ହାଇଦ୍ରାବାଦ:Realme 14 Pro 5G ସିରିଜର ଲଞ୍ଚ ତାରିଖ ସାମ୍ନାକୁ ଆସିଛି । କମ୍ପାନୀ X ସାଇଟ୍ରେ ଏକ ପୋଷ୍ଟ କରି ସୂଚନା ଦେଇଛି । ଏହି ଫୋନ ସିରିଜରେ ରିଅଲମି କମ୍ପାନୀ Realme 14 Pro 5G ଓ Realme 14 Pro+ 5G ସହିତ ଦୁଇଟି ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । ତେବେ ଏଥିରେ କଣ କଣ ଖାସ ସୁବିଧା ମିଳିବ ଓ ଏହାର ଆନୁମାନିକ ମୂଲ୍ୟ କେତେ ରହିବ ସେ ସମ୍ପର୍କରେ ଜାଣିବା ।
ଆସିଲା Realme 14 Pro 5G Series ଲଞ୍ଚ ତାରିଖ
ରିଅଲମି 14 ପ୍ରୋ ସିରିଜକୁ ଭାରତରେ ଜାନୁଆରୀ 16 ତାରିଖ ମଧ୍ୟାହ୍ନ 12ଟାରେ ଲଞ୍ଚ କରାଯିବ । ଏହି ସ୍ମାର୍ଟଫୋନ ଫ୍ଲିପକାର୍ଟରେ ଲଞ୍ଚ ହେବା ସହ ଗ୍ରାହକ ଏହାକୁ ରିଅଲମିର ଅଫିସିଆଲ ୱେବସାଇଟ୍ରୁ ମଧ୍ୟ କିଣିପାରିବେ । ଟିଜର ଫଟୋ ଅନୁସାରେ ସ୍ମାର୍ଟଫୋନର ପଛରେ ଏକ ବଡ଼ ଗୋଲାକାର କ୍ୟାମେରା ମଡ୍ୟୁଲ ମିଳିବ ।
Realme 14 Pro 5G Series: ସ୍ପେଶିଫିକେସନ
- ଡିସପ୍ଲେ:ରିଅଲମି 14 ପ୍ରୋ ସିରିଜରେ କ୍ବାଡ୍-କର୍ଭଡ୍ ଏଜ 1.5K ଡିସପ୍ଲେ, 3840Hz PWM ଡିମିଂ, 1.6ମିମି ସ୍ଲିମ ବେଜେଲ୍ସ । Pro+ ମଡେଲରେ 6.83 ଇଞ୍ଚର ବଡ଼ ସ୍କ୍ରିନ ମିଳିବ ।
- କଲର ଅପସନ: କମ୍ପାନୀ ସ୍ପଷ୍ଟ କରିଛି ଯେ ରିଅଲମି ପ୍ରୋ ସିରିଜ ସ୍ମାର୍ଟଫୋନ Pearl White, Suede Grey ମିଳିବ । ଏହାସହିତ ଇଣ୍ଡିଆ-ଏକ୍ସଲୁସିଭ୍ କଲର Bikaner Purple ଓ Jaipur Pink ମିଳିବ ।
- ପ୍ରୋସେସର: Realme 14 Pro+ ସ୍ନାପଡ୍ରାଗନ 7s Gen 3 ଚିପସେଟ୍ ସହିତ ଆସିପାରେ । ଏହାସହିତ Pro ମଡେଲ ମିଡିଆଟେକ୍ Dimensity 7300 SoC ସହ ଆସିପାରେ ।
- କ୍ୟାମେରା:ରିଅଲମି 14 ପ୍ରୋ ସିରିଜ ସ୍ମାର୍ଟଫୋନରେ 50MP Sony IMX882 ପେରିସ୍କୋପ ଟେଲିଫଟୋ କ୍ୟାମେରା (ସମ୍ଭବତଃ Pro+ ମଡେଲ), 120X ସୁପର୍ ଜୁମ୍, 3X ଅପ୍ଟିକାଲ ଜୁମ୍, 50MP Sony IMX896, 8MP ଅଲଟ୍ରା-ୱାଇଡ-ଆଙ୍ଗଲ ଲେନ୍ସ ଓ ସେଲଫି ପାଇଁ 32MP ସୁଟର୍ ମିଳିପାରେ । ସେହିପରି Pro ମଡେଲରେ 50MP Sony IMX882 ସେନ୍ସର ଓ ସେଲ୍ଫି ପାଇଂ 16MP ସୁଟର୍ ମିଳିପାରେ । ଏହା ଟ୍ରିପଲ-ଫ୍ଲାସ କ୍ୟାମେରା ସିଷ୍ଟମ ସହ ଆସିବ ବୋଲି ଏହାର ଟିଜର ଫଟୋରୁ ଜଣାପଡ଼ିଛି ।
- AI ଫିଚର:AI Ultra Clarity 2.0, AI Snap Mode ଓ AI HyperRAW algorithm
- ଅନ୍ୟ ଫିଚର:ରିଅଲମି 14 ପ୍ରୋ ସ୍ମାର୍ଟଫୋନ 7.6ମିମି ମୋଟେଇ ସହ ଆସିପାରେ । ପାଣି ଓ ଧୂଳିରୁ ରକ୍ଷା ପାଇବା ଲାଗି ଏହା IP66+IP68+IP69 ରେଟିଂ ସହ ଆସିପାରେ ।
- ବ୍ୟାଟେରୀ:ରିଅଲମି 14 ପ୍ରୋ ସିରିଜରେ 6000mAh ବ୍ୟାଟେରୀ ମିଳିପାରେ, ଯାହାକି 45W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ ।
ଦାମ କେତେ ରହିପାରେ ?
କମ୍ପାନୀ ଗତ ବର୍ଷ ଜୁଲାଇରେ Realme 13 Pro ସିରିଜ ଲଞ୍ଚ କରିଥିଲା । ଏହାପରେ 14 ପ୍ରୋ ସିରିଜ ଚଳିତ ବର୍ଷ ଜାନୁଆରୀରେ ଲଞ୍ଚ କରିବାକୁ ଯାଉଛି । ଭାରତରେ Realme 13 Proର ପ୍ରାରମ୍ଭିକ ମୂଲ୍ୟ Rs 26,999 ରହିଥିବା ବେଳେ Pro+ର ମୂଲ୍ୟ Rs 32,999 ରହିଥିଲା । ତେବେ Realme 14 Pro series ଏହାର ପାଖାପାଖି ଦାମ ରହିପାରେ ବୋଲି ଆଶା କରାଯାଉଛି । ତେବେ ଲଞ୍ଚ ସମୟରେ କମ୍ପାନୀ ଏହାର ପ୍ରକୃତ ଦାମର ଖୁଲାସା କରିବ ।