ହାଇଦ୍ରାବାଦ:ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସହଯୋଗୀ ବଚ୍ ୱିଲମୋର ଏକ ନିଆରା ଢଙ୍ଗରେ ନବବର୍ଷ 2025କୁ ସ୍ବାଗତ କରିଛନ୍ତି । ଉଭୟ ମହାକାଶଚାରୀ ମହାକାଶରେ ସ୍ଥାପିତ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରେ ରହିଥିବା ବେଳେ ସେମାନେ 16ଥର ସୂର୍ଯ୍ୟୋଦୟ ଦେଖିଛନ୍ତି । ମହାକାଶରେ 72 କ୍ରୁ ମେମ୍ବର ଏହି ନିଆରା ଅନୁଭବକୁ ଉପଭୋଗ କରିବା ନେଇ ISSର ଅଫିସିଆଲ X ସାଇଟ୍ରେ ମଧ୍ୟ ସୂଚନା ଦିଆଯାଇଛି ।
ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସହଯୋଗୀ ବଚ୍ ୱିଲମୋର ଏକ ନିଆରା ଢଙ୍ଗରେ ନବବର୍ଷ 2025କୁ ସ୍ବାଗତ କରିଛନ୍ତି । ଉଭୟ ମହାକାଶଚାରୀ ମହାକାଶରେ ସ୍ଥାପିତ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରେ ରହିଥିବା ବେଳେ ସେମାନେ 16ଥର ସୂର୍ଯ୍ୟୋଦୟ ଦେଖିଛନ୍ତି । ମହାକାଶରେ 72 କ୍ରୁ ମେମ୍ବର ଏହି ନିଆରା ଅନୁଭବକୁ ଉପଭୋଗ କରିବା ନେଇ ISSର ଅଫିସିଆଲ X ସାଇଟ୍ରେ ମଧ୍ୟ ସୂଚନା ଦିଆଯାଇଛି ।
ISSରେ ନିଆରା ନବବର୍ଷ
ମହାକାଶରେ 72 କ୍ରୁ ମେମ୍ବର ପୃଥିବୀଠାରୁ ପ୍ରାୟ 400 କିଲୋମିଟର ଉଚ୍ଚରେ ସ୍ଥାପିତ ହୋଇଛି । ଏହା ପୃଥିବୀ କକ୍ଷରେ ଅବସ୍ଥିତ । ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ପ୍ରତି 90 ମିନିଟରେ ପୃଥିବୀ ଚାରିପଟେ ଥରେ ଘୂରିଥାଏ । ଗୋଟିଏ ଦିନରେ ଆଇଏସଏସ ପୃଥିବୀ ଚାରିପଟେ 28ହଜାର କିମି ବେଗରେ 16ଥର ଘୂରିଥାଏ । ଏଥିଲାଗି ଡିସେମ୍ବର 31 ତାରିଖରୁ ଜାନୁଆରୀ 1 ତାରିଖ ମଧ୍ୟରେ 16ଥର ନୂଆବର୍ଷ ପାଳନ କରିବାର ସୁଯୋଗ ମିଳିଥାଏ ।