ହାଇଦ୍ରାବାଦ:ଏବେ ଧନୀ ହୁଅନ୍ତୁ କି ଗରିବ ସମସ୍ତଙ୍କ ହାତରେ ରହିଛି ସ୍ମାର୍ଟଫୋନ । ମୋବାଇଲ ମାଧ୍ୟମରେ ସବୁକିଛି କାମ ସହଜରେ ହୋଇପାରୁଛି । ଏଣୁ ବିଭିନ୍ନ ଲୋକ ନିଜ ବଜେଟ ଅନୁସାରେ ମୋବାଇଲ ଫୋନ କିଣୁଛନ୍ତି । ବଜାରରେ ବିଭିନ୍ନ ଦାମର ସମସ୍ତଙ୍କ ପକେଟକୁ ସୁହାଇବା ଭଳି ମଡେଲ ମଧ୍ୟ ବିକ୍ରି ହେଉଛି । ଗତ କିଛି ବର୍ଷ ମଧ୍ୟରେ ସାମସଙ୍ଗ ମୋବାଇଲର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇଛି । ଲୋକଙ୍କ ଚାହିଦାକୁ ଆଖି ଆଗରେ ରଖି କମ୍ପାନୀ ପକ୍ଷରୁ କମ ବଜେଟରେ ଏକ ଦମଦାର ଫୋନ ଲଞ୍ଚ ହୋଇଛି ।
ବଜାରରେ ଅଗ୍ରଣୀ ଇଲେକ୍ଟ୍ରୋନିକ କମ୍ପାନୀ ନିଜ ଗ୍ରାହକଙ୍କ ଲାଗି ଏକ ଭଲ ସ୍ମାର୍ଟଫୋନ ଭେଟି ଦେଇଛି । ଏହାର ନାମ ରହିଛି ସାମସଙ୍ଗ Galaxy A06 । ଏହାର ଆକର୍ଷଣୀୟ ଡିଜାଇନ ଗ୍ରାହକଙ୍କୁ ଆକୃଷ୍ଟ କରୁଛି । ଏହାର ଦାମ ମାତ୍ର 10ହଜାର ରହିଥିବା ବେଳେ ଗ୍ରାହକଙ୍କୁ 3ଟି କଲର ଅପସନ ସହିତ ଏହାର 2ଟି ଭାରିଏଣ୍ଟ ମିଳିଯିବ । ଗାଲାକ୍ସି A06ରେ microSD କାର୍ଡ ରହିଛି ଯାହାକି ଏହାର ଷ୍ଟୋରେଜ କ୍ଷମତାକୁ 1TB ପର୍ଯ୍ୟନ୍ତ ନେଇଛି । ଆସନ୍ତୁ ବିସ୍ତୃତ ଭାବରେ ଜାଣିବା ସାମସଙ୍ଗର ଏହି ନୂଆ ମଡେଲର କଣ ଫିଚର୍ସ ରହିଛି ।
Samsung Galaxy A06 ଫିଚର୍ସ:-
- ଡିସପ୍ଲେ:6.7-inch HD+ PLS LED ସ୍କ୍ରିନ
- ପ୍ରୋସେସର: Octa-Core MediaTek Helio G85
- ରିଅର କ୍ୟାମେରା: 50MP
- ଫ୍ରଣ୍ଟ କ୍ୟାମେରା: 8MP
- ଡେପ୍ଥ ସେନ୍ସର: 2MP
- ବ୍ୟାଟେରୀ: 5,000mAh
- 25W ଫାଷ୍ଟ ଚାର୍ଜିଂ
- 4G
- ୱାଇ-ଫାଇ
- ବ୍ଲୁଟୁଥ 5.3, 3.5mm ଅଡିଓ ଜ୍ୟାକ୍
- USB ଟାଇପ-C ପୋର୍ଟ