ଓଡିଶା

odisha

ETV Bharat / technology

6 ଘଣ୍ଟା ମଧ୍ୟରେ 46 ଷ୍ଟାରଲିଙ୍କ ସାଟେଲାଇଟ ଲଞ୍ଚ କଲା ସ୍ସେସଏକ୍ସ

SpaceX Starlink Satellites: ଏଲନ୍ ମସ୍କଙ୍କ ଦ୍ୱାରା ପରିଚାଳିତ ସ୍ପେସ୍ ଏକ୍ସ ସଫଳତାର ସହିତ 46 ଷ୍ଟାରଲିଙ୍କ ସାଟେଲାଇଟ ଲଞ୍ଚ କରିଛି । ଅଧିକ ପଢନ୍ତୁ

Starlink Satellites
Starlink Satellites

By ETV Bharat Odisha Team

Published : Mar 11, 2024, 7:49 PM IST

ହାଇଦ୍ରାବାଦ:ଏଲନ ମସ୍କଙ୍କ ଏରୋସ୍ସେସ କମ୍ପାନୀ ସ୍ପେସଏକ୍ସ 6 ଘଣ୍ଟା ମଧ୍ୟରେ 46 ଷ୍ଟାରଲିଙ୍କ ସାଟେଲାଇଟକୁ ଲଞ୍ଚ କରିଛି । ନିମ୍ନ କକ୍ଷପଥରେ ଏହାକୁ ଉତକ୍ଷେପଣ କରାଯାଇଛି । ଏନେଇ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏକ ବିବୃତ୍ତିରେ କୁହାଯାଇଛି, ଫ୍ଲୋରିଡା କାନାଭେରାଲ ସ୍ପେସ ଫୋର୍ସ ଷ୍ଟେସନର ସ୍ସେସ ଲଞ୍ଚ କମ୍ପ୍ଲେକ୍ସ 40ରୁ(SLC-40) ଫାଲକନ ରକେଟ 9 ସାହାଯ୍ୟରେ ଏହାର ଉତକ୍ଷେପଣ କରାଯାଇଛି । ପ୍ରଥମେ 23ଟି ସାଟେଲାଇଟକୁ ଭାରତୀୟ ସମୟ ସକାଳ 4ଟା 35ରେ ଉତକ୍ଷେପଣ କରାଯାଇଥିଲା ।

କମ୍ପାନୀ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, "ଏହି ମିଶନକୁ ସମର୍ଥନ କରୁଥିବା ରକେଟର ଏହା ଏକାଦଶ ଉଡାଣ ରହିଥିଲା । ପ୍ରଥମେ କ୍ରୁ-5, ଜିପିଏସ 3 ସ୍ପେସ ଭେଇକଲ 6, ଇନମାରସାଟ I6-F2, CRS-28, ଇଣ୍ଟେଲସାଟ ଜି -37, NG-20 ଲଞ୍ଚ ହୋଇଥିବା ବେଳେ ବର୍ତ୍ତମାନ 5ଟି ଷ୍ଟାରଲିଙ୍କ ସାଟେଲାଇଟ ଲଞ୍ଚ କରାଯାଇଛି । ଉଡାଣ ଭରିବାର ପ୍ରାୟ 8.5 ମିନିଟ ପରେ ଫାଲକନ ରକେଟ 9ର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ପ୍ରଥମ ଭାଗ ପୃଥିବୀ ପୃଷ୍ଠକୁ ଫେରି ଆସିଥିଲା । ସ୍ସେସ ଏକ୍ସ ଡ୍ରୋନ୍ ଜାହାଜ ଏକ ଭୂଲମ୍ବ ଅବତରଣ(Vertical landing) କରିଥିଲା । "

ଏହା ମଧ୍ୟ ପଢନ୍ତୁ: Amazon Project Kuiper: ସ୍ପେସ୍ ଇଣ୍ଟରନେଟ୍ ସେବା ଯୋଗାଇବା ପାଇଁ ଆମାଜନ ଲଞ୍ଚ କଲା ପ୍ରଥମ ସାଟେଲାଇଟ

ସାଟେଲାଇଟ ଉତକ୍ଷେପଣର ଏକ ଘଣ୍ଟା ପରେ ସ୍ସେସ ଏକ୍ସ ପକ୍ଷରୁ ଏକ ଟ୍ବିଟରେ କୁହାଯାଇଛି, "23ଟି ସାଟେଲାଇଟର ଉତକ୍ଷେପଣ ସଫଳ ହୋଇଛି । ଅନ୍ୟପଟେ 23ଟି ଷ୍ଟାରଲିଙ୍କ ସାଟେଲାଇଟର ଦ୍ବିତୀୟ ସେଟ୍ ଭାରତୀୟ ସମୟ 9.39 ସମୟରେ ଉତକ୍ଷେପଣ କରାଯାଇଥିଲା । ପ୍ରକାଶଥାଉକି ଗତ ସପ୍ତାହରେ ସ୍ସେସଏକ୍ସ 23 ଷ୍ଟାରଲିଙ୍କ ଇଣ୍ଟରନେଟ ସାଟେଲାଇଟର ଉତକ୍ଷେପଣ କରିଥିଲା ।

ଏହା ମଧ୍ୟ ପଢନ୍ତୁ:ମିଶନ ମହାକାଶ: 51ଟି ଷ୍ଟାରଲିଙ୍କ୍‌ ସାଟେଲାଇଟ ଲଞ୍ଚ୍‌ କଲା SpaceX

ପ୍ରକାଶଥାଉକି, 2022 ମସିହାରେ ଏକାଥରେ 21ଟି ଷ୍ଟାରଲିଙ୍କ ସାଟେଲାଇଟ ଲଞ୍ଚ କରିଥିଲା ସ୍ସେସଏକ୍ସ ।ଏଲନ୍ ମସ୍କଙ୍କ ଦ୍ୱାରା ପରିଚାଳିତ ସ୍ପେସ୍ ଏକ୍ସ ସଫଳତାର ସହ 51ଟି ଷ୍ଟାରଲିଙ୍କ ସାଟେଲାଇଟକୁ(Starlink satellites) ମହାକାଶକୁ ଉତକ୍ଷେପଣ କରିଥିଲା । ଫାଲକନ୍ 9 ରକେଟ୍ ଆମେରିକାର ଫ୍ଲୋରିଡାର କେପ୍ କାନଭେରାଲ୍ ସ୍ପେସ୍ ଫୋର୍ସ ଷ୍ଟେସନରେ ସ୍ପେସ୍ ଲଞ୍ଚ କମ୍ପ୍ଲେକ୍ସ-40ରୁ (SLC-40) କକ୍ଷପଥରେ 51 ଷ୍ଟାରଲିଙ୍କ ସାଟେଲାଇଟ ଏବଂ ସ୍ପେସ୍ ଫ୍ଲାଇଟର ଶେର୍ପା- LTC ଉତକ୍ଷେପଣ କରିଥିଲା । ଏହା ପୂର୍ବରୁ SpaceX ଏହାର ଷ୍ଟାରଲିଙ୍କ ବ୍ରଡବ୍ୟାଣ୍ଡ ଉପଗ୍ରହର 54ଟି କକ୍ଷପଥରେ ଉତକ୍ଷେପଣ କରି ସମୁଦ୍ରରେ ଥିବା ଏକ ଜାହାଜରେ ଏକ ରକେଟ୍ ଅବତରଣ କରିଥିଲା ।

ABOUT THE AUTHOR

...view details