ହାଇଦ୍ରାବାଦ: ଆଗାମୀ 17 ଜାନୁଆରୀରୁ 22 ଜାନୁଆରୀ ପର୍ଯ୍ୟନ୍ତ ସବୁଠୁ ବଡ଼ ଗ୍ଲୋବାଲ ମୋବିଲିଟି ଇଭେଣ୍ଟ ଭାରତ ମୋବିଲିଟି ଶୋ' ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି । ଏଥିଲାଗି ଭାରତର ଅଟୋମୋବାଇଲ ଶିଳ୍ପ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛି । ଏହି ଇଭେଣ୍ଟରେ ଅନେକ ବଡ଼ ଯାନ ନିର୍ମାତା କମ୍ପାନୀ ଅଂଶଗ୍ରହଣ କରି ନିଜର ପ୍ରଡକ୍ଟକୁ ପ୍ରଦର୍ଶିତ କରିବେ । ଏହି ଇଭେଣ୍ଟରେ ଉଭୟ 4 ଚକିଆ ଓ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ବି ସାମିଲ ହେବେ ।
ଅନେକ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ଏକ୍ସପୋରେ ନିଜର ରୋମାଞ୍ଚକର ମଡେଲକୁ ପ୍ରଦର୍ଶିତ କରିବେ । ଏଥିରେ ମୋଟରସାଇକେଲ ଓ ସ୍କୁଟର ଉଭୟ ସାମିଲ । ଦେଶର ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ Hero Motocorp, Yamaha ଓ Suzuki ଭଳି କମ୍ପାନୀ ନିଜର ପେଟ୍ରୋଲ ସ୍କୁଟରକୁ ପ୍ରଦର୍ଶିତ କରିପାରନ୍ତି । ସେହିପରି କିଛି ସ୍କୁଟର ସମ୍ପର୍କରେ ନିମ୍ନରେ ଜାଣନ୍ତୁ ।
Hero Xoom 125R ଓ 160R
- ସ୍ବଦେଶୀ ଦୁଇ ଚକିଆ ନିର୍ମାତା କମ୍ପାନୀ Hero Motocorp, EICMA 2024ରେ ଦୁଇଟି ସ୍କୁଟର ପ୍ରଦର୍ଶିତ କରିଥିଲା । ଘରୋଇ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ 2025ରେ ନିଜର ସ୍ପୋର୍ଟି 125 ସ୍କୁଟର Hero Xoom 125Rକୁ ପ୍ରଦର୍ଶିତ କରିପାରେ, ଯାହାକି ବଜାରରେ TVS Ntorq, Suzuki Avenis ଓ Yamaha RayZR ସହିତ ପ୍ରତିଦ୍ବନ୍ଦ୍ବିତା କରିବ ।
- ଏହାବ୍ୟତୀତ, କମ୍ପାନୀ ଆଉ ଏକ ବଡ଼ ସ୍ପୋର୍ଟି ଓ ଆଡଭେଞ୍ଚର ସ୍କୁଟର Hero Xoom 160Rକୁ ବି ପ୍ରଦର୍ଶିତ କରିପାରେ । କମ୍ପାନୀ ଏହି ସ୍କୁଟରରେ 160ccର ବଡ଼ ଇଞ୍ଜିନ ଦେଇପାରେ, ଯାହାକି କାର୍ଯ୍ୟଦକ୍ଷତା କ୍ଷେତ୍ରରେ ସବୁଠୁ ଅଧିକ ଶକ୍ତିଶାଳୀ ଓ ଉନ୍ନତମାନର ପାୱାର ଆଉଟପୁଟ୍ ସହିତ ଆସିପାରେ । ଭାରତୀୟ ବଜାରରେ ଲଞ୍ଚ ହେବା ପରେ ସ୍କୁଟରଟି Yamaha Aerox 155 ସହିତ ପ୍ରତିଦ୍ବନ୍ଦ୍ବିତା କରିବ ।