ଓଡିଶା

odisha

ETV Bharat / technology

ଖୁବଶୀଘ୍ର ଆସୁଛି Oppo Reno 13 ସିରିଜ ଫୋନ୍‌; ସ୍ପଷ୍ଟ ହେଲା ଡିଜାଇନ ଓ କଲର - OPPO RENO 13 SERIES LAUNCH DATE

ଭାରତରେ ଖୁବଶୀଘ୍ର ଓପୋ ରେନୋ 13 ସିରିଜ ଲଞ୍ଚ ହେବାକୁ ଯାଉଛି । ଲଞ୍ଚ ପୂର୍ବରୁ କମ୍ପାନୀ ଏହି ସ୍ମାର୍ଟଫୋନର ଡିଜାଇନ ଓ କଲର ସମ୍ପର୍କରେ ଖୁଲାସା କରିଛି । ଅଧିକ ପଢନ୍ତୁ

OPPO RENO 13 SERIES TO LAUNCH IN INDIA
OPPO RENO 13 SERIES TO LAUNCH IN INDIA (Photo Credit- Oppo India)

By ETV Bharat Tech Team

Published : Dec 25, 2024, 1:40 PM IST

ହାଇଦ୍ରାବାଦ: ଓପୋ ରେନୋ 13 ସିରିଜ ଗତ ନଭେମ୍ବର ମାସରେ ଡେବ୍ୟୁ କରିଥିଲା । ଏବେ ସମୟ ଭାରତୀୟ ବଜାର ସହ ଗ୍ଲୋବାଲ ଲଞ୍ଚର । ରେନୋ 13 ଓ ରେନୋ 13 ପ୍ରୋ ସ୍ମାର୍ଟଫୋନ ଭାରତରେ ଜାନୁଆରୀରେ ଲଞ୍ଚ ହୋଇପାରେ । ଲଞ୍ଚ ପୂର୍ବରୁ ଓପୋ ଏହାର ଡିଜାଇନ ଓ କଲରର ଖୁଲାସା କରିଛି । ଟିଜର ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏହି ଫୋନ ସମ୍ପର୍କରେ ଆସନ୍ତୁ ଅଧିକ ଜାଣିବା ।

Oppo Reno 13 ସିରିଜ: ଲଞ୍ଚ ଟାଇମ ଓ ଡିଜାଇନ

  • ଓପୋ ରେନୋ 13 ଓ ରେନୋ 13 ପ୍ରୋ 2025 ଜାନୁଆରୀରେ ଲଞ୍ଚ ହୋଇପାରେ ।
  • କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରେନୋ 13 ପ୍ରୋ ସ୍ମାର୍ଟଫୋନ ଗ୍ରାଫାଇଟ ଗ୍ରେ ଓ ମିଷ୍ଟ ଲାଭେଣ୍ଡର କଲର ସହିତ ଆସିବ । ସେପଟେ ରେନୋ 13 ସ୍ମାର୍ଟଫୋନ ଇଭରି ହ୍ବାଇଟ ଓ ଲୁମିନସ୍‌ ବ୍ଲୁ ରଙ୍ଗରେ ଉପଲବ୍ଧ ହେବ ।
  • ଏହି କଲର ବ୍ୟତୀତ ଗ୍ରାଫାଇଟ ଗ୍ରେ ଓ ଲୁମିନସ ବ୍ଲୁ ମ୍ୟାଟ୍‌ ଫିନିସ ସହିତ ଆସିବାକୁ ଥିବା ବେଳେ ଅନ୍ୟ ଦୁଇଟି କଲର ଗ୍ଲସି ଲୁକ୍‌ ସହିତ ଆସିବ ।
  • ଗ୍ଲସି ଫିନିଶ ଲାଗି କମ୍ପାନୀ ଗ୍ରେସ୍କେଲ ଏକ୍ସପୋଜର ଲେଜର ଡିରେକ୍ଟ ରାଇଟିଂ ଟେକନିକର ବ୍ୟବହାର କରିଛି ବୋଲି କହିଛି ।
  • ରେନୋ 13 7.24-7.29 ମୋଟେଇ ଓ 181ଗ୍ରାମ ଓଜନ ସହିତ ଆସିବ ଓ ରେନୋ 13 ପ୍ରୋ 7.55ମିମି ମୋଟେଇ ଓ 195 ଗ୍ରାମ ଓଜନ ସହିତ ଆସିପାରେ ।
  • ରେନୋ 13 ସିରିଜ ଧୂଳି ଓ ପାଣିରୁ ରକ୍ଷା ପାଇବା ଲାଗି IP69 ରେଟିଂ ସହିତ ଆସିପାରେ ।
  • ଏହାସହ ରେନୋ 13 ପ୍ରୋ 1.62ମିମି ବେଜେଲ ଓ ରେନୋ 13 1.81 ମିମି ବେଜେଲ ସହ ଆସିପାରେ ।
ଏହା ବି ପଢନ୍ତୁ
  1. 2025ରେ ଲଞ୍ଚ ହୋଇପାରେ Oppo Find X8 ଅଲଟ୍ରା; ଲିକ୍‌ ହେଲା ତଥ୍ୟ
  2. ଲଞ୍ଚ୍‌ ହେଲା Oppo Find X8 ସିରିଜ୍‌ ସ୍ମାର୍ଟଫୋନ; 80ଡିଗ୍ରୀ ଗରମ ପାଣିରେ ବି ହେବନି ଖରାପ

Oppo Reno 13 ସିରିଜ: ସ୍ପେଶିଫିକେସନ

ଲିକ୍‌ ରିପୋର୍ଟ ଅନୁସାରେ, ଓପୋ ରେନୋ 13 5G ହ୍ୟାଣ୍ଡସେଟର ଚାଇନିଜ୍ ଭାରିଏଣ୍ଟରେ ମିଡିଆଟେକ ଡାଇମେନସିଟି 8350 Soc ଏବଂ ସେଲଫି କ୍ୟାମେରା 50 ମେଗାପିକ୍ସେଲ ରହିପାରେ । ବେସ୍ ଭାରିଏଣ୍ଟରେ 6.59-ଇଞ୍ଚ ଫୁଲ୍- HD + AMOLED ଡିସପ୍ଲେ, 50MP ଡୁଆଲ୍ ରିଅର କ୍ୟାମେରା ସେଟଅପ୍ ଏବଂ 5,600mAh ବ୍ୟାଟେରୀ ରହିପାରେ । ସେହିପରି ପ୍ରୋ ଭାରିଆଣ୍ଟରେ ଏକ ବୃହତ 6.83-ଇଞ୍ଚ ଡିସପ୍ଲେ, ତୃତୀୟ 50MP ଟେଲିଫଟୋ ସୁଟର ଏବଂ 5,800mAh ବ୍ୟାଟେରୀ ରହିପାରେ । ଉଭୟ ଫୋନ୍ 80W ୱେୟାର୍ଡ ଏବଂ 50W ୱେୟାରଲେସ ଫାଷ୍ଟ ଚାର୍ଜିଂକୁ ସମର୍ଥନ କରିପାରେ ।

କହି ରଖୁଛୁ କି, ଏହାର ଓପୋ ରେନୋ 13 ଓ ରେନୋ 13 ପ୍ରୋ ମଡେଲର ଦାମ ସମ୍ପର୍କରେ କୌଣସି ଖୁଲାସା ହୋଇନାହିଁ । ଲଞ୍ଚ ହେବା ସମୟରେ ହିଁ କମ୍ପାନୀ ପକ୍ଷରୁ ଏହାର ଦାମର ଖୁଲାସା ହେବ ।

ABOUT THE AUTHOR

...view details