ହାଇଦ୍ରାବାଦ:ଲକ୍ସରୀ କାର ନିର୍ମାଣ କରୁଥିବା କମ୍ପାନୀ ମର୍ସିଡିଜ-ବେଞ୍ଜ ଭାରତୀୟ ବଜାରରେ ଧମାକା କରିବାକୁ ଯାଉଛି । କମ୍ପାନୀ ନିଜର ଇଲେକ୍ଟ୍ରିକ୍ ଭେହିକଲ ଲାଇନଅପ୍କୁ ବିସ୍ତାର କରି ଆଜି Mercedes Benz EQS ଲଞ୍ଚ କରିବାକୁ ଯାଉଛି । ଏହି କାରଟି ନୂଆ ଫିଚର୍ସ ସହିତ ବେଶ ଆରାମଦାୟକ ଅନୁଭବ ପ୍ରଦାନ କରିବ । ତେବେ ଏହାର ଦାମ କେତେ, ଫିଚର୍ସ ଓ ରେଞ୍ଜ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା ।
ନୂଆ Mercedes Benz EQSରେ କଣ ଖାସ ?
- କମ୍ପାନୀର ଇଲେକ୍ଟ୍ରିକ କାର ଲାଇନଅପରେ ଏହା 6ଷ୍ଠ କାର ହେବାକୁ ଯାଉଛି, ଯାହାକୁ ଭାରତରେ ଲଞ୍ଚ କରାଯିବ ।
- ଏଥିରେ 118kWh ଲିଥିୟମ-ଆୟନ ବ୍ୟାଟେରୀ ପ୍ୟାକ୍ ରହିଛି ।
- କାରର ଟପ ସ୍ପିଡ ଘଣ୍ଟା ପ୍ରତି 210 କିଲୋମିଟର ରହିଛି ।
- LED ହେଡଲ୍ୟାମ୍ପ
- ବ୍ୟାଟେରୀ କେପାସିଟି- 107.8 kWh
- ସର୍ବାଧିକ ଟର୍କ- 855Nm
କୋ-ଡ୍ରାଇଭର ଡିସପ୍ଲେ: କାର ଭିତରେ ଆପଣ MBUX ହାଇପରସ୍କ୍ରିନ୍ ନାମକ ଏକ ବଡ଼ ପ୍ୟାନେଲ୍ ପାଇବେ, ଯାହା ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର, ସେଣ୍ଟର୍ ଟଚ୍ ସ୍କ୍ରିନ୍ ଏବଂ କୋ-ଡ୍ରାଇଭର ଡିସପ୍ଲେ ସହିତ ସଂଯୁକ୍ତ ।