
ଫସିଗଲା ବାହାର ଚୋର :
ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାର ୪୮ ଘଣ୍ଟା ଭିତରେ ଆଉ ଏକ ଚୋର ସେହି ଅଞ୍ଚଳରେ ବୁଲିବା ବେଳେ ଧରାପଡ଼ିଥିଲା । ଯେ କି ଗତ 5 ତାରିଖରେ ଜେଲରୁ ମୁକୁଳି ଥିଲା । ତାର ନାଁ ପି.ପରମ ରାଓ । ସେ ଗଞ୍ଜାମ ବେଲଗୁଣ୍ଠା ଅଞ୍ଚଳର ବୋଲି ଜଣାପଡ଼ିଛି ।ଏହି ଚୋର ନାଁରେ ଏକାଧିକ ମାମଲା ରହିଛି । ଗତ ୨୮ତାରିଖ ରାତ୍ରିରେ ନୟାପଲ୍ଲୀ ଅଞ୍ଚଳରେ ଚୋରି ଉଦ୍ୟମ ବେଳେ ଲୋକେ ପୋଲିସକୁ ଖବର ଦେଇଥିଲେ । ଏହାପରେ ଏକ ଗଛ ଉପରେ ଚଢ଼ି ଯାଇଥିଲା । ସିସିଟିଭକୁ ଆଧାର କରି ପୋଲିସ ପି.ପରମକୁ ଗିରଫ କରିଥିଲା । ତଦନ୍ତ ବେଳେ ଜଣାପଡିଥିଲା ସେ ନିଶା ପାଇଁ ଏଭଳି ଚୋରି କରେ ।
ଏହା ମଧ୍ୟ ପଢନ୍ତୁ...ସୁନା ଦୋକାନରୁ ଲୁଟ୍ ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ - JEWELLERY SHOP ROBBERY ଏହା ମଧ୍ୟ ପଢନ୍ତୁ...ଢେଙ୍କାନାଳ ଏଟିଏମ ଲୁଟ ଘଟଣା , ୪ ଜଣ ଆନ୍ତଃରାଜ୍ୟ ଡକାୟତ ଗିରଫ - ATM LOOT DHENKANAL |
ଭିତର ଚୋରକୁ ଧରିବାରେ ଅସଫଳ ପୋଲିସ :
ତେବେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣା ପରେ । ପୋଲିସ କମିଶନରଠୁ ଆରମ୍ଭ କରି ଭୁବନେଶ୍ୱର-କଟକ ଡିସିପି ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ହେଲେ ପ୍ରଥମେ ଘରେ ପଶି ସୁନା,ଗହଣା ଚୋରି କରିଥିବା ଚୋରର ଟେର ପାଉନାହିିଁ ପୋଲିସ
ଇଟିଭି ଭାରତ, ଭୁବନେଶ୍ବର