ଭୁବନେଶ୍ବର: ରାଜ୍ୟରେ ଚାଷ କ୍ଷେତ୍ରରେ ଅଧିକରୁ ଅଧିକ ଗବେଷଣା କରାଯିବ । ଅନ୍ତର୍ଜାତୀୟ ଗବେଷଣା ସଂସ୍ଥା ସହିତ ମିଳିତ ଉଦ୍ୟମରେ ଗବେଷଣା କରାଯିବ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ଭିନ୍ନ ଭିନ୍ନ ପ୍ରକାରର ଧାନ ଉତ୍ପାଦନ କରାଯାଉଛି । ତେବେ ଚାଷୀମାନେ କିଭଳି ଭାବରେ ଅଧିକରୁ ଅଧିକ ଉତ୍ପାଦନ କରିବା ସହ ଅଧିକ ଆର୍ଥିକ ବୃଦ୍ଧି ହୋଇପାରିବ ସେନେଇ ସମସ୍ତ ଗବେଷଣା କରାଯାଉଛି । ଆଜି କୃଷି ଭବନ ପ୍ରେକ୍ଷାଳୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବିଜ୍ଞାନ ଭିତ୍ତିକ ଆଲୋଚନା ଚକ୍ରରେ ଫିଲିପାଇନ୍ସ, ମାନିଲା ସ୍ଥିତ ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନର ମହାନିର୍ଦ୍ଦେଶିକା ଡଃ ୟୋଭୋନ ପିଣ୍ଟୋ ଧାନ ଗବେଷଣା କ୍ଷେତ୍ରରେ ନୂତନ ଦିଗ ଉପରେ ଆଲୋଚନା କରିଛନ୍ତି ।
ଅଧିକ ଗବେଷଣା ଦ୍ବାରା ଚାଷୀମାନେ ସୁବିଧା ପାଇବେ:
ଏନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି ଯେ, "ଗବେଷଣା ମାଧ୍ୟମରେ ଚାଷର ଉନ୍ନତି ହୋଇଥାଏ । କିଭଳି ଭାବରେ ଚାଷୀର ଆୟକୁ ବୃଦ୍ଧି କରାଯିବ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଉଛି । ସେ ଦିଗରେ ମଧ୍ୟ ଆଲୋଚନ କରାଯାଇଛି । କୋରାପୁଟ ଅଞ୍ଚଳରେ ଧାନର ବିଭିନ୍ନ ପାରମ୍ପରିକ ପ୍ରଜାତିର ଉପସ୍ଥିତି କିପରି ବିଶ୍ଵ ଧାନ ଚାଷ ମାନଚିତ୍ରରେ ଓଡିଶାକୁ ଗର୍ବିତ କରୁଛି । ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନ ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଓଡିଶାରେ ଏହି ଅନୁଷ୍ଠାନର ଏକ ଗବେଷଣା ଶାଖା ଖୋଲିବାକୁ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶୃତି ଦିଆଯିବ ।"
ଫିଲିପାଇନ୍ସର ମାନିଲା ସ୍ଥିତ ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନର ମହାନିର୍ଦ୍ଦେଶିକା ଡଃ ୟୋଭୋନ ପିଣ୍ଟୋ କହିଛନ୍ତି ଯେ, ଓଡିଶା ସରକାରଙ୍କ ସହଯୋଗ ଓ ସହଭାଗିତାରେ ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନ ଧାନ ଚାଷ ସହ ଜଡିତ ଅନେକ ସମସ୍ୟାକୁ ଓଡିଶା ଜଳବାୟୁରେ ଗବେଷଣା କରି ତାର ସମାଧାନ ନିର୍ଦ୍ଧାରଣ ଦିଗରେ ପଦକ୍ଷପ ମାନ ନେଇ ପାରୁଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି । ଧାନ ଗବେଷଣା କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନ ସମସ୍ୟା, ପୁଷ୍ଟିକର ଧାନ ପ୍ରଜାତିର ବିକାଶ, ଧାନର ନୂତନ ପ୍ରଜାତିର ସୃଷ୍ଟି ଏବଂ ଧାନର ମୂଲ୍ୟଶୃଙ୍ଖଳର ସୃଷ୍ଟି ସହ ରପ୍ତାନି ଭିତ୍ତିକ ବଜାର ସୃଷ୍ଟି କରି ଧାନ ଚାଷ କ୍ଷେତ୍ରରେ ଓଡିଶାକୁ ଆଗେଇ ନେବାକୁ ପ୍ରତିଶୃତି ଦେଇଛନ୍ତି ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ ପାଢୀ କହିଛନ୍ତି, "ଆମ ରାଜ୍ୟ ବିଜ୍ଞାନ ଭିତ୍ତିକ କୃଷି ରୂପାନ୍ତରରେ ବିଶ୍ଵାସ କରିଛି । ଧାନ ଚାଷ ମାଧ୍ୟମରେ ରାଜ୍ୟରୁ କ୍ଷୁଧା, ଦାରିଦ୍ର୍ୟ ଓ କୁପୋଷଣକୁ ଦୂର କରିବା ସହ ଧାନ ଚାଷ ପାଇଁ ଏକ ସହନଶୀଳ କୃଷି ପରିସଂସ୍ଥାନ ସୃଷ୍ଟି କରିବାରେ ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଧାନ ଗବେଷଣା ଉପରେ ଅଧିକ ଗବେଷଣା କରାଯିବ । କୋରାପୁଟ ଅଞ୍ଚଳର କଳା ଜୀରା ଉପରେ ଆଲୋଚନା କରାଯାଇଛି । ରାଜ୍ୟରେ ଯେଉଁ ସବୁ ପାରମ୍ପରିକ ଧାନ ରହିଛି ସେ କିଭଳି ଭାବରେ ବିକଶିତ କରାଯାଇପାରିବ ସେନେଇ ଧ୍ୟାନ ଦିଆଯାଉଛି । ଗୋଟିଏ ନୂଆ ପ୍ରଜାତିର ଧାନକୁ ବିକଶିତ କରିବା ପାଇଁ ୭ରୁ ୮ ବର୍ଷ ଲାଗୁଥିଲା । କିନ୍ତୁ ଏବେ ନୂଆ ପଦ୍ଧତି ରହିଛି । ସେଥିରେ ୨ରୁ ୩ ବର୍ଷ ମଧ୍ୟରେ ନୂଆ ଧାନ ବିକଶିତ ହୋଇପାରୁଛି । ଓଡ଼ିଶାର ଯେ କୌଣସି ଅଞ୍ଚଳକୁ ଗଲେ ଅଲଗା ଅଲଗା ଧାନ କିସମ ଦେଖିବାକୁ ମିଳିଥାଏ । ସବୁ କିଛିର ଭରପୁର ଭାବରେ ଗବେଷଣାର ଉପଯୋଗୀତା କରିବା ଆବଶ୍ୟକତା ରହିଛି ।"
ଏହା ମଧ୍ୟ ପଢ଼ନ୍ତୁ...କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିହନ ସଂରକ୍ଷଣ, ଖାଦ୍ୟ ନିରାପତ୍ତା ପାଇଁ ପ୍ରୟାସ ଏହା ମଧ୍ୟ ପଢ଼ନ୍ତୁ...ସୁରୁଖୁରୁରେ ହେବ ଧାନ କିଣା, ମନଇଚ୍ଛା କଟନୀ ଛଟନୀରେ ଲାଗିବ ରୋକ |
ଅଧିକ ଗବେଷଣାରେ ଚାଷୀ ଅଧିକ ଉପକୃତ ପାଇବେ:
ଅରବିନ୍ଦ ପାଢୀ ଆହୁରି କହିଛନ୍ତି, "ଅଧିକ ଭାବରେ ଏଥିରେ ଚାଷୀ ମାନଙ୍କର ଆର୍ଥିକ ବୃଦ୍ଧି ହେବ । କଳା ଜୀରା ଧାନ ଗଛ ଟିକେ ଉଚ୍ଚା ଗଛ ଥିବାରୁ ଏହି ଗଛ ପଡ଼ିଯାଉଛି । ଯଦି ବୈଜ୍ଞାନିକମାନେ ଏହି ଗଛର ଉଚ୍ଚତା କମ କରିପାରନ୍ତି, ଯେତିକି ମାତ୍ରାରେ ଧାନ ହେଉଛି ତାହା ଠାରୁ ଅଧିକ ମାତ୍ରାରେ ଧାନ ହେବ । ଏହା ଦ୍ବାରା ଅଧିକ ଉତ୍ପାଦନ ବଢିବ । ଏହା ବିଭାଗ ମଧ୍ୟ ନଜର ରଖିଛି । ଧାନ ପ୍ରଜାତିରେ ଯଦି ଅଧିକ ପ୍ରୋଟିନ୍ ଏବ ଅଧିକ ମାଇକ୍ରୋନେଟ ଆସିବା ଯାହା ଫଳରେ ଏକ ଅଧିକ ଜନସଂଖ୍ୟକୁ ଏହି ଚାଉଳ ଯୋଗାଇପାରିବା ।
ଇଟିଭି ଭାରତ, ଭୁବନେଶ୍ବର