ହାଇଦ୍ରାବାଦ: ଆମେରିକାର କୃତ୍ରିମ ବୃଦ୍ଧିମତା ଗବେଷଣା ସଂସ୍ଥା OpenAIରେ ସର୍ଚ୍ଚ ଇଞ୍ଜିନ 'ସର୍ଚ୍ଚଜିପିଟି' ଲଞ୍ଚ କରି ଚର୍ଚ୍ଚାକୁ ଆସିଥିଲା । ଏହି ସର୍ଚ୍ଚ ଇଞ୍ଜିନଟି ଗୁଗଲ୍କୁ ଟକ୍କର ଦେଉଛି । ଏବେ ଏହି ସର୍ଚ୍ଚ ଇଞ୍ଜିନ କମ୍ପାନୀ ସମସ୍ତଙ୍କ ଲାଗି ମାଗଣା ଉପଲବ୍ଧ କରାଇଛି । SearchGPT ହେଉଛି ଏପରି ଏକ ସର୍ଚ୍ଚ ଇଞ୍ଜିନ ଯାହାକି ଇଣ୍ଟରନେଟରେ ଉପଲବ୍ଧ ପ୍ରାସଙ୍ଗିକ ତଥ୍ୟ ମାଧ୍ୟମରେ ୟୁଜରଙ୍କୁ ସେମାନଙ୍କ ପ୍ରଶ୍ନର ଉତ୍ତର ଖୋଜିବାରେ ସାହାଯ୍ୟ କରେ ।
ଆପଣ ChatGPT ଇନପୁଟ୍ ବକ୍ସରେ ନିଜର ପ୍ରଶ୍ନ ପକାଇ ସର୍ଚ୍ଚ ବଟନ୍ ଉପରେ କ୍ଲିକ କରେ ଏହା ଆପଣଙ୍କୁ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥାଏ । ଏହି ଫିଚରର ଲାଭ ଉଠାଇବା ଲାଗି ଆପଣଙ୍କୁ ପ୍ରଥମେ ChatGPT ଆକାଉଣ୍ଟରେ ଲଗ୍ ଇନ୍ କରିବାକୁ ପଡ଼ିବ । SearchGPTର ଘୋଷଣା ଜୁଲାଇରେ ପ୍ରୋଟୋଟାଇପ ଭାବରେ କରାଯାଇଥିଲା । ପରେ ଏହାକୁ ନଭେମ୍ବରରେ ପ୍ରିମିୟମ ChatGPT ୟୁଜରଙ୍କ ଲାଗି ଉପଲବ୍ଧ କରାଯାଇଥିଲା ।
OpenAIର SearchGPT: ମୁଖ୍ୟ ବିଶେଷତା
- ଉନ୍ନତ ସର୍ଚ୍ଚ ରେଜଲ୍ଟ:ସର୍ଚ୍ଚଜିପିଟି ବର୍ତ୍ତମାନ ଜିଜ୍ଞାସାର ପ୍ରସଙ୍ଗ ବୁଝୁଛି ଏବଂ ବ୍ୟବହାରକାରୀଙ୍କ ଦ୍ବାରା ପ୍ରବେଶ କରାଯାଇଥିବା Keyword ସହିତ ଜଡିତ ଉତ୍ତର ପ୍ରଦାନ କରିବା ପରିବର୍ତ୍ତେ ଏକ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥାଏ ।
- AI ସଂକ୍ଷିପ୍ତକରଣ:ସମୟ ଏବଂ ପରିଶ୍ରମକୁ ବଞ୍ଚାଇ ଲାଗି ଲମ୍ବା ପ୍ରବନ୍ଧ ଏବଂ ଦଲିଲଗୁଡ଼ିକ ବର୍ତ୍ତମାନ AI ଦ୍ବାରା ସଂକ୍ଷିପ୍ତ କରାଯାଇପାରୁଛି ।
- ବ୍ରାଉଜର୍ ସହିତ ସର୍ଚ୍ଚ ଜିପିଟି ଇଣ୍ଟିଗ୍ରେଟ୍: ଉପଭୋକ୍ତାମାନେ ସର୍ଚ୍ଚ ଜିପିଟିକୁ ସେମାନଙ୍କର ଡିଫଲ୍ଟ ସର୍ଚ୍ଚ ଇଞ୍ଜିନ୍ କରି ସେମାନଙ୍କ ପ୍ରଶ୍ନର ଉତ୍ତର ସହଜରେ ପାଇପାରିବେ ।
- ଉନ୍ନତ ମୋବାଇଲ୍ ଅଭିଜ୍ଞତା:ଏକ ଦକ୍ଷ ସନ୍ଧାନ ଅଭିଜ୍ଞତା ପାଇଁ ମୋବାଇଲ୍ ଡିଭାଇସ ଲାଗି AI ସର୍ଚ୍ଚ ଇଞ୍ଜିନ ବର୍ତ୍ତମାନ ଅପ୍ଟିମାଇଜ୍ ହୋଇଛି ।