ହାଇଦ୍ରାବାଦ:ମାରୁତି ସୁଜୁକି ଇଣ୍ଡିଆ ନିଜର ପ୍ରଥମ ଇଲେକଟ୍ରିକ୍ କାର ଇ-ଭିଟାରାକୁ ମାର୍ଚ୍ଚ 2025ରେ ଲଞ୍ଚ କରିପାରେ । କମ୍ପାନୀ ଏହାର ଡିଜାଇନ ଓ ଇଣ୍ଟିରିଅର ସହିତ ଜଡ଼ିତ ଅନେକ ତଥ୍ୟ ସେୟାର କରିସାରିଛି । ଏବେ ଲଞ୍ଚ ପୂର୍ବରୁ ଦ୍ବିତୀୟ ତଥ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ କଲର ଅପସନଠାରୁ ଆରମ୍ଭ କରି କାରର ସୁରକ୍ଷା ଫିଚର ସମ୍ପର୍କରେ ମଧ୍ୟ ଜଣାପଡ଼ିଛି । ମାରୁତି EV ସେଗମେଣ୍ଟରେ ନିଜର ପ୍ରତିଦ୍ବନ୍ଦ୍ବୀ Tata Curvv EV ଓ Mahindra BE 6କୁ ଧ୍ୟାନରେ ରଖି ଅନେକ କଲର ଅପସନ ଆଣିଛି ।
Maruti eVitara ସିଙ୍ଗଲ-ଟୋନ କଲର ଅପସନ (Image Credit- Maruti Suzuki) Maruti eVitara: କଲର ଅପସନ
ମାରୁତି ସୁଜୁକି ଇ-ଭିଟାରାକୁ 10ଟି ଏକ୍ସଟିରିଅର (କାରର ବାହାର ପାର୍ଶ୍ବ) ସହିତ ଅଣାଯାଇଛି । ଏଥିରେ 6 ମୋନୋ-ଟୋନ ଓ 4 ଡୁଆଲ -ଟୋନ କଲର ଅପସନ ସାମିଲ । 6 ସିଙ୍ଗଲ-ଟୋନ ବା ସମ୍ପୂର୍ଣ୍ଣ ଗୋଟିଏ ରଙ୍ଗର ଅପସନ ମଧ୍ୟରେ Nexa Blue, Splendid Silver, Arctic White, Opulent Red, Grandeur Grev ଓ Bluish Black ରଙ୍ଗ ସାମିଲ । ସେହିପରି ଡୁଆଲ-ଟୋନ କଲରରେ ବ୍ଲାକ୍ ରୁଫ, ଏ-ପିଲର ଓ ବି-ପିଲର ମିଳିବ । ଏହି କଲର ଅପସନ ମଧ୍ୟରେ Land Breeze Green, Splendid Silver ସହ Bluish Black, Opulent Red ସହ Bluish Black ରୁଫ୍, Arctic White ସହ Bluish Black ରୁଫ୍ ଅପସନ ମିଳିବ ।
Maruti eVitara ଡୁଆଲ-ଟୋନ କଲର ଅପସନ (Image Credit- Maruti Suzuki) Maruti eVitara: ଫିଚର
ମାରୁତି ଇ-ଭିଟାରାର ଫିଚର ସମ୍ପର୍କରେ କହିଲେ ଏଥିରେ LED ହେଡଲାଇଟ୍ସ, ଡେଟାଇମ ରନିଂ ଲ୍ୟାମ୍ପ ଓ ଟେଲ୍ ଲାଇଟ୍ସ, 18 ଇଞ୍ଚର ହ୍ବିଲ, ଗ୍ରୀଲରେ ଆକ୍ଟିଭ ଏୟାର ଭେଣ୍ଟ, ପେନାରୋମିକ୍ ସନରୁଫ, ମଲ୍ଟି-କଲର ଇଣ୍ଟିରିଅର ଆମ୍ବିଏଣ୍ଟ ଲାଇଟ୍, ୱେୟାରଲେସ୍ ଚାର୍ଜର, 10.25 ଇଞ୍ଚର ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, 10.1 ଇଞ୍ଚର ଇନଫୋଟେନମେଣ୍ଟ ଟଚସ୍କ୍ରିନ, ୱେୟାରଲେସ ଆପଲ୍ କାରପ୍ଲେ ଓ ଆଣ୍ଡ୍ରଏଡ ଅଟୋ, ଇନଫିନିଟି ଭାଏ ହରମନ ଅଡିଓ ସିଷ୍ଟମ, ଇନ-କାର କନେକ୍ଟିଭିଟି ଟେକ୍ନୋଲୋଜି, ସିଙ୍ଗଲ ଜୋନ ଅଟୋ କ୍ଲାଇମେଟ କଣ୍ଟ୍ରୋଲ, ପିଏମ 2.5 ଏୟାର ଫିଲ୍ଟର, ଭେଣ୍ଟିଲେଟେଡ ଫ୍ରଣ୍ଟ ସିଟ୍, 10 ପାୱାର ଆଡଜଷ୍ଟେବଲ ଡ୍ରାଇଭର ସିଟ୍, ରିକ୍ଲାଇନିଙ୍ଗ, ସ୍ଲାଇଡିଂ ଓ ସ୍ପିଲ୍ଟ (60:40) ରିଅର ସିଟ୍, ଡ୍ରାଇଭ ମୋଡ (ଇକୋ, ନର୍ମାଲ, ସ୍ପୋର୍ଟ), ସ୍ନୋ ମୋଡ୍, ୱାନ ପେଡାଲ୍ ଡ୍ରାଇଭିଂ ଆଦି ସାମିଲ ।
କଣ ମିଳିବ ସୁରକ୍ଷା ଫିଚର ?
ମାରୁତିର ଏହି ପ୍ରଥମ ଇଲେକଟ୍ରିକ କାରର ସୁରକ୍ଷା ଫିଚର ସମ୍ପର୍କରେ ଆଲୋଚନା କଲେ ଏଥିରେ ଲେଭଲ 2 ADAS ସୁଟ୍ ମିଳିବ । ଏହାସହ 7ଟି ଏୟାରବ୍ୟାଗ୍, ବ୍ଲାଇଣ୍ଡ ସ୍ପଟ୍ ମନିଟର, ଟାୟର ପ୍ରେସର ମନିଟର, 360-ଡିଗ୍ରୀ କ୍ୟାମେରା, ଫ୍ରଣ୍ଟ ଓ ରିଅର ପାର୍କିଂ ସେନ୍ସର, ରିଅର ଡିସ୍କ ବ୍ରେକ୍, ଅଟୋ ହୋଲ୍ଡ ଫଙ୍କସନ, ଇଲେକଟ୍ରୋନିକ୍ ପାର୍କିଂ ବ୍ରେକିଂ, ଏଗଜାଟ୍ ଭେଇକିଲ ଆଲାର୍ମ ସିଷ୍ଟମ (AVAS) ଆଦି ସାମିଲ ।
କେତେ ହୋଇପାରେ ଦାମ ?
ମାରୁତି ସୁଜୁକି ଏହାର ପ୍ରଥମ ଇଲେକଟ୍ରିକ୍ କାରର ଦାମ ସମ୍ପର୍କରେ ଖୁଲାସା କରିନାହିଁ । କିନ୍ତୁ ଆଶା କରାଯାଉଛି ଏହାର ଏକ୍ସ ଶୋ'ରୁମ ମୂଲ୍ୟ 20 ଲକ୍ଷରୁ 25 ଲକ୍ଷ ଟଙ୍କା ମଧ୍ୟରେ ରହିପାରେ । କିଛି ରିପୋର୍ଟ ଅନୁସାରେ ଏହାର ପ୍ରାରମ୍ଭିକ ଏକ୍ସ ଶୋ'ରୁମ ମୂଲ୍ୟ 20ଲକ୍ଷ ତଳେ ମଧ୍ୟ ରହିପାରେ । ତେବେ କମ୍ପାନୀ ଲଞ୍ଚ ସମୟରେ ଏହାର ଦାମର ଖୁଲାସା କରିପାରେ । ଯଦି ଆମେ ଏହି କାରର ପ୍ରତିଦ୍ବନ୍ଦ୍ବୀ Tata Curvv EV ଓ Mahindra BE 6ର ଦାମ କଥା କହିବା ଏହାର ମୂଲ୍ୟ ଯଥାକ୍ରମେ 17.49 ଲକ୍ଷ ଓ 18.90 ଲକ୍ଷ ଟଙ୍କା ରହିଛି ।