ହାଇଦ୍ରାବାଦ: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ନିଜର ବହୁ ପ୍ରତିକ୍ଷିତ ଇଲେକଟ୍ରିକ୍ ସ୍କୁଟର Honda Activa-e ଓ Honda QC1କୁ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ 2025ରେ ଲଞ୍ଚ କରିଛି । ଏହି ଦୁଇ ସ୍କୁଟରର ଦାମ ଖୁଲାସା ହୋଇଥିବା ବେଳେ କମ୍ପାନୀ ଉଭୟର ବୁକିଂ ମଧ୍ୟ ଆରମ୍ଭ କରିଦେଇଛି । କର୍ଣ୍ଣାଟକ ସ୍ଥିତ Hondaର ନରସାପୁରା ପ୍ଲାଣ୍ଟରେ ନିର୍ମିତ ହୋଇଥିବା ଏହି ଦୁଇ ସ୍କୁଟରରେ ରେଞ୍ଜ ବା ଥରେ ଚାର୍ଜ କଲେ କେତେ ବାଟ ଚାଲିବ, ଦାମ ଆଦି ସମ୍ପର୍କରେ ବିସ୍ତୃତ ଭାବରେ ଜାଣନ୍ତୁ ।
ଥରେ ଚାର୍ଜ କଲେ କେତେ ବାଟ ଯିବ ?
- Honda Activa-e:- କମ୍ପାନୀ ହୋଣ୍ଡା ଆକ୍ଟିଭା-ଇରେ 1.5kWhର ଦୁଇଟି ବ୍ୟାଟେରୀ ବ୍ୟବହାର କରିଛି, ଯାହାକି ମୋଟ 3kWh କ୍ଷମତା ପ୍ରଦାନ କରିଥାଏ । ଏହି ସ୍କୁଟର ଥରେ ଚାର୍ଜ ହେଲେ 102 କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ପ୍ରଦାନ କରିଥାଏ । ସ୍କୁଟରରେ 6kWhର ମୋଟର ବ୍ୟବହାର କରାଯାଇଛି, ଯାହାକି 22Nm ଟର୍କ ପ୍ରଦାନ କରିଥାଏ । ଫଳରେ ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି 80 କିଲୋମିଟର ରହିଛି । ଏହି ସ୍କୁଟିଟି ମାତ୍ର 7.3 ସେକେଣ୍ଡରେ 0-60 କିଲୋମିଟର ପର୍ଯ୍ୟନ୍ତ ବେଗ ଧରିପାରିବ ।
- Honda QC1:- ସେହିପରି ହୋଣ୍ଡା କ୍ୟୁସି1 ଇଲେକଟ୍ରିକ ସ୍କୁଟରର ସମ୍ପର୍କରେ ଆଲୋଚନା କଲେ ଏଥିରେ 1.5kWhର ଫିକ୍ସଡ୍ ବ୍ୟାଟେରୀ ବ୍ୟବହାର କରାୟାଇଛି, ଯାହାକି ଥରେ ଚାର୍ଜ ହେଲେ 80 କିଲୋମିଟର ଯାଇପାରିବ । ଏହି ସ୍କୁଟରରେ ଲଗାଯାଇଥିବା ମୋଟର 2.4bhpରୁ ଅଧିକ ପାୱାର ପ୍ରଦାନ କରିଥାଏ, ଫଳରେ ସ୍କୁଟରଟି କିଛି ସେକେଣ୍ଡ ମଧ୍ୟରେ 50 କିଲୋମିଟର ପର୍ଯ୍ୟନ୍ତ ବେଗ ଧରିପାରେ ।
କାହାର ଦାମ କେତେ ?
- କମ୍ପାନୀ Honda Activa-e ସ୍କୁଟରର ଦାମ 1,17,000 ଟଙ୍କା (ଏକ୍ସ ଶୋ'ରୁମ-ବେଙ୍ଗାଲୁରୁ) ରଖିଛି ।
- ସେହିପରି ଯଦି ଆମେ Honda QC1ର ଦାମ ଦେଖିବା ଏହାର ମୂଲ୍ୟ 90,000 ଟଙ୍କା (ଏକ୍ସ ଶୋ'ରୁମ-ବେଙ୍ଗାଲୁରୁ) ରହିଛି ।
- କମ୍ପାନୀ ଉଭୟ ସ୍କୁଟରର ଲଞ୍ଚ ସହିତ ଏହାର ବୁକିଂ ଆରମ୍ଭ କରିଛି । ଗ୍ରାହକ ମାତ୍ର 1000ଟଙ୍କା ଦେଇ ଏହାର ବୁକିଂ କରିପାରିବେ ।
- ଗ୍ରାହକଙ୍କ ସୁବିଧା ଉପରେ ନଜର ପକାଇଲେ, ଏହି ଦୁଇ ସ୍କୁଟର ସହ 3ବର୍ଷ/50,000 କିଲୋମିଟର ୱାରେଣ୍ଟି, 3ଟି ମାଗଣା ସର୍ଭିସ ଓ 1ବର୍ଷ ପର୍ଯ୍ୟନ୍ତ କମ୍ପ୍ଲିମେଣ୍ଟ୍ରି ରୋଡ୍ ସାଇଡ୍ ଆସିଷ୍ଟାନ୍ସ ପ୍ରଦାନ କରିବ ।
What a fantastic day it was as Auto Expo 2025 fabulously started.
— Honda 2 Wheelers India (@honda2wheelerin) January 17, 2025
With more excitement coming underway,
visit the Honda pavilion at Hall No.2. Bharat Mandapam, New Delhi.#Honda #ThePowerOfDreams #AutoExpo2025 pic.twitter.com/ydnfxwJluy
Honda Activa-e: ଫିଚର
ହୋଣ୍ଡା ଇଲେକଟ୍ରିକ ଆକ୍ଟିଭାରେ ତିନୋଟି ରାଇଡିଂ ମୋଡ୍- ଇକନ୍, ଷ୍ଟାଣ୍ଡାର୍ଡ ଓ ସ୍ପୋର୍ଟି ଦିଆଯାଇଛି । ଗାଡ଼ି ଚଲାଉଥିବା ସମୟରେ ଚାଳକ ଅତି ସହଜରେ ଏହି ରାଇଡିଂ ମୋଡ୍କୁ ପରିବର୍ତ୍ତନ କରିପାରିବେ । ସମସ୍ତ ସୂଚନା ସ୍କୁଟିର ଡ୍ୟାସରେ ଦିଆଯାଇଥିବା 7 ଇଞ୍ଚର TFT ଡିସପ୍ଲେରେ ଦୃଶ୍ୟମାନ ହେବ । ଏହା Honda RoadSync Duo ସ୍ମାର୍ଟଫୋନ ଆପ୍ ସହିତ ଇଣ୍ଟିଗ୍ରେଟେଡ ହୋଇଛି ।
Honda QC1: ଫିଚର ଓ ସ୍ପେଶିଫିକେସନ
ଏହି ସ୍କୁଟରରେ 5 ଇଞ୍ଚର LCD ଡିସପ୍ଲେ, USB ଟାଇପ-ସି ଚାର୍ଜିଂ ପୋର୍ଟ ଓ 26 ଲିଟର ଅଣ୍ଡର-ସିଟ୍ ଷ୍ଟୋରେଜ ପ୍ରଦାନ କରାଯାଇଛି । ଚାର୍ଜିଂ ସମୟ ସମ୍ପର୍କରେ କହିଲେ ଏହି ସ୍କୁଟର ବ୍ୟାଟେରୀ ହୋମ ଚାର୍ଜରକୁ ବ୍ୟବହାର କରି 4 ଘଣ୍ଟା 30 ମିନିଟରେ 0-80% ଚାର୍ଜ ହୋଇପାରିଥାଏ । ଇଲେକଟ୍ରିକ ଆକ୍ଟିଭାରେ ଫ୍ରଣ୍ଡ ଡିସ୍କ ବ୍ରେକ୍ ମିଳୁଥିବା ବେଳେ ଏଥିରେ ଡ୍ରମ୍ ବ୍ରେକ୍ ଦିଆଯାଇଛି ।
କଲର ଅପସନ
ଉଭୟ ଇଲେକଟ୍ରିକ ସ୍କୁଟର ହୋଣ୍ଡା ଆକ୍ଟିଭା ଓ ହୋଣ୍ଡା କ୍ୟୁସି1 ଲାଗି 5ଟି କଲର ଅପସନ ପ୍ରଦାନ କରାଯାଇଛି । ସେଗୁଡ଼ିକ ହେଉଛି Pearl Serenity Blue, Matt Foggy Silver Metallic, Pearl Misty White, Pearl Shallow Blue ଓ Pearl Igneous Black ।