ଓଡିଶା

odisha

ETV Bharat / technology

ସୋସିଆଲ ମିଡିଆରେ ଅନଲାଇନ Scam ରୋକିବାକୁ ମେଟାର ତୟାରି; ଆଣୁଛି ନୂଆ ଟେକ୍ନୋଲୋଜି

ସେଲିବ୍ରିଟି-ବେଟ୍ ଠକେଇକୁ ଚିହ୍ନଟ ଏବଂ ରୋକିବା ପାଇଁ ମେଟା ମୁଖ ଚିହ୍ନିବା ଟେକ୍ନୋଲୋଜିକୁ ପୁନଃ ଆଣୁଛି । ଯାହାଦ୍ବାରା ସାଧାରଣ ଲୋକେ ସ୍କାମରୁ ବର୍ତ୍ତିପାରିବେ । ଅଧିକ ପଢନ୍ତୁ

Facial Recognition Technolog
Facial Recognition Technolog (Facial Recognition Technolog)

By ETV Bharat Tech Team

Published : 4 hours ago

ହାଇଦ୍ରାବାଦ:ଲୋକଙ୍କୁ ସେଲିବ୍ରିଟି-ବେଟ୍ ବିଜ୍ଞାପନ ସ୍କାମରୁ ରକ୍ଷା କରିବା ପାଇଁ ମେଟା ଏହାର ମୁଖ ଚିହ୍ନିବା ଟେକ୍ନୋଲୋଜି (Facial Recognition Technology )କୁ ପୁଣି ଲାଗୁ କରିବାକୁ ଯାଉଛି । ତିନି ବର୍ଷ ପୂର୍ବେ ଗୋପନିୟତା ଏବଂ ନିୟାମକ ଚିନ୍ତାଧାରା ଉପରେ କମ୍ପାନୀ ଫେସବୁକରେ ମୁଖ ଚିହ୍ନିବା ସଫ୍ଟୱେର୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ଏବେ ଲୋକପ୍ରିୟ ବ୍ୟକ୍ତିବିଶେଷଙ୍କ ଫଟୋକୁ ବ୍ୟବହାର କରି ଠକେଇ କରାଯାଉଥିବା ଘଟଣା ବୃଦ୍ଧି ପାଇବା ପରେ ମେଟା ପୁଣି ଏହାକୁ ଲାଗୁ କରିବାକୁ ଯାଉଛି ।

ପ୍ରକାଶ ଥାଉକି ବର୍ତ୍ତମାନ ଠକେଇ କରୁଥିବା ଲୋକମାନଙ୍କୁ ଚିହ୍ନଟ କରିବା ଏବଂ ରୋକିବା ପାଇଁ ଏହା ଏକ ପରୀକ୍ଷଣ ରୂପେ ପୁନଃ ଲାଗୁ କରାଯାଉଛି । ଯେଉଁଠାରେ ଠକମାନେ ଲୋକମାନଙ୍କୁ ଠକିବା ପାଇଁ ସେଲିବ୍ରିଟିଙ୍କ ଫଟୋ ବ୍ୟବହାର କରନ୍ତି । ଏହାଦ୍ବାରା ସେମାନେ ସହଜରେ ଲୋକଙ୍କ ଭରସା ଜିତି ସେମାନଙ୍କୁ ନିଜ ଠକେଇ ଜାଲରେ ପକାନ୍ତି ।

Celeb-Bait Scam କଣ ?

ଏହି ଠକେଇ ସାଧାରଣତଃ ସେଲିବ୍-ବେଟ୍ ' ସ୍କାମ ଭାବରେ ଜଣାଶୁଣା । କଣ୍ଟେଣ୍ଟ କ୍ରିଏଟର କିମ୍ବା ସେଲିବ୍ରିଟିମାନଙ୍କ ଫଟୋକୁ ଦର୍ଶାଇ ଏକ ବୈଧ ବିଜ୍ଞାପନ ପରି ଦେଖାଯିବା ପାଇଁ ଡିଜାଇନ କରାଯାଇଛି | ଏହା ଲୋକଙ୍କୁ ସ୍କାମ ବିଜ୍ଞାପନ ଆଡକୁ ଆକୃଷ୍ଟ ହେବା ଲାଗି ପ୍ରଲୋଭିତ କରେ, ଯାହାକି ଲୋକଙ୍କୁ ସ୍କାମ ୱେବସାଇଟକୁ ନେଇଥାଏ । ଏହାପରେ ସେମାନଙ୍କୁ ବ୍ୟକ୍ତିଗତ ତଥ୍ୟ ଦେବା କିମ୍ବା ଟଙ୍କା ପଠାଇବାକୁ କୁହାଯାଏ ।

ଏହା ବି ପଢନ୍ତୁ

ସାବଧାନ ଛଦ୍ମବେଶୀ ଅପରାଧି, ଲୁଚିଲେବି ଧରା ପକାଇବ Face Recognition System

ହ୍ବାଟ୍ସଆପ ମେଟା AI ଆଣିଲା ନୂଆ ଫିଚର୍ସ; ଜାଣିଲେ କହିବେ Wow

ଏଇ ଭୁଲ ପାଇଁ ଶିକ୍ଷକ ହରାଇଲେ ଅଢେଇ କୋଟି... - Digital Arrest

ମୁଖ ଚିହ୍ନିବା ଟେକ୍ନୋଲୋଜିର ଉଦ୍ଦେଶ୍ୟ:-

ମୁଖ ଚିହ୍ନିବା ଟେକ୍ନୋଲୋଜି କେବଳ ଲୋକଙ୍କୁ ଏହିପରି ସ୍କାମରୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଛଦ୍ମନାମକୁ ଚିହ୍ନିବା ଏବଂ ଲୋକଙ୍କୁ ସେମାନଙ୍କ ନିଜ ଆକାଉଣ୍ଟକୁ ପୁନଃ ପ୍ରାପ୍ତ କରିବାରେ ସାହାଯ୍ୟ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ ।

କେମିତି ସୁରକ୍ଷା ଯୋଗାଇବ ଏହି ଟେକ୍ନୋଲୋଜି ?

ଯଦି ମେଟା ସନ୍ଦେହ କରେ ଯେ ଏକ ବିଜ୍ଞାପନ ଠକ ଅଟେ ତେବେ ସିଷ୍ଟମ ବିଜ୍ଞାପନରେ ଥିବା ଚେହେରାଗୁଡ଼ିକୁ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ସେଲିବ୍ରିଟିଙ୍କ ପ୍ରୋଫାଇଲ୍ ଫଟୋ ସହିତ ତୁଳନା କରିବ । ଜାଲିଆତି ବିଜ୍ଞାପନଗୁଡିକୁ ସଙ୍ଗେ ସଙ୍ଗେ ମେଟା ବ୍ଲକ୍‌ କରିବ ଓ ଏଡିଟେଡ ଫଟୋକୁ ମଧ୍ୟ ହଟାଇ ଦେବ । ଏହି ସୁରକ୍ଷା ବିଷୟରେ ଅଧିକ ଜନସାଧାରଣଙ୍କୁ ସୂଚନା ଦେବାକୁ ମେଟା ଯୋଜନା କରିଛି ।

ଭିଡିଓ ସେଲ୍ଫି ଟେଷ୍ଟିଂ:-

ୟୁଜରମାନଙ୍କୁ ସେମାନଙ୍କ ଆକାଉଣ୍ଟକୁ ଶୀଘ୍ର ଆକ୍ସେସ୍ ଦେବା ପାଇଁ ମେଟା ଭିଡିଓ ସେଲଫି ବ୍ୟବହାର ମଧ୍ୟ ପରୀକ୍ଷା କରୁଛି । ଉପଭୋକ୍ତାମାନଙ୍କ ପାଇଁ ଏକ ସୁରକ୍ଷିତ ଅଭିଜ୍ଞତା ସୃଷ୍ଟି କରିବାକୁ ଏହାର ପ୍ଲାଟଫର୍ମରୁ ଠକେଇ ବିଷୟବସ୍ତୁକୁ ତୁରନ୍ତ ହଟାଇବା ଏହାର ଉଦ୍ଦେଶ୍ୟ ବୋଲି କମ୍ପାନୀ କହିଛି ।

କେମିତି ହୁଏ ଠକେଇ ?

ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ "ସେଲିବ୍-ବେଟ୍" ବିଜ୍ଞାପନ ସ୍କାମ ପ୍ରସଙ୍ଗକୁ ଆଲୋକିତ କରି କମ୍ପାନୀ କହିଛି ଯେ ସ୍କାମରମାନେ ପ୍ରାୟତଃ ଲୋକପ୍ରିୟ ବ୍ୟକ୍ତିବିଶେଷଙ୍କ ଫଟୋ ବ୍ୟବହାର କରି ବିଜ୍ଞାପନକୁ ଖୋଲିବାକୁ ଲୋକଙ୍କୁ ଭ୍ରମାନ୍ତି । ଠକେଇ ପାଇଁ ଉଦ୍ଦିଷ୍ଟ ଲିଙ୍କରେ କ୍ଲିକ୍ କରିବାକୁ ଉପଭୋକ୍ତାମାନଙ୍କୁ କୁହାଯାଏ ଏବଂ ସେଲିବ୍ରିଟିଙ୍କ ବିଶ୍ବାସ ଯୋଗୁଁ କିଛି ଲୋକ ଏହି ଘୋଟାଲାରେ ପଡ଼ିଯାନ୍ତି ।

ABOUT THE AUTHOR

...view details