ଓଡିଶା

odisha

ମାନବ ମିଶନରେ ମହାକାଶ ଯାଇ ପାରିବେ ପ୍ରଧାନମନ୍ତ୍ରୀ ମୋଦି, ଏମିତି କହିଲେ ଇସ୍ରୋ ମୁଖ୍ୟ - Gaganyaan mission

By ETV Bharat Odisha Team

Published : Jul 2, 2024, 11:37 AM IST

Gaganyaan mission: ମହାକାଶ ଯିବେ ପ୍ରଧାନମନ୍ତ୍ରୀ ! ଭାରତର ପ୍ରଥମ ମାନବ ମିଶନ ଗଗନଯାନରେ ପ୍ରଧାନମନ୍ତ୍ରୀ ମହାକାଶକୁ ଉଡାଣ ଭରିପାରିବେ । ଏପରି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ସୋମନାଥ । ଅଧିକ ପଢନ୍ତୁ

PM can fly to space via Gaganyaan mission
PM can fly to space via Gaganyaan mission (ETV BHARAT ODISHA)

ନୂଆଦିଲ୍ଲୀ:ବିଜ୍ଞାନ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଉପଲବ୍ଧି ହାସଲ କରିଚାଲିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ମୁନ୍‌ ମିଶନ, ସୂର୍ଯ୍ୟ ମିଶନ ପରେ ଆଗକୁ ଗଗନଯାନ ମିଶନ ଆରମ୍ଭ କରିବାକୁ ଯାଉଛି ଇସ୍ରୋ । 2025ରେ ପ୍ରଥମ ମାନବ ମିଶନ ଗଗନଯାନ ଲଞ୍ଚ୍‌ ହେବା ନେଇ ଯୋଜନା ରହିଥିବା ବେଳେ ଆମ ପାଖରେ କ୍ଷମତା ରହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମହାକାଶ ପଠାଯିବା ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ସୋମନାଥ ।

ଗଣମାଧ୍ୟମ ସାକ୍ଷାତକାରରେ ମୋଦିଙ୍କୁ ଗଗନଯାନ ମିଶନରେ ମହାକାଶ ପ୍ରେରଣ ନେଇ ସୋମନାଥଙ୍କୁ ପ୍ରଶ୍ନ କରାଯାଉଥିଲା । ଉତ୍ତରରେ ସେ କହିଥିଲେ ଯେ, ଆମ ସମସ୍ତଙ୍କୁ ବହୁତ ଗର୍ବ ହେବ, ଯଦି ଆମକୁ ରାଷ୍ଟ୍ର ମୁଖ୍ୟଙ୍କୁ ଆତ୍ମବିଶ୍ବାସର ସହ ମହାକାଶକୁ ପଠାଇବାର କ୍ଷମତା ରହିବ । ବହୁ ପ୍ରତୀକ୍ଷିତ ଗଗନଯାନ ମିଶନ୍ ବାସ୍ତବତାରେ ପରିଣତ ହେବା ପାଇଁ ଏହି ଦକ୍ଷତାକୁ ପ୍ରମାଣିତ କରିବା ପାଇଁ ସେ ଅପେକ୍ଷା କରିବେ ।

ଏହା ମଧ୍ୟ ପଢନ୍ତୁ-Gaganyaan TV D1 Mission: ଅନବୋର୍ଡ ଭିଡିଓ ସେୟାର କଲା ISRO

ସେ ଆହୁରି ମଧ୍ୟ କହିଛନ୍ତି, ''ଚଳିତ ବର୍ଷ ଗଗନଯାନ ମିଶନ ମହତ୍ବପୂର୍ଣ୍ଣ ସ୍ଥିତିରେ ରହିଛି । ଏହା ସହିତ 3ଟି ଗୁରୁତ୍ବପୂର୍ଣ୍ଣ ମିଶନ ଧାର୍ଯ୍ୟ କରାଯାଇଛି । ଏପରି ମିଶନ ପାଇଁ ଭିଭିଆଇପି ସମେତ ଅନ୍ୟ କାହାକୁ ନେଇ ବିଚାର କରାଯାଇପାରିବ ନାହିଁ, କାରଣ ଏହା ଏକ ଉଚ୍ଚ କୁଶଳୀ ତଥା ତାଲିମପ୍ରାପ୍ତ ଅପରେସନ ।''

ପ୍ରଧାନମନ୍ତ୍ରୀ ଯଦି ମହାକାଶ ୟିବାକୁ ସ୍ଥିର କରନ୍ତି ତେବେ ଖୁସୀ ହେବେ କି ବୋଲି ସୋମନାଥଙ୍କୁ ପ୍ରଶ୍ନ କରିବାରୁ ସେ କହିଛନ୍ତି, ଯଦି ଏମିତି ହୁଏ ତେବେ ମୁଁ ବହୁତ ଖୁସି ହେବି । କିନ୍ତୁ ମୋତ ଲାଗୁଛି ଏହା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଅଧିକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ରହିଛି। ମାନବ ସ୍ପେସ୍ ଫ୍ଲାଇଟ୍ ସାମର୍ଥ୍ୟ ତା ମଧ୍ୟରୁ ଗୋଟିଏ । ଆମେ ଏହା ବିକାଶ କରିବାକୁ ଚାହୁଁଛୁ । ଯାହା ଆମେ ହାସଲ କରିବା ପ୍ରକ୍ରିୟାରେ ଅଛୁ। "

ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ISRO)ର ଗଗନଯାନ ମିଶନ ପାଇଁ ମହାକାଶକୁ ଯିବେ 4ଜଣ ମହାକାଶଚାରୀ । ଫେବୃଆରୀ 27 ତାରିଖରେ ଏହି 4 ଜଣଙ୍କ ନାମ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ପ୍ରଶାନ୍ତ ବାଲକୃଷ୍ଣ ନାୟାର, ଅଜିତ୍ କ୍ରିଷ୍ଣନ, ଗ୍ରୁପ୍‌ କ୍ୟାପ୍‌ଟେନ୍ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା ମହାକାଶକୁ ଯିବେ। ବର୍ତ୍ତମାନ ସମସ୍ତେ ବେଙ୍ଗାଲୁରୁର ସ୍ପେସ ସେଣ୍ଟରରେ ତାଲିମ କେନ୍ଦ୍ରରେ ତାଲିମ ନେଉଛନ୍ତି ।

ABOUT THE AUTHOR

...view details