ଓଡିଶା

odisha

ETV Bharat / technology

କ୍ବାଲକମ୍‌-ଗୁଗଲ୍‌ ପାର୍ଟନରସିପ୍‌; ଏହି ଫୋନରେ ମିଳିବ 8ବର୍ଷ ପାଇଁ OS ଓ ସିକ୍ୟୁରିଟି ଅପଡେଟ୍‌ - QUALCOMM GOOGLE PARTNERSHIP

କ୍ବାଲକମ୍‌ ଓ ଗୁଗଲ୍‌ ପରସ୍ପର ସହ ହାତ ମିଳାଇଛନ୍ତି । ଏହି ପାର୍ଟନରସିପ୍‌ ଯୋଗୁଁ Snapdragon 8 Elite ଚିପସେଟ୍‌ ଥିବା ଫୋନକୁ 8ବର୍ଷ ପାଇଁ OS ଓ ସିକ୍ୟୁରିଟି ଅପଡେଟ୍‌ ମିଳିବ ।

Qualcomm Google Partnership
Qualcomm Google Partnership (Image credit: Qualcomm/ Google)

By ETV Bharat Tech Team

Published : Feb 25, 2025, 4:34 PM IST

ହାଇଦ୍ରାବାଦ:ଆମେରିକୀୟ ଚିପମେକର୍‌ କମ୍ପାନୀ କ୍ବାଲକମ୍‌, ଗୁଗଲ୍‌ ସହିତ ପାର୍ଟନରସିପ୍‌ କରି ଏକ ନୂଆ ପ୍ରୋଗ୍ରାମ ସମ୍ପର୍କରେ ଘୋଷଣା କରିଛି । ଏହି ନୂଆ ପ୍ରୋଗ୍ରାମ ଯୋଗୁଁ ସ୍ନାପଡ୍ରାଗନ 8 ଏଲିଟ୍‌ ଚିପସେଟ୍‌ ଥିବା ଡିଭାଇସରେ ଆସନ୍ତା 8ବର୍ଷ ପାଇଁ OS ଓ ସିକ୍ୟୁରିଟି ଅପଡେଟ୍‌ ମିଳିବ । ଡିଭାଇସ ନିର୍ମାତାଙ୍କୁ ସଫ୍ଟୱେର ସମର୍ଥନ ବଢାଇବାରେ ସାହାଯ୍ୟ କରିବା ଲାଗି ଗୁଗଲ୍‌ ସହିତ କାମ କରିଛି ବୋଲି କମ୍ପାନୀ କହିଛି, ଯାହାଦ୍ବାରା ଆଣ୍ଡ୍ରଏଡ୍‌ ସଞ୍ଚାଳିତ ସ୍ମାର୍ଟଫୋନ ଦୀର୍ଘସ୍ଥାୟୀ ହେବ ।

ଯେଉଁ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ସ୍ନାପଡ୍ରାଗନ 8 ଏଲିଟ୍‌ ଚିପ୍‌ ଅଛି, ସେହି ନିର୍ମାତା ହିଁ 8ବର୍ଷ ଲାଗି ଅପରେଟିଂ ସିଷ୍ଟମ ଓ ସିକ୍ୟୁରିଟି ଅପଡେଟ୍‌ ପ୍ରଦାନ କରିପାରିବ ବୋଲି କହିଛି କ୍ବାଲକମ୍‌ । କମ୍ପାନୀ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଆଗାମୀ ସ୍ନାପଡ୍ରାଗନ 8 ଓ7-ସିରିଜ ଚିପ୍‌ରେ ସମାନ ବିସ୍ତାରିତ ଅପଡେଟ୍‌ ସପୋର୍ଟ ପ୍ରଦାନ କରାଯିବ ।

କାହିଁକି ଗୁରୁତ୍ବପୂର୍ଣ୍ଣ OS ଓ ସିକ୍ୟୁରିଟି ଅପଡେଟ୍‌ ?

ସ୍ମାର୍ଟଫୋନ କିଣିବା ପୂର୍ବରୁ ଗ୍ରାହକ ଉକ୍ତ ଫୋନର ସ୍ପେଶିଫିକେସନ ଦେଖିବା ପୂର୍ବରୁ ସଫ୍ଟୱେର ଅପଡେଟ୍‌ର ଟାଇମଲାଇନକୁ ଦେଖନ୍ତି । କାରଣ ବିଶେଷ କରି ମଧ୍ୟବିତ୍ତ ପରିବାରର ଲୋକେ ଏପରି ମୋବାଇଲ କିଣିବାକୁ ଚାହାଁନ୍ତି, ଯାହାକୁ ସେମାନେ ଅନେକ ବର୍ଷ ଧରି ବ୍ୟବହାର କରିପାରିବେ । ଏଥିଲାଗି ଗ୍ରାହକ ଫୋନ କିଣିବା ପୂର୍ବରୁ ଦେଖନ୍ତି କମ୍ପାନୀ ସେଥିରେ କେତେ ବର୍ଷ ପର୍ଯ୍ୟନ୍ତ ସିକ୍ୟୁରିଟି ଓ ଓଏସ ଅପଡେଟ୍‌ ଦେଇଛି । ଏହି ଅପଡେଟ୍‌ ବିନା ଫୋନ ସଠିକ ଭାବେ ଚାଲେ ନାହିଁ । ଏଥିଲାଗି ପ୍ରତ୍ୟେକ ଫୋନ ଅପଡେଟେଡ୍‌ ରହିବା ଉଚିତ ।

କେଉଁ ଫୋନରେ ମିଳିବ ଅପଡେଟ୍‌ ?

ସ୍ନାପଡ୍ରାଗନ 8 ଏଲିଟ୍‌ ଚିପସେଟ୍‌ ସହିତ Snapdragon 8 ଓ Snapdragon 7 ସିରିଜ ଚିପସେଟ୍‌ ଥିବା ସ୍ମାର୍ଟଫୋନରେ ଏହି ଅପଡେଟ୍‌ ମିଳିବ । କ୍ବାଲକମ୍‌ର କହିବାନୁସାରେ, ଏହି ଅପଡେଟ୍‌ ଆସନ୍ତା 5 ଜେନେରେସନ୍‌ ସ୍ନାପଡ୍ରାଗନ ଚିପସେଟ୍‌ରେ ମିଳିବ । କିନ୍ତୁ ଏହା ଉକ୍ତ ଫୋନ ନିର୍ମାତା କମ୍ପାନୀ ଉପରେ ନିର୍ଭର କରେ । ଅର୍ଥାତ୍‌ କିଛି କମ୍ପାନୀ ଏହି ଅପଡେଟ୍‌ ଦେଇପାରନ୍ତି ଓ ନ ବି ଦେଇପାରନ୍ତି ।

ଏହା ବି ପଢନ୍ତୁ
  1. ସ୍ନାପଡ୍ରାଗନ ପ୍ରୋସେସର କଣ ? ସ୍ମାର୍ଟଫୋନରେ କାହିଁକି ହୁଏ ବ୍ୟବହାର ଜାଣନ୍ତୁ
  2. Qualcomm ଆଣିଲା ସବୁଠୁ ଶକ୍ତିଶାଳୀ ପ୍ରୋସେସର Snapdragon 8 Elite

ABOUT THE AUTHOR

...view details