ETV Bharat / technology

ଇତିହାସରେ ପ୍ରଥମ; ମହାକାଶରେ ସ୍ପେଶୱାକ୍‌ କଲେ ସାଧାରଣ ନାଗରିକ - First Private Spacewalk

author img

By ETV Bharat Odisha Team

Published : Sep 13, 2024, 5:12 PM IST

First Private Spacewalk: ସ୍ପେସ୍ ଏକ୍ସର ପୋଲାରିସ୍ ଡନ୍ ମିଶନ ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ଜଣେ ସାଧାରଣ ନାଗରିକ ପୃଥିବୀଠାରୁ 737 କିମି ଉଚ୍ଚରେ ମହାକାଶରେ ଚାଲିଛନ୍ତି । ମିଶନ କମାଣ୍ଡର ଜାରେଡ୍ ଆଇଜାକମ୍ୟାନ ଏକ ଆଡଭାନ୍ସଡ ପ୍ରେସରାଇଜଡ୍‌ ସୁଟରେ ପ୍ରଥମ ସ୍ପେଶୱାକ୍‌ କରିଛନ୍ତି । ଅଧିକ ପଢନ୍ତୁ

First Private Spacewalk
First Private Spacewalk (Etv Bharat)

କେପ କେନଭେରାଲ: ଏଲନ ମସ୍କଙ୍କ ରକେଟ୍‌ ନିର୍ମାତା କମ୍ପାନୀ ସ୍ପେଶ ଏକ୍ସ (SpaceX) ଅନ୍ୟ ତିନି ଜଣଙ୍କ ସହିତ ଜଣେ କୋଟିପତିଙ୍କୁ ସ୍ପେଶୱାକ୍‌ (Spacewalk) ପାଇଁ ପଠାଇଛି । ଏକ 'ସ୍ପେଶ୍‌ ୱାକ୍‌' ସ୍ପେଶ୍‌ ଫ୍ଲାଇଟର ସବୁଠାରୁ ବିପଜ୍ଜନକ ରୂପ ଭାବରେ ବିବେଚନା କରାଯାଏ । ମିଶନ କମାଣ୍ଡର ଜାରେଡ୍ ଆଇଜାକମ୍ୟାନ୍ ଏବଂ ସ୍ପେଶ୍‌ ଏକ୍ସର ସାରା ଗିଲ୍ସ ଏହି ସ୍ପେଶୱାକ୍‌ କରିଥିବା ବେଳେ ପାଇଲଟ୍ ସ୍କଟ୍ କିଡ୍ ପୋଟେଟ୍ ଏବଂ ସ୍ପେଶ୍‌ ଏକ୍ସର ଅନ୍ନା ମେନନ୍ ଭିତରେ ଥାଇ ସ୍ପେଶ୍‌ ୱାକକୁ ଦେଖିଥିଲେ ।

ମହାକାଶରେ ୱାକିଂ:- ପ୍ରଥମ ଥର ପାଇଁ ଜଣେ ସାଧାରଣ ନାଗରିକ ପୃଥିବୀଠାରୁ 737 କିଲୋମିଟର ଉଚ୍ଚରେ ମହାକାଶରେ ସ୍ପେଶ୍‌ ୱାକ୍‌ କରିଛନ୍ତି । ଆଇଜାକମ୍ୟାନ୍ ଏବଂ ତାଙ୍କ ସହଯୋଗୀମାନେ ସ୍ପେଶକ୍ରାଫ୍ଟର ହ୍ୟାଚ୍ ଖୋଲିବା ପୂର୍ବରୁ ସେମାନଙ୍କ କ୍ୟାପସୁଲକୁ ଡିପ୍ରେସରାଇଜ ହେବାକୁ ଅପେକ୍ଷା କରିଥିଲେ । ଏହା ପରେ ଆଇଜାକମ୍ୟାନ୍ ବାହାରକୁ ଆସି ସ୍ପେଶ୍‌ ୱାକ କରିବା ସହ ଇତିହାସ ସୃଷ୍ଟି କରିଥିଲେ । ମହାକାଶରେ ଚାଲିବା ବ୍ୟକ୍ତିଙ୍କ ମଧ୍ୟରେ ଆଇଜାକମ୍ୟାନ ଜଣେ ହୋଇପାରିଛନ୍ତି । ସ୍ପେଶୱାକ୍‌ କରିବା ସମୟରେ ଆଇଜାକମ୍ୟାନ କହିଥିଲେ, "ଘରକୁ ଫେରିବା ପରେ ଆମ ସମସ୍ତଙ୍କୁ ଅନେକ କାମ କରିବାକୁ ପଡ଼ିବ ।"

Also Read: ଆଜି ପୃଥିବୀକୁ ମହାକାଶରୁ ସମ୍ବୋଧିତ କରିବେ ସୁନୀତା ୱିଲିୟମ୍ସ; ଫସିଛନ୍ତି ସ୍ପେଶ ଷ୍ଟେସନରେ

5ଦିନିଆ ସ୍ପେଶ ଯାତ୍ରା:- ଆଇଜାକମ୍ୟାନ ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେଶ୍‌ ଏକ୍ସ ସହିତ ଏକ 5 ଦିନିଆ ସ୍ପେଶ୍‌ ଟ୍ରିପ୍ ପ୍ରାୟୋଜିତ କରିଛନ୍ତି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାଣିଜ୍ୟିକ 'ସ୍ପେଶ୍‌ ୱାକ୍‌' କରିବା । ମହାକାଶରେ ଶୂନ୍ୟ ସ୍ଥାନରୁ ନିଜକୁ ରକ୍ଷା କରିବା ପାଇଁ ମହାକାଶକୁ ୟାଇଥିବା ଏହି 4ଜଣ ସ୍ପେଶ୍‌ ଏକ୍ସର ନୂତନ ସ୍ପେଶ୍‌ ୱାକିଂ ସୁଟ୍ ପିନ୍ଧିଥିଲେ । ସେ ମଙ୍ଗଳବାର ଫ୍ଲୋରିଡାରୁ ମହାକାଶକୁ ଯାତ୍ରା କରିଛନ୍ତି । ପ୍ରଥମେ ଆଇଜାକମ୍ୟାନ୍‌ କ୍ୟାପସୁଲରୁ ବାହାରିଥିଲେ । ସେ ପ୍ରାୟ 15 ମିନିଟ୍ ପାଇଁ ବାହାରକୁ (ଅର୍ଥାତ ମହାକାଶ) ଆସି ଚାଲିଥିଲେ । ତା’ପରେ ସ୍ପେଶ୍‌ ଏକ୍ସ ଇଞ୍ଜିନିୟର ସାରା ଗିଲ୍ସ ବାହାରକୁ ଆସି ୱାକିଂ କରିଥିଲେ ।

Also Read: Elon Musk's Mars Dream: ଆଉ ଦୂର ନୁହଁ ମଙ୍ଗଳ ଗ୍ରହ; 2028ରେ ମଣିଷକୁ ପଠାଇବାକୁ ଯୋଜନା କରୁଛନ୍ତି ଏଲନ

ସେପ୍ଟେମ୍ବର 10ରେ ଲଞ୍ଚ:- ଏହି ମିଶନର ଶୁଭାରମ୍ଭ ତିନିଥର ସ୍ଥଗିତ ରଖାଯାଇଥିଲା । ପୋଲାରିସ୍ ଡନ୍ ମିଶନ୍ ଅଗଷ୍ଟ 26ରେ ଆରମ୍ଭ ହେବାର ଥିଲା । ଏକ ତ୍ରୁଟି ଚିହ୍ନଟ ହେବା ପୂର୍ବରୁ ସ୍ପେଶକ୍ରାଫ୍ଟ ଉଡ଼ାଣ ପୂର୍ବରୁ ଯେଉଁ ଯାଞ୍ଚ ହୁଏ ତାହାକୁ ସ୍ଥଗିତ ରଖାଯାଇଥିଲା । ତା’ପରେ ହିଲିୟମ୍ ଲିକ୍ ଯୋଗୁଁ ଅଗଷ୍ଟ 27 ଲଞ୍ଚକୁ ପୁଣି ଥରେ ସ୍ଥଗିତ ରଖାଗଲା । ଏହି ଯୋଜନା 28ରେ କରାଯାଇଥିଲା, କିନ୍ତୁ ଖରାପ ପାଗ ୟୋଗୁଁ ଏହି ଯାତ୍ରା ହୋଇପାରିଲା ନାହିଁ । ଫଳରେ ଲଞ୍ଚକୁ ସ୍ଥଗିତ ରଖାଯାଇଥିଲା । ସ୍ପେଶ୍‌ ଏକ୍ସ କେପ କେନଭେରାଲରୁ 10 ସେପ୍ଟେମ୍ବର 2024ରେ ଲଞ୍ଚ ହୋଇଥିଲା । ଏଥିଲାଗି ଫାଲକନ୍-9 ରକେଟର ସାହାଯ୍ୟ ନିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.