ଓଡିଶା

odisha

Maruti Suzuki କାରରେ ବମ୍ଫର ଡିସକାଉଣ୍ଟ; 50ହଜାର ପର୍ଯ୍ୟନ୍ତ ବଞ୍ଚିବ ଟଙ୍କା - 50 thousand discount on Cars

By ETV Bharat Tech Team

Published : Sep 12, 2024, 3:37 PM IST

Discounts on Maruti Suzuki cars: ପୂଜା ବଜାରକୁ ଆଖି ଆଗରେ ରଖି ଗ୍ରାହକଙ୍କ ଲାଗି ବଡ଼ ରିହାତି ଘୋଷଣା କରିଛି ମାରୁତି ସୁଜୁକି । କମ୍ପାନୀ କାର ଉପରେ 50ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳୁଛି । ତେବେ ଏହି ଅଫର କେବଳ ସେପ୍ଟେମ୍ବର 30 ତାରିଖ ଯାଏଁ ଉପଲବ୍ଧ । ଯଦି ଆପଣ ଭଲ ଦାମରେ କାର କିଣିବାକୁ ଚାହୁଁଛନ୍ତି ତେବେ ଏହି ଅଫରର ଫାଇଦା ଉଠାଇ ପାରିବେ । ଅଧିକ ପଢନ୍ତୁ

Discounts on Maruti Suzuki cars
Discounts on Maruti Suzuki cars (Maruti Suzuki)

ହାଇଦ୍ରାବାଦ:ମାରୁତି ସୁଜୁକିର ଆରେନା ଡିଲରମାନେ ସେପ୍ଟେମ୍ବରରେ ଗ୍ରାହକଙ୍କ ପାଇଁ ବଡ଼ ରିହାତି ଘୋଷଣା କରିଛନ୍ତି। ସ୍ବିଫ୍ଟ, ବ୍ରେଜା, ଅଲ୍ଟୋ K10, ଏସ୍-ପ୍ରେସୋ, ୱାଗନ୍-ଆର, ସେଲେରିଓ ଏବଂ ଡିଜାୟାର ସହିତ ମାରୁତିର ଅନେକ ଲୋକପ୍ରିୟ କାର ଉପରେ ବଡ଼ ରିହାତି ପ୍ରଦାନ କରିଛି । ଏହି ରିହାତି ମଧ୍ୟ କାର୍ ଷ୍ଟକ୍ ଉପଲବ୍ଧତା ଉପରେ ନିର୍ଭର କରେ । ସଠିକ୍ ରିହାତି ପାଇବାକୁ ଆପଣ ଆପଣଙ୍କର ନିକଟତମ ଡିଲରଙ୍କ ସହିତ ଯୋଗାଯୋଗ କରିପାରିବେ ।

ମାରୁତି ସୁଜୁକିର କେଉଁ କାର ଉପରେ କେତେ ଡିସକାଉଣ୍ଟ ?

Maruti Suzuki Wagon R (Maruti Suzuki)
  • Maruti Suzuki Wagon R:ମାରୁତି ସୁଜୁକିର ୱାଗନ୍-ଆର 2ଟି ଭିନ୍ନ ଇଞ୍ଜିନ୍ ବିକଳ୍ପ ସହିତ ଗ୍ରାହକଙ୍କ ପାଇଁ ଉପଲବ୍ଧ । ଉଭୟ 1.0 ଲିଟର ଏବଂ 1.2 ଲିଟର ଇଞ୍ଜିନ୍ ଏକ ସ୍ବୟଂଚାଳିତ ଗିଅରବକ୍ସ ସହିତ ଆସିଥାଏ । ଡିଲରମାନେ ଉଭୟ ଇଞ୍ଜିନ ମଡେଲ ଉପରେ 53,100 ଟଙ୍କା ରିହାତି ପ୍ରଦାନ କରୁଛନ୍ତି । ୱାଗନ୍-Rର CNG ମ୍ୟାନୁଆଲ୍ ଭାରିଏଣ୍ଟରେ 48,100 ଟଙ୍କା ପର୍ଯ୍ୟନ୍ତ ରିହାତି ଉପଲବ୍ଧ |
    Maruti Suzuki Swift (Maruti Suzuki)
  • Maruti Suzuki Swift:ଡିଲରମାନେ ନୂତନ ଜେନେରେସନ ଡିଲରମାନଙ୍କୁ 28,100 ଟଙ୍କା ରିହାତି ପ୍ରଦାନ କରୁଛନ୍ତି । ସ୍ବିଫ୍ଟର ମ୍ୟୁାନୁଆଲ ଭାରିଏଣ୍ଟରେ ରିହାତି ଉପଲବ୍ଧ ଥିବାବେଳେ ସ୍ବୟଂଚାଳିତ ଭାରିଏଣ୍ଟରେ 33,100 ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି । ପୁରୁଣା ଜେନେରେସେନର ସ୍ବିଫ୍ଟର ବିକ୍ରି ହୋଇନଥିବା ୟୁନିଟଗୁଡିକରେ ଡିଲରମାନେ ପେଟ୍ରୋଲ୍ ଭାରିଏଣ୍ଟ ପାଇଁ 28,100 ଟଙ୍କା ଏବଂ CNG ଭାରିଏଣ୍ଟ ପାଇଁ 18,100 ଟଙ୍କା ରିହାତି ପ୍ରଦାନ କରୁଛନ୍ତି ।
    Maruti Suzuki Dzire (Maruti Suzuki)
  • Maruti Suzuki Dzire:ମାରୁତି ସୁଜୁକି ଏରେନା ଡିଲରମାନେ Dzire ଉପରେ 30,000ଟଙ୍କା ରିହାତି ପ୍ରଦାନ କରୁଛନ୍ତି । ଏହାର ମ୍ୟାନୁଆଲ ଭାରିଏଣ୍ଟ ଉପରେ 25,000 ଟଙ୍କା ରିହାତି ରହିଛି । କିନ୍ତୁ Dzireର CNG ଭାରିଏଣ୍ଟ ଉପରେ କୌଣସି ରିହାତି ପ୍ରଦାନ କରାଯାଉନାହିଁ । ଅନ୍ୟପଟେ କମ୍ପାନୀ ଡିଜାୟାରର ନ୍ୟୁ ଜେନେରେସନ ଲଞ୍ଚ କରିବା ପାଇଁ ଯୋଜନା କରୁଛନ୍ତି ।
    Maruti Suzuki Brezza (Maruti Suzuki)
  • Maruti Suzuki Brezza:ମାରୁତି ବ୍ରେଜା ଉପରେ 15,000 ଟଙ୍କା ପର୍ଯ୍ୟନ୍ତ ଏକ ବୋନସ୍ ପ୍ରଦାନ କରୁଛି । ଏହି ଅଫର ସମସ୍ତ ଭାରିଏଣ୍ଟ ଲାଗି ଉପଲବ୍ଧ । ଚଳିତ ମାସରେ ଅନ୍ୟ କାର ତୁଳନାରେ ବ୍ରେଜା ସର୍ବନିମ୍ନ ରିହାତି ପାଇଛି । ବ୍ରେଜାର CNG ଭାରିଏଣ୍ଟରେ କୌଣସି ରିହାତି ପ୍ରଦାନ କରାଯାଏ ନାହିଁ ।
    Maruti Suzuki Alto K10 (Maruti Suzuki)
  • Maruti Suzuki Alto K10:ଡିଲରମାନେ ଆଲ୍ଟୋ K10ର ଅଟୋମେଟିକ ଭାରିଏଣ୍ଟ ଉପରେ 50,000 ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛନ୍ତି । ମ୍ୟାନୁଆଲ୍ ଭାରିଏଣ୍ଟ ବିଷୟରେ କହିବାକୁ ଗଲେ ଏହା ଉପରେ 45,100 ଟଙ୍କା ରିହାତି ରହିଛି । ଅଲ୍ଟୋ K10ର CNG ଭାରିଏଣ୍ଟକୁ 43,100 ଟଙ୍କା ରିହାତି ଦିଆଯାଉଛି । ଅଲ୍ଟୋ K10 ଏକ 1.0-ଲିଟର, 3-ସିଲିଣ୍ଡର, 67-hp ପେଟ୍ରୋଲ ଇଞ୍ଜିନ , 5-ସ୍ପିଡ୍ ମ୍ୟାନୁଆଲ ଗିଅରବାକ୍ସ ଭାରିଏଣ୍ଟ ସହିତ ସଂଯୁକ୍ତ ।
    Maruti Suzuki S-Presso (Maruti Suzuki)
  • Maruti Suzuki S-Presso:ଡିଲରମାନେ ମାରୁତିର ଛୋଟ କାର ଏସ-ପ୍ରେସୋ ଉପରେ ମଧ୍ୟ ବଡ଼ ରିହାତି ପ୍ରଦାନ କରୁଛନ୍ତି । S-Pressoରେ ଅଲ୍ଟୋ K10 ସହିତ ସମାନ 1.0 ଲିଟର ପେଟ୍ରୋଲ ଇଞ୍ଜିନ୍ ଅଛି । ଏହି ଇଞ୍ଜିନ୍ 5-ସ୍ପିଡ୍ MT ଏବଂ 5-ସ୍ପିଡ୍ AMT ଗିଅରବକ୍ସ ଅପସନ ସହିତ ଆସୁଛି । ଅଟୋମେଟିକ୍ ଭାରିଏଣ୍ଟ ବିଷୟରେ କହିବାକୁ ଗଲେ ଏଥିରେ 53,100 ଟଙ୍କା ଏବଂ ପେଟ୍ରୋଲ୍ ମ୍ୟାନୁଆଲ୍ ଏବଂ CNG ଭାରିଏଣ୍ଟରେ 48,100 ଟଙ୍କା ପର୍ଯ୍ୟନ୍ତ ରିହାତି ରହିଛି ।
    Maruti Suzuki Celerio (Maruti Suzuki)
  • Maruti Suzuki Celerio: ମାରୁତିର ପୋର୍ଟଫୋଲିଓରେ ଆଉ ଏକ ଦମଦାର କାର 1.0 ଲିଟର ପେଟ୍ରୋଲ୍ ଇଞ୍ଜିନ୍ । ଏହି କାରର ନାମ ହେଉଛି ସେଲେରିଓ । କାରର ବର୍ତ୍ତମାନର ଏକ୍ସ-ସୋରୁମ୍ ମୂଲ୍ୟ 4.99 ଲକ୍ଷରୁ 7.04 ଲକ୍ଷ ଟଙ୍କା ରହିଛି । ଚଳିତ ମାସରେ S-Preso ପରି ଯଦି ଆମେ ଅଟୋମେଟିକ ଭାରିଏଣ୍ଟ ବିଷୟରେ କହିବା ତେବେ ଏହାକୁ 53,100 ଟଙ୍କା ଏବଂ ଉଭୟ ପେଟ୍ରୋଲ୍ ମ୍ୟାନୁଆଲ୍ ଓ CNG ଭାରିଏଣ୍ଟରେ 48,100 ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଛି ।
    Maruti Suzuki Eeco (Maruti Suzuki)
  • Maruti Suzuki Eeco:ଚଳିତ ମାସ ମାରୁତି ସୁଜୁକିର Eeco କାର ଭାରିଏଣ୍ଟରେ ମଧ୍ୟ ଡିସକାଉଣ୍ଟ ପ୍ରଦାନ କରାଯାଉଛି । ଡିଲରମାନେ ଏହି କାର ଉପରେ 28,100 ଟଙ୍କା ରିହାତି ପ୍ରଦାନ କରୁଛନ୍ତି । ଏବେ ଏହି କାରର ଏକ୍ସ-ଶୋ'ରୁମ ମୂଲ୍ୟ 5.32 ଲକ୍ଷରୁ 6.58 ଲକ୍ଷ ଟଙ୍କା ମଧ୍ୟରେ ରହିଛି ।

ଏହା ବି ପଢନ୍ତୁ- ଟାଟା ମୋଟର ଆଣିଲା ଫେଷ୍ଟିଭ ଅଫର; କାର ଉପରେ 65 ହଜାର ଡିସକାଉଣ୍ଟ - Tata Motors Festival Cars Offers

ABOUT THE AUTHOR

...view details