ଓଡିଶା

odisha

ETV Bharat / technology

Uber ଆଣିଲା ମେମ୍ବରସିପ ପ୍ଲାନ; ଲଞ୍ଚ କଲା 'Uber One'

ଆମେରିକାର ବହୁ ରାଷ୍ଟ୍ରୀୟ ପରିବହନକାରୀ ସଂସ୍ଥା Uber ଲଞ୍ଚ କଲା 'Uber One' । କଣ ଏହା ଜାଣନ୍ତୁ ....

Uber launched Uber One Subscription
Uber launched Uber One Subscription (Credit- Uber)

By ETV Bharat Tech Team

Published : Nov 30, 2024, 3:47 PM IST

ହାଇଦ୍ରାବାଦ:ଦେଶର ପ୍ରମୁଖ ରାଇଡ୍‌-ହେଲିଂ କମ୍ପାନୀ ଉବର ନିଜ ଗ୍ରାହକଙ୍କ ପାଇଁ ସବସ୍କ୍ରିପସନ ସର୍ଭିସ 'Uber One' ଲଞ୍ଚ କରିଛି । ଏଥିରେ ମାସିକିଆ, 3 ମାସିକିଆ ଓ ବର୍ଷିକିଆ ପ୍ଲାନ ସାମିଲ ଅଛି । କମ୍ପାନୀ ଏପରି ପ୍ଲାନ ଆଣି ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଟ କରିଛି । କମ୍ପାନୀ ଏହି ପ୍ଲାନକୁ ବିଶ୍ବ ସ୍ତରରେ ପୂର୍ବରୁ ଲଞ୍ଚ କରିଥିବା ବେଳେ ଏବେ ଭାରତରେ ଲଞ୍ଚ କରିଛି । ଉବର ୱାନ ପ୍ଲାନ ସହିତ ଏଯାବତ 2.5କୋଟି ଗ୍ରାହକ ଯୋଡ଼ି ହୋଇଛନ୍ତି ।

Zomato Gold ଓ Swiggy One ପରି ଉବର ୱାନ ମଧ୍ୟ ଏକ ସବସ୍କ୍ରିପସନ ବେସଡ୍‌ ସର୍ଭିସ । ଏହି ପ୍ଲାନ ଗ୍ରାହକଙ୍କୁ ଟ୍ରିପ୍‌ କ୍ରେଡିଟ୍‌ ଓ ଡିସକାଉଣ୍ଟ ଭଳି ଅନେକ ଅଫର ପ୍ରଦାନ କରିଥାଏ । କମ୍ପାନୀ ଏହି ସବସ୍କ୍ରିପସନ ପ୍ଲାନ ଲାଗି ଫୁଡ୍‌-ଡେଲଭିର ପ୍ଲାଟଫର୍ମ Zomato ସହିତ ମଧ୍ୟ ପାର୍ଟନରସିପ୍‌ କରିଛି । ତେବେ ଏହି ମେମ୍ବରସିପ ନେବା ଲାଗି କେତେ ଟଙ୍କା ଦେବାକୁ ପଡ଼ିବ ଓ ଏହାର କଣ ଲାଭ ଗ୍ରାହକଙ୍କୁ ମିଳିବ ନିମ୍ନରେ ବିସ୍ତୃତ ଭାବରେ ଜାଣିବା ।

Uber One ସବସ୍କ୍ରିପସନ ଦାମ:-

  • ଉବର ୱାନ ସବସ୍କ୍ରିପସନ ଭାରତରେ 149ଟଙ୍କାରୁ ଆରମ୍ଭ ହେଉଛି ।
  • କମ୍ପାନୀ କିଛି ନିର୍ଦ୍ଦିଷ୍ଟ ସମୟ ଲାଗି ପ୍ରଥମ ମାସିକିଆ ପ୍ଲାନ ଲାଗି 80 ପ୍ରତିଶତ ଡିସକାଉଣ୍ଟ ଦେଉଛି । ଫଳରେ ଗ୍ରାହକ ମାତ୍ର Rs 29.80 ଦେଇ ମାସିକିଆ ମେମ୍ବରସିପ ନେଇପାରିବେ ।
  • ଗ୍ରାହକ ମାସିକିଆ, 3 ମାସିକିଆ ଓ ବର୍ଷିକିଆ ସବସ୍କ୍ରିପସନ ପ୍ଲାନ ନେଇପାରିବେ ।
  • ଏବେ Uber କେବଳ ମାସିକିଆ ଓ ବର୍ଷିକିଆ ପ୍ଲାନ ଅପସନ ଦେଇଛି ।
  • ବର୍ଷିକିଆ ମେମ୍ବରସିପ ନେବା ଲାଗି ଗ୍ରାହକଙ୍କୁ Rs 1499 ଟଙ୍କା ଦେବାକୁ ପଡ଼ିବ ।
  • ମାସିକିଆ ବଦଳରେ ବର୍ଷିକିଆ ପ୍ଲାନ ନେଲେ ଗ୍ରାହକ 16ପ୍ରତିଶତ ଟଙ୍କା ବଞ୍ଚାଇପାରିବେ ।
ଏହା ବି ପଢନ୍ତୁ
  1. Shocking: ଅଜାଣତରେ ଭୁଲ କ୍ୟାବରେ ବସିଗଲେ ମହିଳା, ମାରପିଟ୍‌ କଲା ଉବର ଡ୍ରାଇଭର
  2. ନୂଆବର୍ଷରୁ ମହଙ୍ଗା ହେବ BMW ମୋଟର ସାଇକେଲ୍‌; ଏତିକି ବଢିବ ଟଙ୍କା

Uber Oneରେ କଣ ଲାଭ ?

  • ରାଇଟ୍‌ ଉପରେ 10 ପ୍ରତିଶତ ରିହାତି ମିଳିବ । ଏହା କାର, ଅଟୋ ଓ ବାଇକ ଭଳି ସମସ୍ତ ଉବର ସର୍ଭିସ ଉପରେ ଲାଗୁ ହେବ ।
  • ଉବର ୱାନ ସଦସ୍ୟଙ୍କ ଲାଗି ଖୁବଶୀଘ୍ର କଷ୍ଟମର ସପୋର୍ଟ ମିଳିବ ।
  • ଏହାସହ ସବସ୍କ୍ରିପସନ କରିଥିବା ୟୁଜରଙ୍କୁ 3ମାସ ପର୍ଯ୍ୟନ୍ତ Zomato ଗୋଲ୍ଡ ସବସ୍କ୍ରିପସନ ମିଳିବ ।
  • ଉବର ୱାନ ମେମ୍ବରସିପ ସଦସ୍ୟଙ୍କୁ ଜଲଦି ଡ୍ରାଇଭର ମିଳିବେ ।

କେମିତି Uber One ମେମ୍ବରସିପ୍‌ କିଣିବେ ?

  • Uber କିମ୍ବା Uber Eats ଆପ୍ ଖୋଲନ୍ତୁ ।
  • ତଳ ଡାହାଣ ହାତ କୋଣରେ ଆପଣଙ୍କର ଆକାଉଣ୍ଟ୍ ଆଇକନ୍ ଟ୍ୟାପ୍ କରନ୍ତୁ ।
  • Uber One ଉପରେ ଟ୍ୟାପ୍ କରନ୍ତୁ ।
  • ବେନିଫିଟ୍ସକୁ ସମୀକ୍ଷା କରନ୍ତୁ ।
  • Choose Plan ଉପରେ ଟ୍ୟାପ୍ କରନ୍ତୁ ।
  • ମାସିକ କିମ୍ବା ବାର୍ଷିକ ଅଫର୍ ଚୟନ କରନ୍ତୁ ।

ABOUT THE AUTHOR

...view details