ETV Bharat / technology

ଭାରତ ବଜାରରେ ଏଣ୍ଟ୍ରି ମାରିଲା Mercedesର ଇଲେକ୍ଟ୍ରିକ କାର; ଆଜି ଲଞ୍ଚ - Mercedes Benz EQS SUV Launch

author img

By ETV Bharat Tech Team

Published : Sep 16, 2024, 10:53 AM IST

Mercedes Benz EQS: ନୂଆ ଇଲେକ୍ଟ୍ରିକ କାର ଆଣିଲ ଲକ୍ସରୀ କାର ନିର୍ମାତା କମ୍ପାନୀ ମର୍ସିଡିଜ ବେଞ୍ଜ । ଏହି କାରଟି ଆଜି ଲଞ୍ଚ ହେବାକୁ ଯାଉଛି । କାରର ଟପ୍‌ ସ୍ପିଡ ରହିଛି 210kph । ଏହି ଲକ୍ସରୀ କାରର ଦାମ କେତେ ଜାଣନ୍ତୁ...

Mercedes Benz EQS
Mercedes Benz EQS (Mercedes Benz)

ହାଇଦ୍ରାବାଦ: ଲକ୍ସରୀ କାର ନିର୍ମାଣ କରୁଥିବା କମ୍ପାନୀ ମର୍ସିଡିଜ-ବେଞ୍ଜ ଭାରତୀୟ ବଜାରରେ ଧମାକା କରିବାକୁ ଯାଉଛି । କମ୍ପାନୀ ନିଜର ଇଲେକ୍ଟ୍ରିକ୍‌ ଭେହିକଲ ଲାଇନଅପ୍‌କୁ ବିସ୍ତାର କରି ଆଜି Mercedes Benz EQS ଲଞ୍ଚ କରିବାକୁ ଯାଉଛି । ଏହି କାରଟି ନୂଆ ଫିଚର୍ସ ସହିତ ବେଶ ଆରାମଦାୟକ ଅନୁଭବ ପ୍ରଦାନ କରିବ । ତେବେ ଏହାର ଦାମ କେତେ, ଫିଚର୍ସ ଓ ରେଞ୍ଜ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା ।

ନୂଆ Mercedes Benz EQSରେ କଣ ଖାସ ?

  • କମ୍ପାନୀର ଇଲେକ୍ଟ୍ରିକ କାର ଲାଇନଅପରେ ଏହା 6ଷ୍ଠ କାର ହେବାକୁ ଯାଉଛି, ଯାହାକୁ ଭାରତରେ ଲଞ୍ଚ କରାଯିବ ।
  • ଏଥିରେ 118kWh ଲିଥିୟମ-ଆୟନ ବ୍ୟାଟେରୀ ପ୍ୟାକ୍‌ ରହିଛି ।
  • କାରର ଟପ ସ୍ପିଡ ଘଣ୍ଟା ପ୍ରତି 210 କିଲୋମିଟର ରହିଛି ।
  • LED ହେଡଲ୍ୟାମ୍ପ
  • ବ୍ୟାଟେରୀ କେପାସିଟି- 107.8 kWh
  • ସର୍ବାଧିକ ଟର୍କ- 855Nm

କୋ-ଡ୍ରାଇଭର ଡିସପ୍ଲେ: କାର ଭିତରେ ଆପଣ MBUX ହାଇପରସ୍କ୍ରିନ୍ ନାମକ ଏକ ବଡ଼ ପ୍ୟାନେଲ୍ ପାଇବେ, ଯାହା ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର, ସେଣ୍ଟର୍ ଟଚ୍ ସ୍କ୍ରିନ୍ ଏବଂ କୋ-ଡ୍ରାଇଭର ଡିସପ୍ଲେ ସହିତ ସଂଯୁକ୍ତ ।

ବାହାର ଡିଜାଇନ: ନୂତନ ମର୍ସିଡିଜ୍-ବେଞ୍ଜ୍ EQSର ବାହାର ଡିଜାଇନ୍ ବିଷୟରେ କହିଲେ ଏଥିରେ ଏକ କଳା ପ୍ୟାନେଲ୍ ଗ୍ରୀଲ୍, ଆଙ୍ଗୁଲାର LED ହେଡଲାଇଟ୍ସ ଓ 7ଟି ଫ୍ରଣ୍ଟ LED ଲାଇଟ୍‌ ବାର୍‌ ଦିଆଯାଇଛି । ପରିମାପ ସମ୍ପର୍କରେ ଆଲୋଚନା କଲେ, EQS SUVର ଲମ୍ବ 5,125 ମିମି, ମୋଟେଇ 1,959 ମିମି ଏବଂ ଉଚ୍ଚତା 1,718 ମିମି । ଏହା ମର୍ସିଡିଜ୍-ବେଞ୍ଜ୍ GLS SUVଠାରୁ 82 ମିମି ଛୋଟ ଓ 3ମିମି ଚଉଡା ।

ଭିତର ଡିଜାଇନ: କାର ଭିତରେ ହାଇପରସ୍କ୍ରିନ ସେଟଅପ୍‌ ଦିଆଯାଇପାରେ । ଯେଉଁଥିରେ 12.3 ଇଞ୍ଚର ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଓ 17.7 ଇଞ୍ଚର ସେଣ୍ଟ୍ରାଲ ଇନଫୋଟେନମେଣ୍ଟ ସ୍କ୍ରିନ ମିଳିବ । ଏହାବାଦ 12.3 ଇଞ୍ଚର ଫ୍ରଣ୍ଟ ପାସେଞ୍ଜର ସ୍କ୍ରିନ ମଧ୍ୟ ରହିବ । ସହଜ ନାଭିଗେସନ ପାଇଁ ହେଡ-ଅପ ଡିସପ୍ଲେ ଅପସନ ରହିପାରେ ।

ଦାମ କେତେ ରହିବ ?

ରିପୋର୍ଟ ଅନୁସାରେ ଭାରତୀୟ ବଜାରରେ Mercedes Benz EQSର ଦାମ 1.80କୋଟି ଟଙ୍କା (ଏକ୍ସ-ରୁମ) ଲଞ୍ଚ କରାଯାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.