ହାଇଦ୍ରାବାଦ:ଚାଇନିଜ ମୋବାଇଲ କମ୍ପାନୀ ରିଅଲମି ଭାରତ ବଜାରରେ ଏହାର ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । ଯାହାର ନାମ Realme P2 Pro ରଖାଯାଇଛି । ଏହି ନୂଆ ସ୍ମାର୍ଟଫୋନ କର୍ଭଡ ଡିସପ୍ଲେ (curved display) ସହିତ ଆସୁଛି । ଏହା 80W ଫାଷ୍ଟ ଚାର୍ଜିଂ ସପୋର୍ଟ ପ୍ରଦାନ କରୁଥିବା ବେଳେ ଏଥିରେ ରହିଛି AI ଫିଚର୍ । ଆସନ୍ତୁ ଜାଣିବା ଏହି ଫୋନରେ ଆଉ କଣ ରହିଛି ଖାସ୍ ଓ ଏହାର ଦାମ କେତେ ।
କଣ ରହିଛି ଫିଚର୍:-
- ସ୍ନାପଡ୍ରାଗନ 7s Gen 2 ପ୍ରୋସେସର
- 6.7 ଇଞ୍ଚ (17.02c,) ଡିସପ୍ଲେ
- 50MP ପ୍ରାଇମେରି କ୍ୟାମେରା
- LED ଫ୍ଲାସ୍
- 16MP ଫ୍ରଣ୍ଟ କ୍ୟାମେରା
- 5200mAh ବ୍ୟାଟେରୀ
- ସୁପର୍ VOOC ଚାର୍ଜିଂ
- Gorilla Glass 7i
- 512 GB ଇଣ୍ଟରନାଲ ଷ୍ଟୋରେଜ ଓ 12GB RAM
ଏହା ବି ପଢନ୍ତୁ- ଗୁଗଲ ପିକ୍ସେଲ 9 ବନାମ ଆଇଫୋନ 16; କେଉଁଟା ଭଲ ? - iPhone 16 VS Google Pixel 9
Snapdragon 7s Gen 2 ପ୍ରୋସେସର:-
- ରିଅଲମିର ଏହି ନୂଆ ସ୍ମାର୍ଟଫୋନରେ କ୍ବାଲକମ ସ୍ନାପଡ୍ରାଗନ 7s Gen 2 ପ୍ରୋସେସର ରହିଛି । ଏହି ପ୍ରୋସେସର କମ ଶକ୍ତିର ବ୍ୟବହାର କରିପାରିବେ ।
- ଏଣୁ ଏହାର ବ୍ୟାଟେରୀ ବ୍ୟାକଅପ୍ ୟୁଜରଙ୍କ ଲାଗି ଲାଭଦାୟକ ହେବ ।
- କମ୍ପାନୀ କହିଛି ଯେ ଏହି ନୂଆ ଡିଭାଇସରେ ବଡ଼ ଭେପର୍ ଚାମ୍ବର ରହିଛି, ଯାହାକି ଫୋନକୁ ଭଲ କୁଲିଂ ପ୍ରଦାନ କରିବ ।
- ଖାଲି ସେତିକି ନୁହେଁ, ଏହି ମୋବାଇଲ ବେଷ୍ଟ ଗେମିଂ ଅନୁଭବ ପ୍ରଦାନ କରିବ ।