ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏବଂ ନାସାର ମିଳିତ ପ୍ରୟାସରେ ଭାରତର ପ୍ରଥମ ମାନବ ମିଶନ 'ଗଗନ ଯାନ' ପାଇଁ ମହାକାଶଚାରୀ ପ୍ରଶିକ୍ଷଣର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ସମାପ୍ତ କରିଛନ୍ତି । ଏ ନେଇ ISRO ଏକ ଆନୁଷ୍ଠାନିକ ବିବୃତ୍ତି ଜାରି କରି ସୂଚନା ଦେଇଛି । 2026ର ଶେଷ ଭାଗରେ ନିର୍ମିତ ଗଗନ ଯାନ ମିଶନ ଲଞ୍ଚ ହେବ ବୋଲି ଇସ୍ରୋ ସୂଚନା ଦେଇଛି ।
ଆମେରିକାରେ ନେଲେ ଟ୍ରେନିଂ:-
ISRO କହିଛି ଯେ ଗଗନ ଯାନ ମିଶନର ପ୍ରାଥମିକ କ୍ରୁ ସଦସ୍ୟ ଗ୍ରୁପ୍ କ୍ୟାପଟେନ୍ ଶୁଭାନ୍ସୁ ଶୁକ୍ଲା ଏବଂ ବ୍ୟାକଅପ୍ କ୍ରୁ ସଦସ୍ୟ ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ବାଲାକ୍ରିଷ୍ଣନ୍ ନାୟାର ଆମେରିକାରେ ସେମାନଙ୍କର ପ୍ରାରମ୍ଭିକ ତାଲିମ ସମାପ୍ତ କରିଛନ୍ତି । ପ୍ରସ୍ତୁତିର ଏକ ଅଂଶ ଭାବରେ ଏହି ଦୁହିଁ କ୍ୟାପଟେନଙ୍କୁ ଆକ୍ସିୟମ୍ ମିଶନ 4 (Ax-4) ପାଇଁ ମଧ୍ୟ ନିଯୁକ୍ତ କରାଯାଇଥିଲା ଏବଂ ଅଗଷ୍ଟ ପ୍ରଥମ ସପ୍ତାହରୁ ଆମେରିକାରେ ସେମାନେ ତାଲିମ ଆରମ୍ଭ କରିଥିଲେ । Ax-4 ହେଉଛି ଘରୋଇ ମହାକାଶ ଯାନ ଯାହାକି ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନ (ISS)କୁ ଟ୍ରାନ୍ସପୋର୍ଟ ସୁବିଧା ପ୍ରଦାନ କରିଥାଏ । ଯାହାକି Axiom Space (ମାନବ ସ୍ପେସ୍ ଫ୍ଲାଇଟ୍ ସେବା ପ୍ରଦାନ କରୁଥିବା ଏକ କମ୍ପାନୀ) ଦ୍ବାରା ପରିଚାଳିତ ।
🚀 Gaganyaan on a Global Stage 🌏
— ISRO (@isro) November 29, 2024
The initial phase of training for Gaganyatris, part of the historic ISRO-NASA joint mission to the International Space Station, has been successfully completed.
Prime Crew: Group Captain Shubhanshu Shukla
Backup Crew: Group Captain Prasanth…
ପ୍ରଶିକ୍ଷଣ ଓ ପ୍ରମୁଖ ସଫଳତା:-
ଏହି ପ୍ରାରମ୍ଭିକ ତାଲିମ ଅଗଷ୍ଟ ମାସରେ ଆରମ୍ଭ ହୋଇଥିଲା ଯେଉଁଥିରେ ଗଗନ ଯାନ ମିଶନ ଲାଗି ମହାକାଶକୁ ଗଲେ କିପରି ଚଳିବାକୁ ପଡ଼ିବ ଓ ସେମାନଙ୍କର ଭୂମିକା କଣ ରହିବ ସେ ସମ୍ପର୍କରେ ମହାକାଶଚାରୀମାନଙ୍କୁ ଆଗୁଆ ତାଲିମ ଦିଆଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ Xର ଏକ ପୋଷ୍ଟରେ ISRO କହିଛି, "ଏହି କାର୍ଯ୍ୟକ୍ରମରେ ମିଶନ ସମ୍ବନ୍ଧୀୟ ଗ୍ରାଉଣ୍ଡ ସୁବିଧା ଭ୍ରମଣ, ସ୍ପେସ୍ ଏକ୍ସ ସୁଟ୍ ଫିଟିଂ ତାଲିମ ଏବଂ ସ୍ପେସ୍ ଫୁଡ୍ ପରୀକ୍ଷଣ ଆଦି SpaceX ଡ୍ରାଗନ ମହାକାଶଯାନ ଏବଂ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନର ସିଷ୍ଟମ ସହିତ ପରିଚିତ ହୋଇଛନ୍ତି ।"
ଏହା ବି ପଢନ୍ତୁ |
ବିପଦ ସମୟ ପାଇଁ ତାଲିମ:-
ରିପୋର୍ଟ ଅନୁଯାୟୀ ISRO ଏହା ମଧ୍ୟ କହିଛି ଯେ ଏହି ପର୍ଯ୍ୟାୟର ଏକ ମହତ୍ତ୍ବପୂର୍ଣ୍ଣ ଅଂଶ ଭାବରେ ମହାକାଶରେ ସମ୍ଭାବ୍ୟ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ମଧ୍ୟ ଅନ୍ତର୍ଭୁକ୍ତ । ଏଥିରେ ମେଡିକାଲ୍ ଜରୁରୀକାଳୀନ ପରିସ୍ଥିତି ଓ ବ୍ୟାୟାମ ସମ୍ପର୍କରେ ମଧ୍ୟ ତାଲିମ ଦିଆଯାଇଛି । ଏହାସହିତ ପୃଥିବୀ ସହିତ ଯୋଗାଯୋଗ ପ୍ରୋଟୋକଲଗୁଡିକ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।"
ପରବର୍ତ୍ତୀ ଟ୍ରେନିଂରେ କାହା ଉପରେ ଫୋକସ୍ ?
ଏହାପରେ ମହାକାଶଚାରୀମାନେ ଆଗାମୀ ତାଲିମ ଆଡ଼କୁ ଅଗ୍ରସର ହେବେ । ପରବର୍ତ୍ତୀ ପର୍ଯ୍ୟାୟରେ ISSର କକ୍ଷପଥ ସମ୍ପର୍କରେ ଜାଣିବା ଲାଗି ବ୍ୟବହାରିକ ମଡ୍ୟୁଲ୍ ଅନ୍ତର୍ଭୂକ୍ତ କରାଯିବ । ମାଇକ୍ରୋ ଗ୍ରାଭିଟିରେ ବୈଜ୍ଞାନିକ ଅନୁସନ୍ଧାନ ପରୀକ୍ଷଣ ଏବଂ ସ୍ପେଶ ଏକ୍ସ ଡ୍ରାଗନ୍ ମହାକାଶଯାନ ଉପରେ କାର୍ଯ୍ୟକ୍ଷମ ତାଲିମ ଉପରେ ମଧ୍ୟ ଧ୍ୟାନ ଦିଆଯିବ ।
ସୂଚନା ଥାଉ କି ମାନବ ମହାକାଶ ଅନୁସନ୍ଧାନରେ ଗଗନ ଯାନ ମିଶନ ଭାରତ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ISRO ଏବଂ ନାସା ମଧ୍ୟରେ ବ୍ୟାପକ ପ୍ରଶିକ୍ଷଣ ମଡ୍ୟୁଲ୍ ଏବଂ ସହଯୋଗୀ ପ୍ରୟାସ ସହିତ ଏହି କାର୍ଯ୍ୟକ୍ରମ ବିଶ୍ବ ମହାକାଶ ସମ୍ପ୍ରଦାୟ ପାଇଁ ଏକ ମହତ୍ତ୍ବପୂର୍ଣ ଅବଦାନ ଭାବରେ ବିବେଚନା କରାଯାଏ । ISRO ଅନୁଯାୟୀ ମହାକାଶଚାରୀମାନେ ମିଶନର ସଫଳତା ନିଶ୍ଚିତ କରିବାକୁ କଠୋର ପ୍ରସ୍ତୁତି କରୁଛନ୍ତି।
'ଗଗନ ଯାନ' ମିଶନ କଣ ?
ଗଗନ ଯାନ ମିଶନ ଭାରତର ପ୍ରଥମ ମାନବ ମିଶନ । ମିଶନର ଲକ୍ଷ୍ୟ ହେଉଛି ତିନି ଜଣ ମହାକାଶଚାରୀଙ୍କ କ୍ରୁଙ୍କୁ ନିମ୍ନ ପୃଥିବୀ କକ୍ଷପଥରେ (LEO) ପଠାଇବା ଏବଂ ସେମାନଙ୍କୁ ନିରାପଦରେ ପୃଥିବୀକୁ ଫେରାଇ ଆଣିବା ପାଇଁ ଭାରତର ଦକ୍ଷତା ପ୍ରଦର୍ଶନ କରିବା । ଗଗନ ଯାନ ମିଶନ ସଫଳ ହେଲେ ଭାରତ ସେହି ଦେଶଗୁଡ଼ିକ ତାଲିକାରେ ନିଜ ପ୍ରବେଶକୁ ଚିହ୍ନିତ କରିବ ଯେଉଁ ଦେଶ ମାନବ ମହାକାଶ ମିଶନ ପରିଚାଳନା କରିଛନ୍ତି ଅର୍ଥାକ ମହାକାଶକୁ ମନୁଷ୍ୟକୁ ପଠାଇଛନ୍ତି । ଏହା ଭାରତର ମହାକାଶ ଅନୁସନ୍ଧାନ କ୍ଷମତାକୁ ମଧ୍ୟ ବୃଦ୍ଧି କରିବ । ଏହି ମିଶନ ପାଇଁ 9023 କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।