ETV Bharat / state

କିଲୋ 40 ଟଙ୍କାରୁ ଅଧିକରେ ବିକ୍ରି କରିପାରିବେନି ଆଳୁ, ରାଜଧାନୀର ବିଭିନ୍ନ ସ୍ଥାନରେ ଯୋଗାଣ ବିଭାଗର ଚଢାଉ - POTATO CRISIS IN ODISHA

କେତେରେ କିଣିଛ ବିଲ୍‌ ଦେଖାଓ । ବିଲ୍‌ ନଥିଲେ ବ୍ୟବସାୟୀଙ୍କୁ ନୋଟିସ୍‌ । ଆଳୁ ୪୦ ଟଙ୍କାରୁ ଅଧିକ ଦରରେ ବିକିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ।

Potato Crisis
Potato Crisis (ETV Bharat Odisha)
author img

By ETV Bharat Odisha Team

Published : Dec 2, 2024, 9:04 PM IST

ଭୁବନେଶ୍ବର: ରାଜ୍ୟରେ ଆଳୁ ସଙ୍କଟ ଦେଖା ଦେଇଥିବା ବେଳେ ବିକ୍ରିରେ ଯେପରି କଳାବଜାରୀ କରା ନଯାଏ, ସେନେଇ ଆକ୍ସନମୋଡକୁ ଆସିଛି ଯୋଗାଣ ବିଭାଗ । ଆଜି ଚଢ଼ା ଦରରେ ଆଳୁ ବିକ୍ରି କରାଯାଉଥିବା ଅଭିଯୋଗ ଆସିବା ପରେ ଭୁବନେଶ୍ବର ବିଭିନ୍ନ ପରିବା ବଜାରରେ ବିଭାଗ ପକ୍ଷରୁ ଚଢଉ କରାଯାଇଛି । ବିଭାଗର ୩ଟି ଟିମ୍‌ ରାଜଧାନୀର ବିଭିନ୍ନ ପରିବା ହାଟ ଏବଂ ଗୋଦାମରେ ଚଢାଉ କରିଛନ୍ତି । ଆଳୁ କିଲୋ ପ୍ରତି ୪୦ ଟଙ୍କାରୁ ଅଧିକ ଦରରେ ନ ବିକିବା ପାଇଁ କିଛି ଅଧିକାରୀଙ୍କୁ ତାଗିଦ କରିବା ସହ ଅନ୍ୟ କିଛି ବ୍ୟବସାୟୀଙ୍କୁ ନୋଟିସ୍‌ ମଧ୍ୟ ଜାରି କରିଛନ୍ତି ଯୋଗାଣ ଅଧିକାରୀ ।

  • ଆଳୁ ଗୋଦାମରେ ଯାଞ୍ଚ:

ରାଜ୍ୟରେ ଆଳୁ ସଂକଟ ଦେଖାଦେଇଛି । ଓଡ଼ିଶାକୁ ଆଳୁ ଦେବା ପାଇଁ ପଶ୍ଚିମବଙ୍ଗ ସରକାର ମନା କରିବା ପରେ ଉତ୍ତର ପ୍ରଦେଶରୁ ଆଳୁ ମଗାଇଛନ୍ତି ରାଜ୍ୟ ସରକାର । ତେବେ ଏଭଳି ସ୍ଥିତିରେ ଯେପରି କଳାବଜାରୀ ନବଢେ ସେନେଇ ଆଜି ଯୋଗାଣ ବିଭାଗ ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ପିରବା ହାଟରେ ଚଢ଼ାଉ କରାଯାଇଛି । ଏଥିପାଇଁ ବିଭାଗ ପକ୍ଷରୁ ୩ଟି ଟିମ୍‌ ଗଠନ କରାଯାଇଛି । ୪ ନମ୍ବର ହାଟ, ଆଇଗଣିଆ ଆଳୁ ଗୋଦାମ ଓ ୧ ନମ୍ବର ହାଟରେ ଏହି ୩ଟି ଟିମ୍‌ ଜୋରଦାର ଚଢ଼ାଉ କରିଛନ୍ତି । ଆଳୁ କିଣାଦର ଠାରୁ ମାତ୍ର ୩ରୁ ୪ ଟଙ୍କା ଲାଭ ରଖି ଅର୍ଥାତ ୪୦ ଟଙ୍କାରୁ ଅଧିକ ଦରରେ ଆଳୁ ବିକ୍ରି ନକରିବା ପାଇଁ ବ୍ୟବସାୟୀମାନଙ୍କୁ କୁହାଯାଇଛି । ସେହିପରି ଆଳୁ କିଣାର ବିଲ୍‌ ଦେଖାଇ ପାରିନଥିବା କିଛି ବ୍ୟବସାୟୀକୁ ନୋଟିସ ଜାରି କରିଛି ଯୋଗାଣ ବିଭାଗ । ସେପଟେ ବେପାରୀଙ୍କ କହିବା ଅନୁସାରେ, ଗୋଦାମରୁ ଅଧିକ ଦରରେ କିଣୁଥିବାରୁ ଅଧିକ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛୁ ।

Potato Crisis (ETV Bharat Odisha)
  • କିଲୋ ପ୍ରତି ୪୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହୋଇପାରିବନି ଆଳୁ :

ଏନେଇ ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି, "କେତେ ଆଳୁ ଆଣୁଛନ୍ତି ଓ ଯେଉଁ ଆଳୁ କିଣୁଛନ୍ତି ତାର ବିଲ୍‌ ଯଦି ବ୍ୟବସାୟୀମାନେ ଦେଖାଇ ପାରୁନାହାନ୍ତି, ସେମାନଙ୍କୁ ନୋଟିସ କରାଯାଉଛି । ଆଜି ୩ ଜଣଙ୍କୁ ନୋଟିସ୍‌ କରାଯାଇଛି । ବ୍ୟବସାୟୀମାନେ ଗୋଦାମରୁ ୩୫ ରୁ ୩୬ ଟଙ୍କାରେ ଆଳୁ କିଣୁଛନ୍ତି । କିଗ୍ରା ପ୍ରତି ୪୦ ଟଙ୍କାରୁ ଅଧିକ ଦରରେ ବିକ୍ରି ନକରିବା ପାଇଁ ସେମାନଙ୍କୁ କୁହାଯାଇଛି । ସରକାରୀ ପ୍ରକ୍ରିୟା ଅନୁସାରେ ଆଳୁ ଦୋକାନଗୁଡ଼ିକରେ ଯାଞ୍ଚ କରାଯାଉଛି । ବର୍ତ୍ତମାନ ୩ଟି ଟିମ୍‌ ଭୁବନେଶ୍ବରରେ ଯାଞ୍ଚ କରୁଛନ୍ତି ।" ସେପଟେ ଗତକାଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ, ଯଦି କୌଣସି ବ୍ୟବସାୟୀ ଫାଇଦା ନେଇ ଅଧିକ ଦରରେ ଆଳୁ ବିକ୍ରି କରିବେ ତେବେ ବିଭାଗର ଏନଫୋର୍ସମେଣ୍ଟ ଟିମ୍ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବ ।

Potato Crisis
Potato Crisis (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ବିଧାନସଭାରେ ଆଳୁ ତାତି, ସରକାରଙ୍କୁ ପ୍ରଶ୍ନବାଣରେ ଘେରିଲେ ବିରୋଧୀ

ଏହା ମଧ୍ୟ ପଢ଼ନ୍ତୁ...ଉତ୍ତରପ୍ରଦେଶରୁ ଆସୁଛି ୩୦୦ ଟ୍ରକ ଆଳୁ, କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

  • ଘେରିଲେ ବିରୋଧୀ:

ସେପଟେ ଆଜି ବିଧାନସଭା ଶୂନ୍ୟକାଳରେ ଆଳୁ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଳୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି । ପ୍ରମିଳା କହିଛନ୍ତି, ଆଳୁ ନେଇ ସରକାର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି । କେବଳ ମନ୍ତ୍ରୀ ୩୦ ଟଙ୍କାରେ ଆଳୁ କିଣୁଛନ୍ତି । ଲୋକମାନଙ୍କ ପାଇଁ ୬୦ ଟଙ୍କା । ସେହିପରି କଂଗ୍ରେସ ବି ଆଳୁକୁ ନେଇ ସରକାରକୁ ଟାର୍ଗଟେ କରିଛି ।

Potato Crisis
Potato Crisis (ETV Bharat Odisha)
ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.