ଓଡିଶା

odisha

Most Slimmest Budget Phone: ଲଞ୍ଚ ହେଲା ସବୁଠୁ ପତଳା ଫୋନ Infinix Hot 50; ଦାମ ମାତ୍ର 10ହଜାର - Infinix Hot 50 5G launched in India

By ETV Bharat Tech Team

Published : Sep 8, 2024, 1:09 PM IST

Infinix Hot 50 5G: ଭାରତୀୟ ବଜାରରେ ଲଞ୍ଚ ହେଲା ସବୁଠୁ ପତଳା ଫୋନ Infinix Hot 50 । ଏହି ଫୋନଟି AI ଫିଚର ସହିତ ଆସିଥିବା ବେଳେ କ୍ୟାମେରା କ୍ବାଲିଟି ମଧ୍ୟ ଦମଦାର ରହିଛି । କିନ୍ତୁ ଦାମ ମାତ୍ର 10ହଜାର ରହିଛି । ଆସନ୍ତାକାଲିଠୁ ଫ୍ଲିପକାର୍ଟରେ ଏହାର ସେଲ୍‌ ଲାଇଭ ହେବାକୁ ଯାଉଛି । ଅଧିକ ପଢନ୍ତୁ

Infinix Hot 50 5G Smartphone
Infinix Hot 50 5G Smartphone (ETV Bharat Tech Team)

ହାଇଦ୍ରାବାଦ:ଇନଫିନିକ୍ସ ହଟ୍‌ 50 (Infinix Hot 50) 5G ସ୍ମାର୍ଟଫୋନ ଭାରତୀୟ ବଜାରରେ ସେପ୍ଟେମ୍ବର 5 ତାରିଖଠାରୁ ପ୍ରବେଶ କରିସାରିଛି । ଫୋନର ଟିଜରକୁ ମଧ୍ୟ ଅନଲାଇନ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଜାରି କରାଯାଇଛି । ଏହି ଫୋନକୁ ଏକ ଟ୍ୟାଗଲାଇନ ଦିଆଯାଇଛି 'Slimmest and Most Reliable', ଏହାର ଅର୍ଥ ଫୋନ ପତଳା ଡିଜାଇନ ସହିତ ବିଶ୍ବସନୀୟ ମଧ୍ୟ । Infinix Hot 50କୁ ନେଇ ଦାବି କରାଯାଉଛି ଯେ ଏହା ନିଜ ସେଗମେଣ୍ଟର ସବୁଠୁ ପତଳା 5ଜି ସ୍ମାର୍ଟଫୋନ ।

ହାଇଲାଇଟ୍ସ

  1. ଇନଫିନିକ୍ସ ହଟ୍‌ 50 5G ସ୍ମାର୍ଟଫୋନର ଚଉଡା ମାତ୍ର 7.8mm
  2. Infinix Hot 50 5G ମିଟିଆଟେକ୍‌ ଡାଇମେନସନ 6300 SoC
  3. AI ଫିଚର ସହିତ AI ଚାର୍ଜ ପ୍ରୋଟେକ୍ସନ ରହିଛି
  4. ଏହାର ଦାମ Rs 9,999 ଥିବା ବେଳେ ବ୍ୟାଙ୍କ ଅଫରରେ Rs 8,999ରେ ମିଳିବ

Infinix Hot 50ର ଫିଚର୍ସ କଣ ?

  • ଇନଫିନିକ୍ସ ହଟ୍ 50 5G 7.8 ମିମି ମୋଟେଇ ବିଶିଷ୍ଟ ପତଳା ଡିଜାଇନ୍ 5ଜି ସ୍ମାର୍ଟଫୋନ ।
  • ପଛ ପ୍ୟାନେଲରେ ଏକ ଡୁଆଲ-କ୍ୟାମେରା ସେଟଅପ୍ ଫିଚର ରହିଛି ।
  • ଏହା 4ଟି କଲର ଅପସନ୍‌ Sleek Black, Vibrant Blue, Sage Green ଓ Dreamy Purple ଉପଲବ୍ଧ ।
  • 6.7-inch HD+ display ସହିତ 120Hz ରିଫ୍ରେସ ରେଟ୍‌
  • 5,000mAh ବ୍ୟାଟେରୀ ସହିତ 18W ଫାଷ୍ଟ ଚାର୍ଜିଂ ସପୋର୍ଟ
  • Type C ଚାର୍ଜିଂ ପୋର୍ଟ ଓ AI ଚାର୍ଜ ପ୍ରୋଟେକ୍ସନ
    Infinix Hot 50 5G (Infinix India)

କେତେ ମିଳିବ ଷ୍ଟୋରେଜ ?

ଇନଫିନିକ୍ସ ହଟ୍ 50 5G ସ୍ମାର୍ଟଫୋନରେ ମିଡିଆ ଟେକ୍ ଡାଇମେନସିଟି 6300 SoC ରହିଛି । ଏହାକୁ 128GB UFS 2.2 ଇଣ୍ଟରନାଲ ଷ୍ଟୋରେଜ୍ ଦିଆଯାଇଥିବା ବେଳେ 8GB RAM ରହିଛି । କମ୍ପାନୀର ଏହି ନୂଆ ଫୋନ 4GB / 8GB ଷ୍ଟୋରେଜ୍ ଭାରିଏଣ୍ଟ ଏବଂ 128GB UFS 2.2 ଷ୍ଟୋରେଜ୍ ସହିତ ଉପଲବ୍ଧ । ଏହାକୁ ଧୂଳି ଏବଂ ପାଣିରୁ ରକ୍ଷା କରିବା ପାଇଁ ଫୋନ୍ IP54 ରେଟିଂ ଦିଆଯାଇଛି ।

କେଉଁଠି କେତେ ରହିଛି ଦାମ ?

  • Infinix Hot 50ର ଦାମ 9,999 ଟଙ୍କା ରହିଛି ।
  • 4GB ମେମୋରି ଥିବା ଭାରିଏଣ୍ଟର ଦାମ Rs 9,999
  • 8GB ମେମୋରି ଥିବା ଭାରିଏଣ୍ଟର ଦାମ Rs 10,999
  • ସେପ୍ଟେମ୍ବର 9 ତାରିଖରୁ ଏହାର ଲାଇଭ ସେଲ୍‌ ଫ୍ଲିପକାର୍ଟରୁ ଆରମ୍ଭ ହେଉଛି । ଯେଉଁଥିରେ ଗ୍ରାହକଙ୍କୁ ଭଲ ଡିସକାଉଣ୍ଟ ମିଳିବ ।
  • ଯଦି ଆପଣଙ୍କ ନିକଟରେ Flipkart Axis Bank Credit Card ରହିଛି ତେବେ ଏହି ଡିଭାଇସକୁ ଆପଣ Rs 8,549ରେ କିଣିପାରିବେ ।

ପଢନ୍ତୁ ଅନ୍ୟ କିଛି ଖବର

Google Pixel 9 AI Camera: ଏଣିକି ଗ୍ରୁପଫଟୋରୁ ବାଦ ପଡିବେନି ଫଟୋଗ୍ରାଫର, କେମିତି ସମ୍ଭବ ? ଜାଣନ୍ତୁ

ଭାରତରେ ଲଞ୍ଚ ହେଲା ସାମସଙ୍ଗର ନୂଆ ସ୍ମାର୍ଟଫୋନ; ଗ୍ରାହକଙ୍କୁ ଆକୃଷ୍ଟ କରୁଛି ଡିଜାଇନ

ABOUT THE AUTHOR

...view details