ହାଇଦ୍ରାବାଦ:ଚର୍ଚ୍ଚାର ଅନ୍ତ ଘଟାଇଲା ଫୋନ ପେ । ଇଣ୍ଡୋସ ଆପ ଷ୍ଟୋର ଲଞ୍ଚ କଲା ଫୋନ ପେ । ବୁଧବାର ଓ୍ବାଲମାର୍ଟ ମାଲିକାନା କମ୍ପାନୀ ଫୋନ ପେ ଏହି ଆପଷ୍ଚୋରକୁ ଲଞ୍ଚ କରିଛି । ଭାରତରେ ବିକଶିତ କରାଯାଇଥିବା ଏହି ଆପଷ୍ଟୋର ସିଧାସଳଖ ଗୁଗଲ ପ୍ଲେ ଷ୍ଟୋର ସହିତ ପ୍ରତିଦ୍ବନ୍ଦିତା କରିବା ନେଇ ଚର୍ଚ୍ଚା ହେଉଛି ।
ସୂଚନା ଅନୁସାରେ, 2023 ମସିହା ସେପ୍ଟେମ୍ବର ମାସରେ କମ୍ପାନୀ ଏହି ପ୍ଲାଟଫର୍ମରେ ଅନ୍ୟ କମ୍ପାନୀମାନଙ୍କୁ ନିଜ ନିଜର ଆପ୍ ପବ୍ଲିସ କରିବା ପାଇଁ କହିଥିଲା । ଭାରତରେ ଅଧିକାଂଶ ଆଣ୍ଡ୍ରୋଏଡ ୟୁଜର୍ସ ନିଜ ଫୋନରେ ଯେକୌଣସି ଆପ୍ ଡାଉନଲୋଡ କରିବା ପାଇଁ ଗୁଗଲ ପ୍ଲେ ଷ୍ଟୋରର ବ୍ୟବହାର କରିଥାଆନ୍ତି । କିନ୍ତୁ ବର୍ତ୍ତମାନ ଆପ୍ ଡାଉନଲୋଡ କରିବା ପାଇଁ ୟୁଜର୍ସଙ୍କ ନିକଟରେ ଆଉ ଏକ ଅତିରିକ୍ତ ବିକଳ୍ପ ଆସିଛି । ୟୁଜର୍ସ ଏହି ଇଣ୍ଡସ ଷ୍ଟୋର ଜରିଆରେ ଆଣ୍ଡ୍ରୋଏଡ ଆପର ଡାଉନଲୋଡ କରିପାରିବେ ।
କମ୍ପାନୀ ଇଣ୍ଡସ ଆପ ଷ୍ଟୋର ଲଞ୍ଚ କରି ଭାରତର ଆପ୍ ମାର୍କେଟରେ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତଥ୍ୟ ଅନୁସାର, ଭାରତରେ ରହୁଥିବା ବ୍ୟକ୍ତି 2023 ମସିହାରେ 1.19 ଟ୍ରିଲିୟନ ଘଣ୍ଟା ମୋବାଇଲ ଆପରେ ସର୍ଚ୍ଚ କରୁଥିଲେ । କିନ୍ତୁ 2021 ମସିହାରେ ଏହି ସମୟସୀମା କମ୍ ରହିଥିଲା । 654 ବିଲିୟନ ଘଣ୍ଟା ଆପରେ ସମୟ ଅତିବାହିତ କରୁଥିଲେ । ଏହି ତଥ୍ୟ ଦର୍ଶାଉଛି ଯେ, ସ୍ମାର୍ଟଫୋନ ବ୍ୟବହାରକୀରମାନେ ଆପରେ କେତେ ସମୟ ଅତିବାହିତ କରୁଛନ୍ତି ଏବଂ ଦିନକୁ ଦିନ କେତେ ପରିମାଣରେ ସମୟସୀମାରେ ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ ଓ୍ବାଲମାର୍ଟର ମାଲିକାନା କମ୍ପାନୀ ଆପ ଷ୍ଟୋର ଲଞ୍ଚ କରିବା ଏକ ପ୍ରକାର ଲାଭଦାୟକ ବ୍ୟବସାୟ ବୋଲି ପ୍ରମାଣିତ ହୋଇପାରେ ।