ଓଡିଶା

odisha

By ETV Bharat Odisha Team

Published : Mar 20, 2024, 7:56 PM IST

ETV Bharat / technology

କିଭଳି ମିଳେ ସୁନାମି ସୂଚନା, ବୈଜ୍ଞାନିକ କହିଲେ ଟେକ୍ନୋଲୋଜି

Hurricane and Tsunami in Chennai: ବୈଜ୍ଞାନିକମାନେ କିଭଳି ଜାଣନ୍ତି ସୁନାମି ସୂଚନା, ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରିଥାଏ । ତେବେ ପଢନ୍ତୁ ଚେନ୍ନାଇସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜିର ବୈଜ୍ଞାନିକ ଅରୁଲ ମୁଥାଇଙ୍କ ମତ...

Tsunami
Tsunami

ଚେନ୍ନାଇ:ନଭେମ୍ବର ଆସିବା ମାତ୍ରେ ଚେନ୍ନାଇବାସୀ ଭୟ କରିବାକୁ ଲାଗିଥାନ୍ତି । କାରଣ ପ୍ରାୟ ପ୍ରତ୍ୟେକ ବର୍ଷ ନଭେମ୍ବର ମାସରେ ବାତ୍ୟା ଲ୍ୟାଣ୍ଡଫଲ କରିଥାଏ । ଘୂର୍ଣ୍ଣିବଳୟ ସୃଷ୍ଟି ହେବା ମାତ୍ରେ ଏହା କେଉଁଠାରେ ସୃଷ୍ଟି ହେଲା ଏବଂ କେଉଁଠାରେ ଲ୍ୟାଣ୍ଡଫଲ କରିବ ତାହା ଉପରେ ସମସ୍ତଙ୍କ ନଜର ରହିଥାଏ । 2004 ମସିହାର ସୁନାମି ପରେ ପୂର୍ବ ଏସିଆରେ ଏଭଳି କୌଣସି ଭୂକମ୍ପ ନାହିଁ ଯେଉଁଥିପାଇଁ ସୁନାମୀ ଆଶଙ୍କା ଜାରି କରାଯାଇ ନାହିଁ । ତେବେ ଏଠାରେ ପ୍ରଶ୍ନ ଉଠେ ବୈଜ୍ଞାନିକମାନେ କିଭଳି ସୁନାମି ଏବଂ ଝଡର ପୂର୍ବାନୁମାନ କରିପାରୁଛନ୍ତି? ତେବେ ଚେନ୍ନାଇରେ ସୁନାମି ବିପଦ ନାହିଁ ବୋଲି ବୈଜ୍ଞାନିକମାନେ କିଭଳି ସୁନିଶ୍ଚିତ କରୁଛନ୍ତି ? ତେବେ ଏହାର ଉତ୍ତର ଦେଇଛନ୍ତି ଚେନ୍ନାଇସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି (NIOT)ର ବୈଜ୍ଞାନିକ ।

MET OCEAN BUOY

ଭୂବିଜ୍ଞାନ ମନ୍ତ୍ରାଳୟ ଅଧୀନରେ ଚାଲୁଥିବା ଏହି ସଂସ୍ଥା ସମୁଦ୍ର ଉପରେ ଅଧିକ ଗବେଷଣା କରିଥାଏ । ସମୁଦ୍ରର ପ୍ରକୃତିର ପରିବର୍ତ୍ତନ, ପାଣିପାଗ ପରିବର୍ତ୍ତନ, ଭୌଗଳିକ ପରିବର୍ତ୍ତନ, ସୁନାମି ଇତ୍ୟାଦି ଉପରେ ଗବେଷଣା କରିଥାଏ । 1996ରେ ନ୍ୟାସନାଲ୍ ଡାଟା ବୟ ପ୍ରୋଗ୍ରାମ୍ ନାମକ ଏକ ସିସିଟିଭି ସିଷ୍ଟମ୍ ସ୍ଥାପିତ ହୋଇଥିଲା । ଭାରତ ମହାସାଗରରେ ଆଙ୍କର ଡାଟା ବୟ ମନିଟରିଂ ସିଷ୍ଟମ(Anchor Data Buoy Monitoring Systems) ସ୍ଥାପନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ପ୍ରକାଶଥାଉକି, ଆଙ୍କୋରେଜ୍ ବୟଗୁଡିକ ନିର୍ଦ୍ଦିଷ୍ଟ ସ୍ଥାନଗୁଡିକର ପରିସୀମାକୁ ଚିହ୍ନିବା ପାଇଁ ବ୍ୟବହୃତ ହୁଏ । ଏହା ଡାଟା ବାୟ ସେନ୍ସର ସହିତ ଜଡିତ । ଯାହା ପାଣିପାଗ ଏବଂ ସମୁଦ୍ରର ପରିବର୍ତ୍ତନ ଉପରେ ନଜର ରଖିଥାଏ । ଏହି ପରିପ୍ରେକ୍ଷୀରେ, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ ଟେକ୍ନୋଲୋଜିର ସମୁଦ୍ର ପର୍ଯ୍ୟବେକ୍ଷଣରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ଅରୁଲ ମୁଥାଇ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି, "1997 ମସିହା ଠାରୁ ଆମେ ଭାରତ ମହାସାଗର ଏବଂ ଆରବ ସାଗରରେ ଡାଟା ବୟ ସ୍ଥାପିତ କରି ତଥ୍ୟ ହାସଲ କରୁଛୁ । ଏହି ସୁବିଧା ଆରବ ସାଗର ଏବଂ ବଙ୍ଗୋପ ସାଗରର 12ଟି ଗଭୀର ସମୁଦ୍ର ସ୍ଥାନ ଏବଂ 3ଟି ଉପକୂଳ ସ୍ଥାନରେ ରହିଛି । "

COSTAL BUOY

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ସୁନାମି ବିଷୟରେ ଜାଣିବା ପାଇଁ 7 ଟି ମେସିନ୍ ସ୍ଥାପନ କରାଯାଇଛି । ସେଥିମଧ୍ୟରୁ ବଙ୍ଗୋପସାଗରରେ 5 ଟି ମେସିନ୍ ଏବଂ ଆରବ ସାଗରରେ 2 ଟି ମେସିନ୍ ରହିଛି । ଏହା ମାଧ୍ୟମରେ ମନିଟରିଂ କରାଯାଇଥାଏ । ଏହି ଯନ୍ତ୍ରଗୁଡିକ ଦ୍ବାରା ମିଳୁଥିବା ସୂଚନା ଜାତୀୟ ମହାସାଗର ସୂଚନା ସେବା କେନ୍ଦ୍ରକୁ ପଠାଯାଇଥାଏ । ସେଠାରୁ ପାଣିପାଗ କେନ୍ଦ୍ର ଏବଂ ଅନ୍ୟାନ୍ୟ ବିଭାଗକୁ ଦିଆଯାଇଥାଏ । ସାଟେଲାଇଟ ହେଉଛି ଏକମାତ୍ର ମାଧ୍ୟମ, ଯାହା ଦ୍ବାରା ଗଭୀର ସମୁଦ୍ର ଉପକରଣଗୁଡ଼ିକ ଉପକୂଳ ଅଞ୍ଚଳରେ ରହିଥିବା ନିୟନ୍ତ୍ରଣ କେନ୍ଦ୍ର ସହିତ ସୂଚନା ଆଦାନ ପ୍ରଦାନ କରିପାରିବ । ଏହି ଉପକରଣଗୁଡ଼ିକରୁ ସୂଚନା ପ୍ରତି 3 ଘଣ୍ଟାରେ ସାଟେଲାଇଟକୁ ପଠାଇଥାଏ । ସମୁଦ୍ରରେ ଏହି ଉପକରଣର ନିରବଚ୍ଛିନ୍ନ କାର୍ଯ୍ୟ ପାଇଁ 2 ଟି ବ୍ୟାଟେରୀ ସ୍ଥାପନ କରାଯାଇଛି । ତେବେ ସେଥିମଧ୍ୟରୁ ଗୋଟିଏ ସୂର୍ଯ୍ୟ କିରଣରୁ ବିଦ୍ୟୁତ ଉତ୍ପାଦନ କରିଥାଏ । ଯଦି ସୂର୍ଯ୍ୟକିରଣ ଆଧାରିତ ବ୍ୟାଟେରୀ କାର୍ଯ୍ୟ ନକରିବ ତାହେଲେ ଲିଥିୟମ-ଆୟନ ବ୍ୟାଟେରୀ ସ୍ୱୟଂଚାଳିତ ଭାବରେ କାମ ଆରମ୍ଭ କରିବ ।"

TSUNAMI BUOY

ଏହା ମଧ୍ୟ ପଢନ୍ତୁ: 7 ବର୍ଷ ପରେ ମିଳିଲା ଏୟାରକ୍ରାଫ୍ଟ AN32 ଭଗ୍ନାବଶେଷ, ଜାଣନ୍ତୁ କିଭଳି ରହିଥିଲା ପୁରା ମିଶନ

ଅରୁଲ ମୁଥାଇ କହିଛନ୍ତି, ଏହି ବ୍ୟାଟେରୀଗୁଡ଼ିକ ଏକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିବ । ବୟରେ ସ୍ଥାପିତ ସେନ୍ସର ଗଭୀର ସମୁଦ୍ର ସ୍ରୋତରେ ପରିବର୍ତ୍ତନ ଚିହ୍ନଟ କରିପାରିବ ଏବଂ ସୁନାମି ବିଷୟରେ ଆଗୁଆ ଚେତାବନୀ ଦେଇପାରିବ । ଏହି ଯନ୍ତ୍ର ଗୁଡିକ ଗଭୀର ସମୁଦ୍ରରେ ପ୍ରାୟ 4,000 ମିଟର ଗଭୀରତାରେ ଭୂତଳ କମ୍ପନକୁ ଅନୁଭବ କରିଥାଏ । ସୁନାମି ପରେ ମଧ୍ୟ ସେମାନେ ତଥ୍ୟ ପ୍ରଦାନ ଜାରି ରଖିଥାଆନ୍ତି । ଏହା ଦ୍ବାରା ସୁନାମି କେଉଁ ଅଞ୍ଚଳରେ ହେବ ଏବଂ ଏହାର ପ୍ରଭାବ କଣ ରହିବ ସେ ବିଷୟରେ ଜାଣିପାରିଥାନ୍ତି ବୈଜ୍ଞାନିକ । ତେବେ 2004 ପୂର୍ବରୁ ଭାରତରେ ସୁନାମି ଚେତାବନୀ ଉପକରଣ ନଥିଲା ବୋଲି ବୈଜ୍ଞାନିକ କହିଛନ୍ତି । ତେବେ 1997 ମସିହାରେ ଝଡର ପ୍ରଭାବ ଜାଣିବା ପାଇଁ କେନ୍ଦ୍ର ସରକାର ଡାଟା ବୟ ସ୍ଥାପନ କରିଥିଲେ । ଝଡ କେଉଁ ସମୟ ଏବଂ ସ୍ଥାନ ଉପରେ ପଡ଼ିବ, ଏହାର ପ୍ରଭାବ କ’ଣ ହେବ ଏବଂ କେଉଁଠାରେ ଲ୍ୟାଣ୍ଡଫଲ କରିବ ଏହି ବିଷୟରେ ସୂଚନା ଦେବ । ଠିକ୍ 3 ଦିନ ପୂର୍ବରୁ ପୂର୍ବାନୁମାନ କରିବା ସମ୍ଭବ ଅଟେ ।

CALVAL BUOY

ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହି ବୟ ତଥ୍ୟ ରେକର୍ଡ କରିଥାଏ । ପବନର ବେଗ ଏବଂ ସମୁଦ୍ର ଜଳର ତାପମାତ୍ରା ହେତୁ ଝଡ ସୃଷ୍ଟି ହୋଇଥାଏ । ବୟ ସିଷ୍ଟମ ସମୁଦ୍ରର ଜଳର ତାପମାତ୍ରା ଚିହ୍ନଟ କରିବ ଏବଂ ତଥ୍ୟ ପ୍ରଦାନ କରିଥାଏ । ତେବେ ଝଡ ସମୟରେ ସମୁଦ୍ରର ତାପମାତ୍ରା 26 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ଏହା ମାଧ୍ୟମରେ ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାନୁମାନ କରିବା ଏବଂ ମାନବିକତାର ସୁରକ୍ଷା ପାଇଁ ଟେକ୍ନୋଲୋଜି ଏକ ଉତ୍ତମ ସୁବିଧା ପ୍ରଦାନ କରିଥାଏ ।

ତେବେ ଏନେଇ ବୈଜ୍ଞାନିକ ଅରୁଲ ମୁଥାଇ କହିଛନ୍ତି, "ମତ୍ସ୍ୟଜୀବୀ ତଥା ସମାଜର ସୁବିଧା ପାଇଁ ବୟ ସିଷ୍ଟମ ସମୁଦ୍ରରେ ସ୍ଥାପିତ କରାଯାଇଛି । ଯେଉଁଠାରେ ବୟ ରହିବେ, ସେଠାରେ ମାଛ ଅଧିକା ରହିବେ । ତେବେ ମତ୍ସଜୀବୀମାନେ ଏହାକୁ ଧରିବା ପାଇଁ ଜାଲ ବିଛାଇଥିବା ବେଳେ ଏହା ଶୀଘ୍ର କ୍ଷତିଗ୍ରସ୍ତ ହୋଇଥାଏ। ତେଣୁ କିଛି ମତ୍ସ୍ୟଜୀବୀ ଆଉ ସେଠାକୁ ଯାଆନ୍ତି ନାହିଁ । ତେବେ ପ୍ରାୟ ବୟ ଗୁଡିକ 1 ବର୍ଷ ଧରି କାର୍ଯ୍ୟ କରିବା ପାଇଁ କ୍ଷମତା ରହିଥିଲେ ହେଁ ବେଳେବେଳେ ଏହା 3 ମାସରେ କ୍ଷତିଗ୍ରସ୍ତ ହୋଇଥାଏ । ଏହାପରେ ପୁନ୍ଃ ସ୍ଥାପନ କରାଯାଇଥାଏ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ଏପରି କାର୍ଯ୍ୟରେ ଲିପ୍ତ ନହେବାକୁ ଅନୁରୋଧ କରାଯାଇଛି । ସୁନାମି ଏବଂ ଝଡ ବିଷୟରେ ସୂଚନା ନେଇ ଅନେକ ଦେଶ ମିଳିତ ଭାବେ କାର୍ଯ୍ୟ କରିଥାଆନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details