ହାଇଦ୍ରାବାଦ:ଦେଶରେ ବିଦ୍ୟୁତ ବ୍ୟବହାର ଡିମାଣ୍ଡ ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ଏପରି ସ୍ଥିତିରେ ବିଦ୍ୟୁତ ବଞ୍ଚାଇବା ମଧ୍ୟ ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ । ଅଯଥା ବିଦ୍ୟୁତ ବ୍ୟୟ କରିବା ଉଚିତ ନୁହେଁ । ଫଳରେ ଆମର ଆଗାମୀ ପିଢିଙ୍କୁ ଏଥିପ୍ରତି କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ଯେପରି ନ ପଡେ । ଅନ୍ୟପଟେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଛି । ଫଳରେ ବିଦ୍ୟୁତ ବିଲ୍ ଅଧିକ ଆସିବା ସତ୍ତ୍ବେ ଲୋକେ ବାଧ୍ୟ ହୋଇ ଫ୍ୟାନ ବା ଏସି ଅନବରତ ବ୍ୟବହାର କରୁଛନ୍ତି । ତେବେ ଏପରି ସ୍ଥଳେ ଆପଣ କଣ କରିବେ ? କିପରି ଇଲେକ୍ଟ୍ରି ବିଲ୍କୁ କମ କରି ଅର୍ଥ ସଞ୍ଚୟ କରିପାରିବେ । ଆଜି ଆମେ ଆପଣଙ୍କୁ ଏ ସମ୍ପର୍କରେ କହିବାକୁ ଯାଉଛି ।
LED ଲାଇଟ୍ ବ୍ୟବହାର କରନ୍ତୁ:- ପାରମ୍ପରିକ ଇନକାଣ୍ଡେସେଣ୍ଟ ବଲ୍ବ ବ୍ୟବହାରରୁ ଦୂରେଇ ରୁହନ୍ତୁ । ଏହା ଅଧିକ ବିଦ୍ୟୁତ ଖର୍ଚ୍ଚ କରିଥାଏ । ଏଣୁ ଆପଣ ଏହା ପରିବର୍ତ୍ତେ LED ଲାଇଟ୍ର ବ୍ୟବହାର କରିପାରିବେ । ଏଲଇଡି ବଲ୍ବରେ କମ ବିଦ୍ୟୁତ ଖର୍ଚ୍ଚ ହେଉଥିବାରୁ ବିଲ୍ ମଧ୍ୟ କମ ଆସିଥାଏ । ପାରମ୍ପରିକ ହଳଦିଆ ଲାଇଟ୍ ତୁଳନାରେ ଏଲଇଡି ଲାଇଟ୍ 90% କମ ଶକ୍ତିର ଉପଯୋଗ କରିଥାଏ ।
ବିଦ୍ୟୁତ୍ ଉପକରଣକୁ Unplug କରନ୍ତୁ:- ଶକ୍ତି ବ୍ୟବହାର ହ୍ରାସ କରିବାକୁ ଆପଣ ମୋବାଇଲ ଚାର୍ଜର, ଟିଭି, କମ୍ପ୍ୟୁଟର ଓ ଅନ୍ୟ ବୈଦ୍ୟୁତିକ ଉପକରଣର ପ୍ଲଗକୁ ବ୍ୟବହାର ପରେ ବାହାର କରିଦିଅନ୍ତୁ । ଅନେକ ସମୟରେ ମୋବାଇଲ ଚାର୍ଜ ହେବା ପରେ ଏହାର ଚାର୍ଜର ସେପରି ପ୍ଲଗ ହୋଇ ରହିଥାଏ । ଆପଣ ସ୍ବିଚ ଅଫ୍ ନ କଲେ ଏଥିରେ ବିଦ୍ୟୁତ ପ୍ରବାହିତ ହୋଇଥାଏ, ଯାହାଦ୍ବାରା ଶକ୍ତିର ଉପଯୋଗ ହୁଏ । ଏଣୁ ଆପଣ ଏହାକୁ ବ୍ୟବହାର ପରେ ଅନପ୍ଲଗ୍ କରିବା ଆବଶ୍ୟକ ।