ETV Bharat / state

ରତ୍ନଭଣ୍ଡାରର ହେବ GPR ସର୍ଭେ, ଏହି ଦିନ ସୁଦ୍ଧା କାମ ସାରିବା ପାଇଁ ତଦାରଖ କମିଟି ଅଧ୍ୟକ୍ଷଙ୍କ ଅନୁରୋଧ - Ratna Bhandar Inspection

author img

By ETV Bharat Odisha Team

Published : 21 hours ago

Srimandir Ratna Bhandar Preliminary Inspection: ରତ୍ନଭଣ୍ଡାର ଯାଞ୍ଚ କରି ଫେରିବା ପରେ ଏହି ବଡ଼ ସୂଚନା ଦେଲେ ଏଏସଆଇ ଏଡିଜି କଞ୍ଜରଭେଶନ, ଶ୍ରୀମନ୍ଦିର ପ୍ରଶାସକ ଓ ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ । ଅଧିକ ପଢ଼ନ୍ତୁ

Srimandir Ratna Bhandar Preliminary Inspection
Srimandir Ratna Bhandar Preliminary Inspection (ETV Bharat Odisha)

ପୁରୀ: ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ଯାଞ୍ଚ ଓ ଟେକ୍ନିକାଲ ଯାଞ୍ଚ କାର୍ଯ୍ୟ । ପ୍ରଥମ ଦିନରେ ରତ୍ନଭଣ୍ଡାରର ଲେଜର୍ ସ୍କାନିଂ, ରାଡାର ସର୍ଭେ କରାଯାଇଛି । ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସ୍ଥିତି ଜାଣିବା ପାଇଁ ଖୁବଶୀଘ୍ର ଜିପିଆର (Ground Penetrating Radar) ସର୍ଭେ ହେବ । ରତ୍ନଭଣ୍ଡାରର ପ୍ରାରମ୍ଭିକ ଯାଞ୍ଚ ସରିବା ପରେ ସୂଚନା ଦେଇଛନ୍ତି ଏଏସଆଇ ବିଶେଷଜ୍ଞ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ରତ୍ନଭଣ୍ଡାର ତାଦରଖ କମିଟିର ଅଧ୍ୟକ୍ଷ । ଆଜି ଯାଞ୍ଚ ବେଳେ ରତ୍ନଭଣ୍ଡାରରେ ଗୁପ୍ତ କୋଠରୀ କିମ୍ବା ଗୁପ୍ତ ସୁଡ଼ଙ୍ଗ କିଛି ମିଳି ନଥିବା ଏଏସଆଇ ବିଶେଷଜ୍ଞ ଟିମ୍ ମୂଖ୍ୟ ଓ ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ କହିଛନ୍ତି । ଏହା ଜାଣିବାକୁ ହେଲେ ରତ୍ନଭଣ୍ଡାର GPR ସର୍ଭେ ଆବଶ୍ୟକ ରହିଛି । ଗତ ଜୁଲାଇ ୧୪ ଓ ୧୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିବା ଅଳଙ୍କାରକୁ ଶ୍ରୀମନ୍ଦିର ଭିତରେ ଥିବା ଖଟ ଶେଯ ଓ ଚାଙ୍ଗଡ଼ା ଗୃହକୁ ସ୍ଥାନାନ୍ତର ସହ କଡ଼ା ସୁରକ୍ଷାରେ ରଖାଯାଇଛି । ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ଶେଷ ପରେ ରତ୍ନ ଅଳଙ୍କାର ଗଣତି ହେବ ।

ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ (ETV Bharat Odisha)
ରତ୍ନଭଣ୍ଡାରର ହେବ GPR ସର୍ଭେ:

ଏନେଇ ଏଏସଆଇ ଏଡିଜି କଞ୍ଜରଭେଶନ ଜାନଭିଜ ଶର୍ମା କହିଛନ୍ତି, "ଏଏସଆଇ ବିଶେଷଜ୍ଞ ଟିମ୍ ଆଜି ଭଣ୍ଡାରର ଲେଜର ସ୍କାନିଂ ଓ ରାଡାର ସର୍ଭେ କାର୍ଯ୍ୟ କରିଛନ୍ତି । ନ୍ୟାସନାଲ ଜିଓ ଫିଜିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ହାଇଦ୍ରାବାଦର ମୁଖ୍ୟ ବୈଜ୍ଞାନିକ ଆଜି ରତ୍ନଭଣ୍ଡାର ରାଡାର ସର୍ଭେ କାର୍ଯ୍ୟ ବେଳେ ଉପସ୍ଥିତ ରହିଥିଲେ । ଏହାକୁ ଡକ୍ୟୁମେଣ୍ଟେସନ୍‌ କରାଯିବ । ପୁଣି ଆମର ବିଶେଷଜ୍ଞ ଟିମ୍ ଆସି ରତ୍ନଭଣ୍ଡାରର GPR ସର୍ଭେ କାର୍ଯ୍ୟ କରିବ । ଏହି କାର୍ଯ୍ୟ ସମ୍ପନ୍ନ ହେବା ଦ୍ୱାରା ଅଗାମୀ ଦିନରେ ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ ନେଇ ବହୁତ୍ ଫାଇଦା ମିଳିବ । ରତ୍ନଭଣ୍ଡାର ଯାଞ୍ଚ କାର୍ଯ୍ୟ ଅଧୁରା ରହିଛି । ଲେଜର ଓ ରାଡାର ସର୍ଭେରେ ଆସିଥିବା ତଥ୍ୟକୁ ଆମେ ଅନୁଧ୍ୟାନ କରିବୁ । ପରେ GPR ସର୍ଭେ ପରେ ରତ୍ନଭଣ୍ଡାରର ପ୍ରକୃତ ସ୍ଥିତି ସମ୍ପର୍କରେ ତଥ୍ୟ ମିଳିପାରିବ । ଆଜି ରତ୍ନଭଣ୍ଡାରରେ କିଛି ସୁଡ଼ଙ୍ଗ, ଗୁପ୍ତ କୋଠରୀ ଥିବା ଜଣାପଡିନାହିଁ । GPR ସର୍ଭେ ଶେଷ ପରେ ରତ୍ନଭଣ୍ଡାରରେ କିଛି ସୁଡ଼ଙ୍ଗ, ଗୁପ୍ତ କୋଠରୀ ଅଛି କି ନାହିଁ ତାହା ଜଣାପଡ଼ିବ ।"

ଅରବିନ୍ଦ ପାଢୀ (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ରତ୍ନଭଣ୍ଡାର ଯାଞ୍ଚ ଶେଷ, ବାହାରିଲେ ଟିମ୍‌ - Ratna Bhandar Inspection

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ବଡ ଖବର; ଏହି ଦିନ ଖାଲି ଆଲମିରା-ସିନ୍ଦୁକ ସ୍ଥାନାନ୍ତରଣ, ବନ୍ଦ ରହିବ ଜଗା ଦର୍ଶନ - Ratna Bhandar articles to transfer

କ'ଣ କହିଲେ ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ:

ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, "ରଥଭଣ୍ଡାରରେ ସୁଡ଼ଙ୍ଗ ଅଛି କି ନାହିଁ ତାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି । ଏହାକୁ ନେଇ ଆଜି ପ୍ରାଥମିକ ଅନୁସନ୍ଧାନ କରାଯାଇଛି । ଏଏସଆଇର ଦକ୍ଷ ବିଶେଷଜ୍ଞ ଟିମ୍ ରତ୍ନଭଣ୍ଡାରର ପ୍ରାରମ୍ଭିକ ଯାଞ୍ଚ କରିଛନ୍ତି । ବହୁତ ପରୀକ୍ଷା ନିରୀକ୍ଷା ହୋଇଥଲା । ସର୍ବେକ୍ଷଣ ସମ୍ପୂର୍ଣ୍ଣ ହୋଇନାହିଁ । ସମ୍ପୂର୍ଣ୍ଣ ସର୍ବେକ୍ଷଣ ସରିନଥିବା ହେତୁ କୌଣସି ନିଷ୍କର୍ଷରେ ଆମେ ପହଞ୍ଚି ପାରିନାହୁଁ । ଆଗାମୀ ଦିନରେ GPR ସର୍ଭେ ପରେ ରତ୍ନଭଣ୍ଡାରର ପ୍ରକୃତ ସ୍ଥିତି ଜଣାପଡ଼ିବ । ରତ୍ନଭଣ୍ଡାରର ଲେଜର ସ୍କାନିଂ ସହ ଫଟୋ ଉଠାଯାଇଛି । ବିଶେଷଜ୍ଞ ଟିମ ଏହାକୁ ଅନୁଧ୍ୟାନ କରିବ । ଆଗାମୀ GPR ସର୍ଭେ କେବେ ହେବ, କେଉଁ ମେସିନ ଲାଗିବ ସର୍ବେକ୍ଷଣ ପାଇଁ ତାହା ନିଷ୍ପତ୍ତି ହେବ । ଶୀଘ୍ର ଏହି କାର୍ଯ୍ୟ ସାରିବାକୁ ଅନୁରୋଧ କରାଯାଇଛି । ଆସନ୍ତା ୨୫ ତାରିଖ ଭିତରେ ରତ୍ନଭଣ୍ଡାର ସର୍ଭେ କାମ ସରିବା ପାଇଁ ଆମକୁ ଆଶ୍ବସନା ଦେଇଛନ୍ତି । ୨୫ ତାରିଖରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେଉଥିବାରୁ ଆଉ ସର୍ଭେ କାମ କରିହେବ ନାହିଁ । ତେଣୁ ଶୀଘ୍ର ସାରିବା ପାଇଁ ଆମେ ଅନୁରୋଧ କରିଛୁ ।"

ଜାନଭିଜ ଶର୍ମା (ETV Bharat Odisha)
ଏହା ମଧ୍ୟ ପଢ଼ନ୍ତୁ...୧୮ରେ ରତ୍ନଭଣ୍ଡାର ଯାଞ୍ଚ, ଶ୍ରୀମନ୍ଦିର ପ୍ରଶାସନକୁ ASIର ସୂଚନା - ASI to Inspect Ratnabhandar

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା:

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, "ଆଜି ମହାପ୍ରଭୁଙ୍କ ଦୟାରୁ ରତ୍ନଭଣ୍ଡାରର ପ୍ରାଥମିକ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ଏଏସଆଇର ବିଶେଷଜ୍ଞ ଟିମ ଏହି ଯାଞ୍ଚ କରିଛନ୍ତି । ଟେକ୍ନିକାଲ ସର୍ଭେ, ଲେଜର ସର୍ଭେ କରଯାଇଛି । ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୩ ଘଣ୍ଟା ଧରି ଏହି ଯାଞ୍ଚ କାର୍ଯ୍ୟ କରିଥିଲେ । ଏହି ଯାଞ୍ଚ କାର୍ଯ୍ୟକୁ ଆମେ ମଧ୍ୟ ଅନୁଧ୍ୟାନ କରିଥିଲୁ । ଆଗାମୀ ଦିନରେ ବିଶେଷଜ୍ଞ ଟିମ୍ ଆହୁରି ରାଡ଼ାର ସର୍ଭେ କରିବେ । ଏନେଇ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ୍ ଆମକୁ ପ୍ରଦାନ କରିବେ । ଏହାକୁ ଆମେ ରାଜ୍ୟ ସରକାରଙ୍କୁ ପ୍ରଦାନ୍ କରିବୁ । ପରେ ସରକାରଙ୍କ SOP ଅନୁଯାୟୀ ଏଏସଆଇ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କରିବ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.