ହାଇଦ୍ରାବାଦ:ଇଲେକଟ୍ରିକ୍ ଦୁଇ ଚକିଆ ନିର୍ମାତା କମ୍ପାନୀ ଓଲା ଭାରତୀୟ ବଜାରରେ କିଛି ସମୟ ମଧ୍ୟରେ ଲୋକପ୍ରିୟ ଇଲେକଟ୍ରିକ ସ୍କୁଟର ହୋଇପାରିଛି । ଆଜି କମ୍ପାନୀ S1 ସ୍କୁଟରର ତୃତୀୟ ପିଢିକୁ ଲଞ୍ଚ କରିଛି । ନୂଆ ସ୍କୁଟର ଅଧିକ ଦକ୍ଷ, ଶକ୍ତିଶାଳୀ ଥିବା ବେଳେ ଅଧିକ ଦମଦାର ଫିଚର ସହିତ ମଧ୍ୟ ଆସିଛି । ଏହାର ବୁକିଂ ଆରମ୍ଭ ହୋଇସାରିଥିବା ବେଳେ ଫେବୃଆରୀ ମଧ୍ୟ ସୁଦ୍ଧା ଏହାର ଡେଲିଭରି ମଧ୍ୟ ଆରମ୍ଭ ହୋଇଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।
ଯଦି ଆମେ ଡିଜାଇନ କଥା କହିବା ତେବେ S1 Gen 2 (ଦ୍ବିତୀୟ ପିଢି) ସହିତ ପ୍ରାୟତଃ ସମାନ ରହିଛି । କିନ୍ତୁ କମ୍ପାନୀ ଭିତରେ ଏହାର ଡିଜାଇନକୁ ପରିବର୍ତ୍ତନ କରିଛି । S1 Gen 3 ଲାଇନଅପ୍ରେ କମ୍ପାନୀ S1X, S1X+, S1 Pro ଓ S1 Pro+ ଭାରିଏଣ୍ଟ ସହିତ ଉପଲବ୍ଧ ହୋଇଛି। କମ୍ପାନୀ ସ୍କୁଟରଗୁଡ଼ିକର କାର୍ଯ୍ୟଦକ୍ଷତା, ବିଶ୍ବସନୀୟତା ଓ ସେଫ୍ଟି ଫିଚର ଉପରେ ବିଶେଷ ଧ୍ୟାନ ଦେଇଛି । କମ୍ପାନୀ S1 ମଡେଲର ଦ୍ବିତୀୟ ଜେନେରେସନରେ ଦୁଇଟି ଭାରିଏଣ୍ଟ S1X ଓ S1 Proକୁ ଲଞ୍ଚ କରିଥିଲା । କିନ୍ତୁ ତୃତୀୟ ପିଢିରେ S1 ସ୍କୁଟରର ଲାଇନଅପ୍କୁ ବିସ୍ତାରିତ କରି ଆଉ 2ଟି ନୂଆ (S1X+ ଓ S1 Pro+) ଅର୍ଥାତ ମୋଟ 4ଟି ଭାରିଏଣ୍ଟକୁ ଲଞ୍ଚ କରିଛି ।
Ola S1 Gen 3: କଣ ନୂଆ ଓ ଖାସ୍ ?
S1 ମଡେଲର ନୂଆ ପିଢିରେ କମ୍ପାନୀ ବିଶେଷ କରି ନୂଆ MCU ମୋଟର (ଏକ ଇଲେକ୍ଟ୍ରୋନିକ୍ ମଡ୍ୟୁଲ୍ ଯାହା ଏକ ମୋଟରର ଗତି ଏବଂ ତ୍ବରଣକୁ ନିୟନ୍ତ୍ରଣ କରେ) ଲଗାଇଛି । ପୁରୁଣା ମୋଟରଠାରୁ ଏହା 4% ଅଧିକ ଦକ୍ଷ ଥିବା ବେଳେ 5ଗୁଣା ଅଧିକ ବିଶ୍ବସନୀୟତା ପ୍ରଦାନ କରିଥାଏ । ଏହାସହିତ କମ୍ପାନୀ ଏହି ସ୍କୁଟରରେ ବେଲ୍ଟ ଡ୍ରାଇଭ ସିଷ୍ଟମଠାରୁ ଚେନ୍ ଡ୍ରାଇଭ ସିଷ୍ଟମକୁ ପରିବର୍ତ୍ତିତ ହୋଇଛି, ଯାହାକି ଅଧିକ ଦକ୍ଷ ଓ ଦୀର୍ଘସ୍ଥାୟୀ । ଜେନେରେସନ 3 ସ୍କୁଟରରେ ଡୁଆଲ-ଚ୍ୟାନେଲ ABS ରହିଛି, ଯାହାକି ବେଶ ଖାସ । କାରଣ ଭାରତରେ ଏହା କୌଣସି ଇଲେକଟ୍ରିକ ସ୍କୁଟରରେ ମିଳିନଥାଏ ।
ଏହାସହିତ ଏହି ସ୍କୁଟରର ପାୱାର ଓ ରେଞ୍ଜ ମଧ୍ୟ ବୃଦ୍ଧି ପାଇଛି । ଏହି ଲାଇନଅପ୍ର ଟପ୍ ସ୍କୁଟର S1 Pro+ 13kw ମୋଟର ସହିତ ଆସିଛି । ଏଥିରେ 5ଟି କଲର ଅପସନ ମିଳିଥାଏ । ଏହାବାଦ ଏଥିରେ ଉନ୍ନତମାନର ଉପାଦାନ ବ୍ୟବହାର କରାଯାଇଥିବା ବେଳେ ଆରାମଦାୟକ ସିଟ୍ର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିରେ ନୂଆ ଫିଚର ମଧ୍ୟରେ ଭାରତ ମୋଡ୍, SOS ଆଲର୍ଟ, DIY ମୋ଼୍ ଓ ସ୍ମାର୍ଟୱାଚ୍ କନେକ୍ଟିଭିଟି ଅପସନ ମଧ୍ୟ ପ୍ରଦାନ କରାଯାଇଛି ।
Comparison Between Gen 2 And Gen 3 Scooters (Image Credit- Ola Electric) Ola S1 Gen 3: ଲାଇନଅପ୍
ଓଲା ଏସ1 ଜେନେରେସନ 3 ଲାଇନଅପ୍ରେ 4ଟି ସ୍କୁଟର ମିଳୁଛି । ନିମ୍ନରେ ଉକ୍ତ ସ୍କୁଟରର ବ୍ୟାଟେରୀ ଅପସନ, ରେଞ୍ଜ ଓ ଦାମ ସମ୍ପର୍କରେ ଜାଣନ୍ତୁ;
- Ola S1X:ଏହି ଲାଇନଅପ୍ରେ Ola S1X ହେଉଛି ବେସ୍ ମଡେଲ । ଏହା 3ଟି ଭାରିଏଣ୍ଟ ଅପସନ ସହ ଆସୁଥିବା ବେଳେ 3ଟି ଭିନ୍ନ ବ୍ୟାଟେରୀ ଆକର (2 kW, 3 kW ଓ 4 kW) ସହ ଆସିଥାଏ । ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି 123 କିଲୋମିଟର ରହିଛି । ଥରେ ଚାର୍ଜ କଲେ ଏହା 242 କିଲୋମିଟର ଯାଇପାରେ ।
- Ola S1X+:ବେସ୍ ମଡେଲ ଅପେକ୍ଷା Ola S1X+ରେ ଫ୍ରଣ୍ଟ ଡିସ୍କ ବ୍ରେକ୍ ମିଳିଥାଏ, ଯାହାକି ଅଧିକ ପାୱାରଫୁଲ । ଏଥିରେ 4kwର ବ୍ୟାଟେରୀ ପ୍ୟାକ୍ ମିଳୁଥିବା ବେଳେ ଏହାର ରେଞ୍ଜ 242 କିଲୋମିଟର ରହିଛି । ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି 125 କିଲୋମିଟର ରହିଛି ।
- Ola S1 Pro: ଏହିଠାରୁ S1 ବ୍ରାଣ୍ଡର ପ୍ରିମିୟମ ସ୍କୁଟରର ଆରମ୍ଭ ହେଉଛି । ଏଥିରେ ଅନେକ ଭିଜୁଆଲ ପରିବର୍ତ୍ତନ ଆସିଥାଏ । ଏଥରେ ନୂଆ ଆଲୁମିନିୟମ ଗ୍ରାବ ହ୍ୟାଣ୍ଡେଲ୍, ବଡି ରଙ୍ଗର ମିରର ରହିଛି । ଏଥିରେ 3kw ଓ 4kwର ଦୁଇଟି ବ୍ୟାଟେରୀ ପ୍ୟାକ୍ ମିଳିଥାଏ । ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି 125 କିଲୋମିଟର ହୋଇଥିବା ବେଳେ ଥରେ ଚାର୍ଜ କଲେ ଏହା 242 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରେ ।
- Ola S1 Pro+: ଓଲା ଲାଇନଅପ୍ର ଏହା ହେଉଛି ନୂଆ ଫ୍ଲାଗସିପ୍ ସ୍କୁଟର । ଏଥିରେ ଡୁଆଲ ଚ୍ୟାନେଲ ABS ଓ 13kw ମୋଟର ମିଳିଥାଏ ଯାହାକି ଏହାକୁ ଭାରତରେ ବିକ୍ରି ହେଉଥିବା ସମସ୍ତ ସ୍କୁଟର ମଧ୍ୟରେ ଶକ୍ତିଶାଳୀ କରିଥାଏ । ଏଥିରେ 2ଟି 5.3kw ଓ 4kwର ବ୍ୟାଟେରୀ ଅପସନ ମିଳିଥାଏ । ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି 141 କିଲୋମିଟର ରହିଥିବା ବେଳେ ଏହାର ରେଞ୍ଜ 320 କିଲୋମିଟର ରହିଛି ।
Ola S1 Gen 3: ଦାମ କେତେ ଜାଣନ୍ତୁ
Ola S1 Gen 3 Portfolio (Image Credit- Ola Electric) ଓଲା ଏସ1ର ନୂଆ ଜେନେରେସନର ଏକ୍ସ ଶୋ'ରୁମ ମୂଲ୍ୟ 79,999ଟଙ୍କାଠାରୁ ଆରମ୍ଭ ହୋଇ 1,69,999 ଟଙ୍କା ରହିଛି ।