ETV Bharat / technology

2025ରେ କେବେ ଲାଗିବ ପ୍ରଥମ ସୂର୍ଯ୍ୟପରାଗ; କ’ଣ ଭାରତରେ ହେବ ଦୃଶ୍ୟମାନ ? - SOLAR AND LUNAR ECLIPSE IN 2025

ନୂଆବର୍ଷ 2025 ଆସିବାକୁ ଆଉ ମାତ୍ର କେଇଟା ଦିନ । ଆପଣ ଜାଣନ୍ତି କି 2025 ରେ କେବେ ଓ କେତୋଟି ସୂର୍ଯ୍ୟପରାଗ ଲାଗିବ ? ଅଧିକ ପଢନ୍ତୁ

Solar and Lunar Eclipse in 2025
Solar and Lunar Eclipse in 2025 (ETV Bharat)
author img

By ETV Bharat Tech Team

Published : Dec 2, 2024, 8:47 PM IST

ହାଇଦ୍ରାବାଦ: ସରି ଆସୁଛି ବର୍ଷ 2024 । ଆଉ କେଇଟା ଦିନ ପରେ ସାରା ବିଶ୍ବ ବର୍ଷ 2025କୁ ସ୍ବାଗତ କରିବ । ନୂଆବର୍ଷ ଆସିବା ମାତ୍ରେ ସମସ୍ତେ ଭାବନାରେ ପଡ଼ିଯାଆନ୍ତି, କି ଏହି ବର୍ଷ ସେମାନଙ୍କ ଲାଗି ଭଲ ହେବ କି ନାହିଁ । ଆମେ ସୂର୍ଯ୍ୟ ଚନ୍ଦ୍ର ସହିତ ଜଡ଼ିତ ଥିବାରୁ କେତେ ‘ସୂର୍ଯ୍ୟପରାଗ’ ଓ ‘ଚନ୍ଦ୍ରଗ୍ରହଣ’ ଲାଗିବ ସେ ନେଇ ମଧ୍ୟ ଜାଣିବାକୁ ଉତ୍ସାହ ରହିଥାଏ । ତେବେ ଆମେ ଏଠାରେ ଆପଣଙ୍କୁ ନୂଆବର୍ଷରେ ଲାଗିବାକୁ ଥିବା ‘ସୂର୍ଯ୍ୟପରାଗ’ ଓ ‘ଚନ୍ଦ୍ରଗ୍ରହଣ’ ସମୟ ଓ ତାରିଖ ବିଷୟରେ କହିବୁ ।

  • ଏସମ୍ପର୍କରେ କ’ଣ କୁହେ ଶାସ୍ତ୍ର:-

ଶାସ୍ତ୍ର ଅନୁସାରେ ଗ୍ରହଣ ଆମ ଜୀବନରେ ପ୍ରଭାବ ପକାଇଥାଏ । ଉଭୟ ସୂର୍ଯ୍ୟ ଏବଂ ଚନ୍ଦ୍ର ଗ୍ରହଣକୁ ନେଇ ଭିନ୍ନ ଭିନ୍ନ ବିଶ୍ବାସ ରହିଛି । ଜ୍ୟୋତିଷଙ୍କ ମତରେ ଗ୍ରହ-ନକ୍ଷତ୍ରର ପରିବର୍ତ୍ତନର ପ୍ରଭାବ ଲୋକଙ୍କ ଜୀବନ ଉପରେ ମଧ୍ୟ ରହିଥାଏ । ମାତ୍ର କିଛି ବ୍ୟକ୍ତିଙ୍କ ଲାଗି ଏହା ଶୁଭଙ୍କର ମଧ୍ୟ ହୋଇନଥାଏ । ଏଥିଲାଗି ଆମେ ଗ୍ରହଣ ସମୟରେ ଖାଦ୍ୟ ତ୍ୟାଗ କରିଥାଉ । ହିନ୍ଦୁ ଧର୍ମରେ ଉଭୟ ‘ସୂର୍ଯ୍ୟପରାଗ’ ଓ ‘ଚନ୍ଦ୍ରଗ୍ରହଣ’ ଶୁଭ ବୋଲି ବିବେଚନା କରାଯାଏ ନାହିଁ ଏବଂ ସେଥିପାଇଁ ‘ଚନ୍ଦ୍ରଗ୍ରହଣ’ ସମୟରେ କୌଣସି ଶୁଭ କାର୍ଯ୍ୟ କିମ୍ବା ପୂଜା କରାଯାଏ ନାହିଁ । ନୂଆବର୍ଷରେ କେବେ ପରାଗ ଓ ଗ୍ରହଣ ଲାଗିବ ଆସନ୍ତୁ ଜାଣିବା ।

  • 2025ରେ କେବେ ପଡ଼ିବ ‘ସୂର୍ଯ୍ୟପରାଗ’ ଓ ‘ଚନ୍ଦ୍ରଗ୍ରହଣ’ ?

ନୂଆବର୍ଷ 2025 ରେ 4ଟି ଗ୍ରହଣ ଲାଗିବ । ଯେଉଁଥିରେ 2ଟି ‘ଚନ୍ଦ୍ରଗ୍ରହଣ’ (Lunar Eclipse) ଓ 2ଟି ‘ସୂର୍ଯ୍ୟପରାଗ’ (Solar Eclipse) ଅନ୍ତର୍ଭୁକ୍ତ । ଚଳିତବର୍ଷ ପୃଥିବୀବାସୀ ଗୋଟିଏ ମାସରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଦେଖିବାକୁ ପାଇବେ, ଯାହାକି ଏକ ବଡ଼ ମହାଜାଗତିକ ସଂଯୋଗ ହେବାକୁ ଯାଉଛି ।

1. ସୂର୍ଯ୍ୟପରାଗ (Solar Eclipse 2025)

  • ପ୍ରଥମ ସୂର୍ଯ୍ୟ ପରାଗ: 29 ମାର୍ଚ୍ଚ 2025
  • ସ୍ଥିତି: ଆଂଶିକ ସୂର୍ଯ୍ୟ ପରାଗ
  • ଏହା ଭାରତରେ ଦୃଶ୍ୟମାନ ହେବନାହିଁ
  • ସମୟ: ପୂର୍ବାହ୍ନ 8:50-12:43 ଅପରାହ୍ନ
  • ଦୃଶ୍ୟମାନ ସ୍ଥାନ: ୟୁରୋପ, ଏସିଆ, ଆଫ୍ରିକା, ଉତ୍ତର-ଆମେରିକା, ଦକ୍ଷିଣ-ଆମେରିକା, ଆଟଲାଣ୍ଟିକ୍ ମହାସାଗର, ଆର୍କଟିକ୍ ମହାସାଗର

2. ଦ୍ବିତୀୟ ସୂର୍ଯ୍ୟ ପରାଗ: 21 ସେପ୍ଟେମ୍ବର 2025

  • ସ୍ଥିତି: ଆଂଶିକ ସୂର୍ଯ୍ୟ ପରାଗ
  • ଭାରତରେ ଦୃଶ୍ୟମାନ ହେବନାହିଁ
  • ସମୟ: ସଂଧ୍ୟା 5:29ରୁ ରାତି 9:53 ମିନିଟ୍‌
  • ଦୃଶ୍ୟମାନ ସ୍ଥାନ: ଅଷ୍ଟ୍ରେଲିଆ, ଆଣ୍ଟର୍କଟିକା, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ ମହାସାଗର
ଏହା ବି ପଢନ୍ତୁ
  1. କେମିତି ଥିଲା ବର୍ଷ 2024ର ଶେଷ ସୂର୍ଯ୍ୟ ପରାଗ; ଦେଖନ୍ତୁ ଫଟୋ - Last Solar Eclipse of 2024
  2. ଅକ୍ଟୋବର 2ରେ ଲାଗିବ 2024ବର୍ଷର ଶେଷ ସୂର୍ଯ୍ୟ ପରାଗ; କଣ ଭାରତରେ ଦିଶିବ 'Ring Of Fire'
  3. 2024ରେ ଲାଗିବ 4 ଥର ଗ୍ରହଣ, ଭାରତରେ ହେବନି ଦୃଶ୍ୟମାନ

2025ରେ କେବେ ଲାଗିବ ‘ଚନ୍ଦ୍ରଗ୍ରହଣ’

  • ପ୍ରଥମ ଚନ୍ଦ୍ର ଗ୍ରହଣ: 14 ମାର୍ଚ୍ଚ 2025
  • ସମୟ: ପୂର୍ବାହ୍ନ 09:29-ଅପରାହ୍ନ 03:29 ମିନିଟ୍‌
  • ସ୍ଥିତି: ପୂର୍ଣ୍ଣ ଚନ୍ଦ୍ରଗ୍ରହଣ
  • ଭାରତରେ ଦୃଶ୍ୟମାନ ହେବ ନାହିଁ ।
  • କେଉଁଠି ଦିଶିବ: ଏସିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଆମେରିକା

ଦ୍ବିତୀୟ ଚନ୍ଦ୍ରଗ୍ରହଣ: 7 ସେପ୍ଟେମ୍ବର 2025

  • ସମୟ: 09:57PM-01:26AM
  • ଭାରତରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ।
  • କେଉଁଠି ଦିଶିବ: ଭାରତ, ଏସିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଆମେରିକା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.