ETV Bharat / state

ଐତିହ୍ୟ ଗ୍ରାମ ରଘୁରାଜପୁର ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି, କିଣିଲେ ଗଣେଶଙ୍କ ପଟ୍ଟଚିତ୍ର - SINGAPORE PRESIDENT ODISHA VISIT

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ । ପୁରୀ ଜିଲ୍ଲାର ଐତିଗ୍ୟ ଗ୍ରାମ ରଘୁରାଜପୁର ବୁଲି ଦେଖିବା ସହ ପଟ୍ଟଚିତ୍ରକୁ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Jan 18, 2025, 1:21 PM IST

ପୁରୀ: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍‌ଙ୍କ ଓଡ଼ିଶା ଗସ୍ତର ଆଜି (ଶନିବାର) ଦ୍ୱିତୀୟ ଦିନ । ଆଜି ସେ ପୁରୀ ଜିଲ୍ଲାର ପ୍ରସିଦ୍ଧ ଐତିହ୍ୟ ଗ୍ରାମ ରଘୁରାଜପୁରକୁ ନିଜ ପତ୍ନୀଙ୍କ ସହ ପରିଦର୍ଶନ କରିଛନ୍ତି । କଳାସଂସ୍କୃତିରେ ଭରପୂର ଏହି ଗ୍ରାମ ବୁଲିବା ସମୟରେ ସିଙ୍ଗାପୁର ରାଷ୍ଟ୍ରପତି ଲୋକମାନଙ୍କ ଘରେ ପଟ୍ଟ ଚିତ୍ର ତିଆରି ଶୖୈଳୀର ଡେମୋ ଦେଖିବା ସହ ପଟ୍ଟ ଚିତ୍ର ଶିଳ୍ପୀଙ୍କ ସହ ଆଲୋଚନା କରିଛନ୍ତି । ଏହାସହିତ ଗଣେଶଙ୍କ ପଟ୍ଟଚିତ୍ର କିଣିଥିବା ଜଣାପଡ଼ିଛି । ପୁରୀର ଏହି ହେରିଟେଜ ଭିଲେଜ ବୁଲିବା ପରେ ସେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଗସ୍ତ କରିବେ ।

ଐତିହ୍ୟ ଗ୍ରାମ ରଘୁରାଜପୁର ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି (ETV Bharat Odisha)

ରଘୁରାଜପୁର ବୁଲି ଦେଖିଲେ ସିଙ୍ଗାପୁର ରାଷ୍ଟ୍ରପତି:

ପ୍ରଥମେ ସେ ରଘୁରାଜପୁରରେ ପହଞ୍ଚିବା ପରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ତାଙ୍କର ସ୍ବାଗତ କରିଥିଲେ । ପରେ ରଘୁରାଜପୁର ଗ୍ରାମବାସୀ, ପାରମ୍ପରିକ ଢଙ୍ଗରେ ସ୍ବାଗତ କରିଥିଲେ । ସିଙ୍ଗାପୁର ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ରଘୁରାଜପୁର ଗ୍ରାମରେ ହୋଇଥିବା ପଟ୍ଟଚିତ୍ର ପ୍ରଦର୍ଶନୀ ବୁଲି ଦେଖିଥିଲେ । ଓଡ଼ିଶାର ଚିତ୍ରକଳା ଦେଖି ବେଶ୍ ଖୁସି ପ୍ରକଟ କରିଥିଲେ ଦମ୍ପତି ।

Ragurajpur Pattachitra
Ragurajpur Pattachitra (ETV Bharat Odisha)

ପଟ୍ଟଚିତ୍ର କିଣି ଖୁସିପ୍ରକଟ କଲେ ସିଙ୍ଗାପୁର ରାଷ୍ଟ୍ରପତି:

ରାମାୟଣ କଥାବସ୍ତୁ ଥିବା ଗଣେଶଙ୍କ ପ୍ରତିକୃତିର ଏକ ପଟ୍ଟଚିତ୍ର ସେ ନେଇଥିଲେ । କିଭଳି ଚିତ୍ରକରମାନେ ପଟ୍ଟଚିତ୍ର ପ୍ରସ୍ତୁତ କରୁଛନ୍ତି ତାହା ପଚାରି ବୁଝିଥିଲେ । ରଘୁରାଜପୁର ଗ୍ରାମର ଇତିହାସ ସମ୍ପର୍କରେ ମଧ୍ୟ ଚିତ୍ରଶିଳ୍ପୀଙ୍କ ଠାରୁ ପଚାରି ବୁଝିଥିଲେ ସିଙ୍ଗାପୁର ରାଷ୍ଟ୍ରପତି । ପରେ ସେ କୋଣାର୍କ ଅଭିମୁଖେ ଗସ୍ତ କରିବେ । ଅନ୍ୟପଟେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Singapore president at Ragurajpur
Singapore president at Ragurajpur (ETV Bharat Odisha)

ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ

ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ଶନ୍ମୁଗରତ୍ନମଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ରଘୁରାଜପୁର ପରେ ସିଧାସଳଖ କୋଣାର୍କ ସୂର୍ଯ୍ୟ ମନ୍ଦିର ଗସ୍ତ କରିଛନ୍ତି ଥର୍ମନ୍ ଶନ୍ମୁଗରତ୍ନମ୍ ।

ଓଡ଼ିଶା ଗସ୍ତର ପ୍ରଥମ ଦିନ

ଗତକାଲି(ଶୁକ୍ରବାର) ଦିନ ୧୧.୩୦ ସୁଦ୍ଧା ସିଙ୍ଗାପୁର ରାଷ୍ଟ୍ରପତି, ତାଙ୍କ ପତ୍ନୀ ଓ ସିଙ୍ଗାପୁରର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଭବ୍ୟ ସ୍ବାଗତ କରିଥିଲେ । ପରେ ସିଙ୍ଗାପୁର ସହ ରାଜ୍ୟ ସରକାର ୮ଟି ଏମଓୟୁରେ ସ୍ୱାକ୍ଷର କରିଥିଲେ । ଏହି ସମୟରେ ରାଷ୍ଟ୍ରପତି ମଧ୍ୟ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ଥର୍ମନଙ୍କ ସହ ଓଡ଼ିଶା ସରକାରଙ୍କ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ...

କଳାଭୂମିରେ ୪ ଘଣ୍ଟା ବିତାଇଲେ ସିଙ୍ଗାପୁର ରାଷ୍ଟ୍ରପତି, ଓଡ଼ିଶା କଳାକୃତି ଦେଖି ଅଭିଭୂତ

ଓଡ଼ିଶାରେ ସିଙ୍ଗାପୁର ରାଷ୍ଟ୍ରପତି, ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ, ସ୍ବାକ୍ଷରିତ ହେବ ଏମଓୟୁ

ଓଡ଼ିଶା-ସିଙ୍ଗାପୁର 8 ଚୁକ୍ତିନାମା ସ୍ବାକ୍ଷର, ଆଗକୁ ଅନେକ ବିଭାଗରେ MOU ହେବ କହିଲେ ମୁଖ୍ୟମନ୍ତ୍ରୀ

ପୋଖରୀପୁଟ ଶିଳ୍ପୀବିହାରରେ ଥିବା ରାଜ୍ୟ ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମି ପରିଦର୍ଶନ କରିବା ସହ ସେଠାରେ ସେ ୪ ଘଣ୍ଟା ସମୟ ବିତାଇ ଓଡ଼ିଶାର କଳା, ହସ୍ତତନ୍ତ ଓ ହସ୍ତଶିଳ୍ପର ଉଚ୍ଚ ପ୍ରଶଂସା କରିଛନ୍ତି । ଆଉମଧ୍ୟ କଳାଭୂମିରେ ଥିବା ହସ୍ତତନ୍ତ ଓ ହସ୍ତଶିଳ୍ପ ଗ୍ୟାଲେରୀ ବୁଲି କରୁଣା ଶିଳ୍କ, କୋଟପାଡ ଶାଢ଼ୀ, ସମ୍ବଲପୁରୀ, ମାଣିଆବନ୍ଧ ଶାଢ଼ୀ ବୁଣିବା ଶୈଳୀ ବିଷୟରେ ପଚାରି ବୁଝିବା ସହ ରାଷ୍ଟ୍ରପତିଙ୍କ ପତ୍ନୀ ଏକ ଶାଢୀ ମଧ୍ୟ କିଣିଥିଲେ । ଏହାର ମୂଲ୍ୟ ସେ UPI ଜରିଆରେ ପ୍ରଦାନ କରିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.