ETV Bharat / technology

20ହଜାର ଟଙ୍କା କମିଲା KTM 250 Dukeର ଦାମ; ଏବେ କେତେ ଜାଣନ୍ତୁ.. - KTM 250 DUKE PRICE DROP

ସରି ଆସୁଛି ବର୍ଷ 2024 । KTM India ବର୍ଷର ଶେଷ ମାସରେ KTM 250 Dukeର ଦାମ ଉପରେ 20ହଜାର ଟଙ୍କା ଇଅର-ଏଣ୍ଡ ଡିସକାଉଣ୍ଟ ଦେଇଛି । ଅଧିକ ପଢନ୍ତୁ

KTM 250 Duke
KTM 250 Duke (Credit- KTM India)
author img

By ETV Bharat Tech Team

Published : Dec 2, 2024, 6:38 PM IST

ହାଇଦ୍ରାବାଦ: ପ୍ରିମିୟମ ଏବଂ ସ୍ପୋର୍ଟସ୍ ବାଇକ୍ ନିର୍ମାତା କେଟିଏମ୍ ଇଣ୍ଡିଆ ଏହାର ପରଫର୍ମାନ୍ସ ବାଇକ୍ KTM 250 Dukeର ମୂଲ୍ୟ 20,000 ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛି । ଏହି ରିହାତି ପରେ ଏହି ମୋଟରସାଇକେଲର ଦାମ ବର୍ତ୍ତମାନ 2.25 ଲକ୍ଷ ଟଙ୍କା ହୋଇଛି (ଏକ୍ସ ଶୋ’ରୁମ୍, ଦିଲ୍ଲୀ) । ଧ୍ୟାନ ଦେବା କଥା ହେଉଛି ଏହା ହେଉଛି ଏକ ସୀମିତ ଅବଧି ଅଫର୍ ଯାହା କେବଳ 31 ଡିସେମ୍ବର ପର୍ଯ୍ୟନ୍ତ ବୈଧ ଅଟେ । ଏହି ବାଇକ୍ 3ଟି ରଙ୍ଗ ବିକଳ୍ପରେ ଉପଲବ୍ଧ ।

KTM 250 Dukeର ଦାମ ହ୍ରାସ:-

କେଟିଏମ 250 ଡ୍ୟୁକ୍‌ ନିକଟରେ TFT ଡିସପ୍ଲେ ଏବଂ ହେଡଲାଇଟ୍ ସହିତ ଅପଡେଟ୍ ହୋଇଥିଲା ଯାହା ଏହାର ବୃହତ ଏଡିସନ୍‌ KTM 390 Dukeରେ ଦେଖିବାକୁ ମିଳିଥିଲା । କମ୍ପାନୀ ଏହାକୁ 2.45 ଲକ୍ଷ ଟଙ୍କା (ଏକ୍ସ ଶୋ’ରୁମ୍) ମୂଲ୍ୟରେ ବିକ୍ରି କରୁଥିଲା । ଏହି ଅପଡେଟ୍‌ ସହିତ KTM 250 ଡ୍ୟୁକ୍‌ରେ ଷ୍ଟ୍ରିଟ୍ ଏବଂ ଟ୍ରାକ୍‌ ଭଳି ଦୁଇଟି ରାଇଡିଂ ମୋଡ୍ ମଧ୍ୟ ରହିଛି । ଏହାକୁ ଏକ ସ୍ମାର୍ଟଫୋନ୍ ସହିତ ସଂଯୋଗ କରିବାର ବିକଳ୍ପ ମଧ୍ୟ ଦିଆଯାଇଛି ଯାହା ପରେ ଏହାର TFT ଡ୍ୟାସରେ ଟର୍ଣ୍ଣ-ବାଇ-ନେଭିଗେସନ୍ ଏବଂ ମ୍ୟୁଜିକ୍ ପ୍ଲେବ୍ୟାକ୍‌ କଣ୍ଟ୍ରୋଲ୍ ରହିଛି । ଏହି ଅପଡେଟଗୁଡ଼ିକ ପରେ ମଧ୍ୟ KTM 250 Dukeରେ କୌଣସି ଯାନ୍ତ୍ରିକ ପରିବର୍ତ୍ତନ କରାଯାଇନାହିଁ ।

ଏହା ବି ପଢନ୍ତୁ
  1. ନୂଆବର୍ଷରୁ ମହଙ୍ଗା ହେବ BMW ମୋଟର ସାଇକେଲ୍‌; ଏତିକି ବଢିବ ଟଙ୍କା
  2. ଫୁଲ୍‌ ଚାର୍ଜରେ ଚାଲିବ 102KM; Honda Activa EV ଉପରୁ ଉଠିଲା ପରଦା, କେବେଠୁ ବିକ୍ରି ?
KTM 250 Duke
KTM 250 Duke (Credit- KTM India)

ଏହାର ସମାନ ଲିକ୍ବିଡ୍‌-କୁଲଡ୍, 249cc, ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ୍ ଅଛି ଯାହା 9250rpmରେ 31hp ପାୱାର ଏବଂ 7250rpmରେ 25Nm ଟର୍କ ଉତ୍ପାଦନ କରେ । ଏହି ଇଞ୍ଜିନ ଏକ 6-ସ୍ପିଡ୍ ଗିଅରବକ୍ସ ସହିତ ମେଳ ହୋଇଛି ଯାହା ଉଭୟ ସ୍ଲିପର୍ କ୍ଲଚ୍ ଏବଂ ବାଇଡିରେକ୍ସନାଲ କ୍ବିକସିଫ୍ଟର ଫିଚର ଦିଆଯାଇଛି ।

କଲର ଅପସନ:-

ତିନୋଟି ରଙ୍ଗ ବିକଳ୍ପରେ KTM 250 ଡ୍ୟୁକ୍ କ୍ରୟ କରାଯାଇପାରିବ । ସେଗୁଡ଼ିକ ହେଉଛି Dark Galvano, Electric Orange ଓ Atlantic Blue । ସୂଚନାଯୋଗ୍ୟ ଯେ 2.25 ଲକ୍ଷ ଟଙ୍କା ସଂଶୋଧିତ ମୂଲ୍ୟ ପରେ ମଧ୍ୟ KTM 250 ଡ୍ୟୁକ୍ ଏହାର ପ୍ରତିଦ୍ବନ୍ଦ୍ବୀ Husqvarna Vitpilen 250 ଠାରୁ 8,000 ଟଙ୍କା ଅଧିକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.