ହାଇଦ୍ରାବାଦ:ସ୍ମାର୍ଟଫୋନ ନିର୍ମାତା ମୋଟରୋଲା ଖୁବଶୀଘ୍ର ଭାରତରେ ଏହାର ନୂତନ ମୋଟୋ G35 5G ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । ସ୍ମାର୍ଟଫୋନର ଲଞ୍ଚ ତାରିଖ ଏବଂ ଉପଲବ୍ଧତା ବିବରଣୀ ବିଷୟରେ କମ୍ପାନୀ ସୂଚନା ଦେଇଛି । ଏହି ସ୍ମାର୍ଟଫୋନକୁ ଅଗଷ୍ଟରେ 'ମୋଟୋ G55' ସହିତ କିଛି ନିର୍ଦ୍ଦିଷ୍ଟ ୟୁରୋପୀୟ ବଜାରରେ ଲଞ୍ଚ କରାଯାଇଥିଲା । ଲଞ୍ଚ୍ ତାରିଖ ସହିତ ନୂତନ ମୋଟୋ G35 5G ର ଭାରତୀୟ ସଂସ୍କରଣର ଡିଜାଇନ, କଲର ଅପସନ ଏବଂ ପ୍ରମୁଖ ଫିଚରଗୁଡିକ ପ୍ରକାଶ ପାଇଛି । ଫୋନର ଆଗାମୀ ଭାରତୀୟ ସଂସ୍କରଣ ଏହାର ୟୁରୋପୀୟ ପ୍ରତିପକ୍ଷ ସହିତ ସମାନ । ଯଦିଓ ମୋଟରୋଲା ଏହି ଫୋନର ମୂଲ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରିନାହିଁ କିନ୍ତୁ କମ୍ପାନୀ ଦ୍ବାରା ପ୍ରକାଶିତ ଟିଜର ଏହାର ମୂଲ୍ୟ ନେଇ ସଙ୍କେତ ଦେଇଛି ।
Moto G35 5Gର ଲଞ୍ଚ ତାରିଖ:-
ମୋଟୋ G35 5G ଡିସେମ୍ବର 10 ମଧ୍ୟାହ୍ନ 12ଟାରେ ଭାରତରେ ଲଞ୍ଚ ହେବ । ଦେଶର ଅନ୍ୟତମ ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ମାଇକ୍ରୋସାଇଟ୍ରେ ପ୍ରକାଶିତ ଏକ ପୋଷ୍ଟରରୁ ଲଞ୍ଚ ତାରିଖ ବିଷୟରେ ସୂଚନା ପ୍ରକାଶ ମିଳିଛି । ଏହା ସୂଚିତ କରେ ଯେ ଏହି ଫୋନ ୱାଲମାର୍ଟ ମାଲିକାନା ଇ-କମର୍ସ ସାଇଟ ମାଧ୍ୟମରେ ଦେଶରେ ବିକ୍ରି ପାଇଁ ଉପଲବ୍ଧ ହେବ ।
ମୋଟୋ G35 5G ଦାମ:-
ନୂତନ ମୋଟୋ G35 5G ପାଇଁ ରିଲିଜ ହୋଇଥିବା ଟିଜରରେ ଏହି ସ୍ମାର୍ଟଫୋନ ଦେଶର ସେଗମେଣ୍ଟରେ ଦ୍ରୁତତମ 5G ଫୋନ ହେବ ବୋଲି ଦାବି କରାଯାଇଛି । ଟିଜର ଫଟୋ ଦର୍ଶାଉଛି ଯେ କମ୍ପାନୀ 10,000ରୁ କମ୍ ମୂଲ୍ୟରେ ଏହି ସ୍ମାର୍ଟଫୋନ ଲଞ୍ଚ କରିପାରିବ । ଏହି ସ୍ମାର୍ଟଫୋନକୁ '5G smartphones under Rs. 10,000' ରୂପରେ କମ୍ପାନୀ ପରିଚିତ କରାଇଛି ।
Moto G35 5Gର ଫିଚର ଓ ସ୍ପେଶିଫିକେସନ:-
ଏହାର ଡିଜାଇନ ବିଷୟରେ କହିବାକୁ ଗଲେ ଭାରତରେ ଲଞ୍ଚ ହେବାକୁ ଥିବା ମୋଟୋ G35 5G ୟୁରୋପୀୟ ସଂସ୍କରଣ ପରି Vegan Leather ଡିଜାଇନ ରହିବ । ଏହି ଫୋନ କଳା, ସବୁଜ ଏବଂ ନାଲି ରଙ୍ଗରେ ଉପଲବ୍ଧ ହେବ । ତଥାପି ଏହାର କଲର ଅପସନଗୁଡ଼ିକର ନାମ ନିଶ୍ଚିତ ହୋଇନାହିଁ । ୟୁରୋପରେ ଏହା ଗୁୱାଭା ରେଡ୍, ଲିଫ୍ ଗ୍ରୀନ୍ ଏବଂ ମିଡନାଇଟ୍ ବ୍ଲାକ୍ କଲର ଅପସନ ସହିତ ବିକ୍ରି ହେଉଛି ।
କମ୍ପାନୀ ଦ୍ବାରା ପ୍ରକାଶିତ ଟିଜରରୁ ଜଣାପଡିଛି ଯେ ମୋଟୋ G35 5G ରେ 6.7-ଇଞ୍ଚ ଫୁଲ୍-ଏଚଡି + ସ୍କ୍ରିନ୍ ରହିବ ଯାହା 120Hz ରିଫ୍ରେସ୍ ରେଟ୍, 240Hz ଟଚ୍ ସାମ୍ପଲିଂ ରେଟ୍ ଏବଂ 1000nitsର ପିକ୍ ବ୍ରାଇଟନେସ୍ ସହିତ ଆସିବ । ଏହା କର୍ନିଙ୍ଗ ଗୋରିଲା ଗ୍ଲାସ ସହିତ ଆସିବ । ଭାରତରେ ଲଞ୍ଚ ହେବାକୁ ଥିବା ମୋଟୋ G35 5G Unisoc T760 ଚିପସେଟ ସହିତ ରହିବ, ଯାହା ଅତି କମରେ 4GB RAM ଏବଂ 128GB ଆଭ୍ୟନ୍ତରୀଣ ଷ୍ଟୋରେଜ୍ ସହିତ ପ୍ରଦାନ କରିବ । ଅତିରିକ୍ତ 4GB ପର୍ଯ୍ୟନ୍ତ RAM ବିସ୍ତାର ପାଇଁ ଏକ ବିକଳ୍ପ ରହିବ । ଏହି ଫୋନ୍ ଆଣ୍ଡ୍ରଏଡ୍ 14-ଆଧାରିତ OS ସହିତ ଆସିବ ଯାହା ଉପରେ ହେଲୋ UI ସମର୍ଥିତ ହେବ ।
କ୍ୟାମେରା ସେଟଅପ୍:-
ଅପ୍ଟିକ୍ସ ପାଇଁ ମୋଟୋ G35 5G ର ଭାରତୀୟ ଭାରିଏଣ୍ଟରେ ଏକ 50MP କ୍ବାଡ-ପିକ୍ସେଲ ମେନ୍ ରିଅର କ୍ୟାମେରା ସେନ୍ସର ସହିତ 8MP ଅଲଟ୍ରା ୱାଇଡ୍ କ୍ୟାମେରା ରହିପାରେ । ଏହା ବ୍ୟତୀତ ସେଲଫି ଏବଂ ଭିଡିଓ କଲ ପାଇଁ 16MP ଫ୍ରଣ୍ଟ କ୍ୟାମେରା ସେନ୍ସର ରହିବ । ଏହାର ଭାରତୀୟ ସଂସ୍କରଣରେ 5000mAh ବ୍ୟାଟେରୀ ଦିଆଯାଇପାରେ । ଏହାର ବ୍ୟାଟେରୀ 20W ୱେୟାର୍ଡ ଚାର୍ଜିଂକୁ ସମର୍ଥନ କରେ । ଧୂଳି ଏବଂ ଜଳରୁ ସୁରକ୍ଷା ପାଇଁ ଏହାକୁ IP52 ରେଟିଂ ଦିଆଯାଇଛି । ଫୋନରେ ଡଲବି ଅଟମୋସ୍ ସମର୍ଥିତ ଡୁଆଲ୍ ଷ୍ଟେରିଓ ସ୍ପିକର ଯୋଗାଇ ଦିଆଯାଇଛି । ହ୍ୟାଣ୍ଡସେଟର ମୋଟେଇ 7.79 ମିମି ଏବଂ ଏହାର ଓଜନ 185 ଗ୍ରାମ ହୋଇପାରେ ।