ETV Bharat / technology

ନଭେମ୍ବରରେ 29% ବଢିଲା ଇଲେକ୍‌ଟ୍ରିକ ଦୁଇ ଚକିଆ ଯାନ ସେଲ୍‌; ଖସିଲା Ola - ELECTRIC 2 WHEELER NOVEMBER SALES

ଭାରତରେ ଦୁଇ ଚକିଆ ଇଲେକଟ୍ରିକ ଯାନ ସେଲ୍‌ 29 ପ୍ରତିଶତ ବୃଦ୍ଧି ପାଇଥିବା ବେଳେ Olaର କମିଛି ମାର୍କେଟ ସେୟାର । ଅଧିକ ପଢନ୍ତୁ

OLA Electric founder Bhavish Aggarwal
OLA ଇଲେକ୍‌ଟ୍ରିକର ପ୍ରତିଷ୍ଠାତା ଭବିଶ ଅଗ୍ରୱାଲ (IANS)
author img

By ETV Bharat Tech Team

Published : Dec 2, 2024, 5:05 PM IST

ହାଇଦ୍ରାବାଦ: ଭାରତରେ ଗତ ନଭେମ୍ବରରେ ଇଲେକ୍‌ଟ୍ରିକ ଦୁଇ ଚକିଆ ଯାନ (e2W) ବିକ୍ରି ବର୍ଷ ତୁଳନାରେ 29 ପ୍ରତିଶତ (YoY) ଅଭିବୃଦ୍ଧି ଘଟି 118,924 ୟୁନିଟରେ ପହଞ୍ଚିଛି । ବାହନ ପୋର୍ଟାଲ ଅନୁଯାୟୀ 11ମାସରେ ଏହା e2Wର ବିକ୍ରି 1.07 ମିଲିୟନ ୟୁନିଟରେ ପହଞ୍ଚିଛି । ଏହି ସମୟରେ ଓଲା ଇଲେକଟ୍ରିକର ବଜାର ଅଂଶରେ ହ୍ରାସ ଘଟିଛି । ନଭେମ୍ବରରେ ଇଲେକ୍‌ଟ୍ରିକ ଯାନ ବଜାରରେ ନୂତନ ଯାନ ପଞ୍ଜିକରଣରେ 24 ପ୍ରତିଶତ ହ୍ରାସ ଘଟିଥିବା ବେଳେ ଓଲା ଏକ ମାସ ଆଧାରରେ 33 ପ୍ରତିଶତ ହ୍ରାସ ପାଇଛି ।

ନଭେମ୍ବରରେ ଇଲେକ୍‌ଟ୍ରିକ ଦୁଇ ଚକିଆ ଯାନର ଅଭିବୃଦ୍ଧି:-

ଚଳିତ ବର୍ଷ ନଭେମ୍ବର ମାସ ଇଲେକଟ୍ରିକ ଦୁଇ ଚକିଆ ଯାନ ଲାଗି ସର୍ବଶ୍ରେଷ୍ଠ ତୃତୀୟ ମାସ ହୋଇପାରିଛି । ନଭେମ୍ବରରେ ଦୁଇ ଚକିଆ ଯାନ ବିକ୍ରି 1,18,924 ୟୁନିଟ ରହିଥିବା ବେଳେ ଅକ୍ଟୋବର ଓ ମାର୍ଚ୍ଚ ମାସରେ ଯଥାକ୍ରମେ 219,018 ଓ 213,064 ୟୁନିଟ୍‌ ରହିଥିଲା । ସେପଟେ ନଭେମ୍ବରରେ e2W ଖୁଚୁରା ବିକ୍ରି 1,91,513 ୟୁନିଟରେ ମୋଟ ଇଭି ବିକ୍ରୟର 62 ପ୍ରତିଶତ ଥିଲା ଯାହାକି ବର୍ଷକୁ ବର୍ଷ 24 ପ୍ରତିଶତ YoY ଅଭିବୃଦ୍ଧି ପଞ୍ଜିକରଣ କରିଛି ।

  • ନଭେମ୍ବରରେ TVS ମୋଟର 26,971 ୟୁନିଟ୍ ବିକ୍ରି କରି 41% ବୃଦ୍ଧି କରିଛି ଏବଂ ବଜାର ଅଂଶ 23% ରହିଛି ।
  • ସେହିପରି ବଜାଜ୍‌ ଅଟୋ 26,163 ଚେଟକ ବିକ୍ରି କରି ବର୍ଷକୁ ବର୍ଷ 121 ପ୍ରତିଶତ ବୃଦ୍ଧି କରିଛି, ଯାହା ଜାନୁଆରୀ ଠାରୁ ମାସିକ ବିକ୍ରିକୁ ଦ୍ବିଗୁଣିତ କରିଛି ।
  • ନଭେମ୍ବରରେ Ather Energy 136% ବୃଦ୍ଧି ପାଇ 2,741 ୟୁନିଟ୍ ବିକ୍ରି କରିଛି ଯାହାକି ପୂର୍ବର 10% ଅଂଶଧନରୁ 11% ବଜାର ଅଂଶ ହାସଲ କରିଛି ।
  • Hero MotoCorp କମ୍ପାନୀର ଖୁଚୁରା ବିକ୍ରି 7,309 ୟୁନିଟ୍ ଥିଲା ଯାହାକି ଚଳିତ ବର୍ଷ ଏହାର ସର୍ବାଧିକ ମାସିକ ମୋଟ 6% ବଜାର ଅଂଶ ସହିତ ଚିହ୍ନିତ ହୋଇଛି ।
  • Revolt Motors ନଭେମ୍ବରରେ 1994 ୟୁନିଟରେ ବିକ୍ରିରେ 197 ପ୍ରତିଶତ ବୃଦ୍ଧି ପାଇ ଜାନୁଆରୀ-ନଭେମ୍ବର ମଧ୍ୟରେ ମୋଟ 8947 ୟୁନିଟରେ ପହଞ୍ଚିଛି ।
ଏହା ବି ପଢନ୍ତୁ
  1. ଅଟୋ ସେଲ୍‌ ନଭେମ୍ବର 2024: Marutiର ବମ୍ଫର ବିକ୍ରି; ଖସିଲା Hyundai
  2. ଅକ୍ଟୋବରରେ ଯାନର ରେକର୍ଡ ବିକ୍ରି; ସେଲ୍‌ରେ 32% ବୃଦ୍ଧି, ମୁନାଫା ଦେଲା ଗ୍ରାମାଞ୍ଚଳ

ଖସିଲା Ola Electricର ମାର୍କେଟ ସେୟାର:-

ଇଲେକ୍‌ଟ୍ରିକ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ TVS Motor, Bajaj Auto, Ather Energy, Hero MotorCorp ଓ Revolt Motorsର ଅଭିବୃଦ୍ଧି ଘଟିଥିବା ବେଳେ ନଭେମ୍ବରରେ ଓଲାର ମାର୍କେଟ ସେୟାରରେ ହ୍ରାସ ପରିଲକ୍ଷିତ ହୋଇଛି । ଓଲା ଇଲେକ୍‌ଟ୍ରିକର ମାର୍କେଟ ସେୟାର 24.54 ପ୍ରତିଶତକୁ କମିଛି, ଯାହାକି ଅକ୍ଟୋବରରେ 30 ପ୍ରତିଶତ ଥିଲା । କମ୍ପାନୀର କିଛି ପ୍ରଡକ୍ଟରେ ତ୍ରୁଟି ପରିଲକ୍ଷିତ ହେବା ପରେ ଏହାର ମାର୍କେଟ ସେୟାର ହ୍ରାସ ପାଇଥିବା ଅନୁମାନ କରାଯାଉଛି । ତଥାପି କମ୍ପାନୀ ଇଲେକ୍‌ଟ୍ରିକ ଦୁଇ ଚକିଆ ବଜାରରେ ଶୀର୍ଷ ସ୍ଥାନକେ ରହିଛି ।

ପଞ୍ଜୀକରଣରେ ହ୍ରାସ:-

ବାହନ ପୋର୍ଟାଲ ଅନୁଯାୟୀ, ନଭେମ୍ବରରେ ଇଭି ଦୁଇ ଚକିଆ ଯାନର ପଞ୍ଜୀକରଣ 18% ହ୍ରାସ ପାଇଥିବା ବେଳେ YoY ରେଜିଷ୍ଟ୍ରେସନ 23.5% ବୃଦ୍ଧି ପାଇଛି । ନଭେମ୍ବରରେ ଇଲେକ୍‌ଟ୍ରିକ ଦୁଇ ଚକିଆ ଯାନ ପଞ୍ଜୀକରଣ 1.14ଲକ୍ଷ ୟୁନିଟ ରହିଛି । Ola ଇଲେକ୍‌ଟ୍ରିକ ଯାନ ପଞ୍ଜୀକରଣରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଅକ୍ଟୋବରରେ 40,000 ୟୁନିଟ୍‌ ପଞ୍ଜୀକରଣ ହୋଇଥିବା ବେଳେ ନଭେମ୍ବରରେ ମାତ୍ର 27,746 ୟୁନିଟ୍‌ ପଞ୍ଜୀକୃତ ହୋଇଛି ।

ଆଥର ଏନର୍ଜି ଇଲେକଟ୍ରିକ ଯାନ ପଞ୍ଜୀକରଣ 24 ପ୍ରତିଶତ ହ୍ରାସ ପାଇ 12,217 ୟୁନିଟ୍‌ରେ ପହଞ୍ଚିଛି । ସେପଟେ ଟିଭିଏସ ମୋଟର୍ସ ଓ ବଜାଜ ଅଟୋର ଇଲେକ୍‌ଟ୍ରିକ ଯାନ ପଞ୍ଜୀକରଣ ହ୍ରାସ ପାଇଁ ଯଥାକ୍ରମେ 13 ପ୍ରତିଶତ (26,036 ୟୁନିଟ୍‌) ଓ 12 ପ୍ରତିଶତ (24,978) ଯୁନିଟ୍‌ରେ ପହଞ୍ଚିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.