ଓଡିଶା

odisha

ETV Bharat / technology

ଦମଦାର ଲୁକ୍‌ ଓ ଫିଚର ସହ ଲଞ୍ଚ ହେଲା Mahindra Scorpio-Nର ବ୍ଲାକ୍‌ ଏଡିସନ୍‌ - MAHINDRA SCORPIO N CARBON EDITION

ମହିନ୍ଦ୍ରା ନିଜର ଲୋକପ୍ରିୟ ମଧ୍ୟମ ଆକାର SUV Scorpio-Nର ନୂଆ କାର୍ବନ ଏଡିସନ୍‌କୁ ଲଞ୍ଚ କରିଛି । ଏହାର ଦାମ କେତେ ଓ କଣ ସୁବିଧା ମିଳିବ ଜାଣନ୍ତୁ...

Mahindra Scorpio N Carbon Edition Launched In India
Mahindra Scorpio N Carbon Edition Launched In India (Image Credit: Mahindra & Mahindra)

By ETV Bharat Tech Team

Published : Feb 25, 2025, 5:22 PM IST

ହାଇଦ୍ରାବାଦ:ସ୍ବଦେଶୀ କାର ନିର୍ମାତା କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏହାର ଲୋକପ୍ରିୟ ମଧ୍ୟମ ଆକାର ସ୍କର୍ପିଓ-Nର ନୂଆ କାର୍ବନ ଏଡିସନ ଲଞ୍ଚ କରିଛି । ଏହି ନୂଆ କାର୍ବନ ଏଡିସନ୍‌ ପ୍ରିମିୟମ ଇଣ୍ଟିରିଅର ଓ ଦମଦାର ଫିଚର ସହିତ ଆସିଛି । ଏହି ଖାସ୍‌ ଏଡିସନ କମ୍ପାନୀର 2ଲକ୍ଷ ୟୁନିଟ୍‌ ବିକ୍ରିକୁ ସେଲିବ୍ରେଟ୍‌ କରିବା ଲାଗି ଲଞ୍ଚ କରାଯାଇଛି । ଯଦି ଆପଣ କୌଣସି ବିଳାସପୂର୍ଣ୍ଣ କାର ନେବାକୁ ଇଚ୍ଛୁକ ତେବେ ଏହା ଆପଣଙ୍କ ପାଇଁ ଏକ ବିକଳ୍ପ ହୋଇପାରେ । ଏହି କାର୍ବନ ଏଡିସନ୍‌ର ଦାମ, ଲୁକ୍‌ ଓ ବିଶେଷତା ସମ୍ପର୍କରେ ନିମ୍ନରେ ଜାଣନ୍ତୁ ।

Scorpio-N କାର୍ବନ୍‌ ଏଡିସନ‌୍‌: ଦାମ

ମହିନ୍ଦ୍ରା ସ୍କର୍ପିଓ-ଏନର ପେଟ୍ରୋଲ ଇଞ୍ଜିନ ଅପସନରେ Z8 MT ଭାରିଏଣ୍ର ଦାମ 19.19 ଲକ୍ଷ ଟଙ୍କା ଓ Z8L AT ଭାରିଏଣ୍ଟର ଦାମ 22.31 ଲକ୍ଷ ଟଙ୍କା ରହିଛି । ସେହିପରି ଡିଜେଲ ଇଞ୍ଜିନ ଅପସନରେ 2WD MT ଭାରିଏଣ୍ଟର ଦାମ 19.64 ଲକ୍ଷ ଟଙ୍କା ଥିବାବେଳେ Z8L 4WD AT ଭାରିଏଣ୍ଟର ଦାମ 24.89 ଲକ୍ଷ ଟଙ୍କା ରହିଛି । ସମସ୍ତ ଭାରିଏଣ୍ଟର ଦାମ ନିମ୍ନରେ ଦିଆଯାଇଥିବା ଟେବୁଲରେ ବିସ୍ତୃତ ଭାବରେ ଜାଣନ୍ତୁ:

ଭାରିଏଣ୍ଟପାୱାରଟ୍ରେନ୍ଟ୍ରାନ୍ସମିସନ୍ଇନ୍ଧନ ପ୍ରକାରମୂଲ୍ୟ (ଏକ୍ସ-ଶୋରୁମ୍)
Z8 2WD ମାନୁଆଲ୍ ପେଟ୍ରୋଲ୍ 19,19,400 ଟଙ୍କା
ମାନୁଆଲ୍ ଡିଜେଲ୍ 19,64,700 ଟଙ୍କା
ଅଟୋମେଟିକ୍ ପେଟ୍ରୋଲ୍ 20,69,999 ଟଙ୍କା
ଅଟୋମେଟିକ୍ ଡିଜେଲ୍ 21,18,000 ଟଙ୍କା
4WD ମାନୁଆଲ୍ ଡିଜେଲ୍ 21,71,700 ଟଙ୍କା
ଅଟୋମେଟିକ୍ ଡିଜେଲ୍ 23,44,099 ଟଙ୍କା

Z8 L

2WD ମାନୁଆଲ୍ ପେଟ୍ରୋଲ୍ 20,89,500 ଟଙ୍କା
ମାନୁଆଲ୍ ଡିଜେଲ୍ 21,29,900 ଟଙ୍କା
ଅଟୋମେଟିକ୍ ପେଟ୍ରୋଲ୍ 22,31,199 ଟଙ୍କା
ଅଟୋମେଟିକ୍ ଡିଜେଲ୍ 22,76,100 ଟଙ୍କା
4WD ମାନୁଆଲ୍ ଡିଜେଲ୍ 23,33,100 ଟଙ୍କା
ଅଟୋମେଟିକ୍ ଡିଜେଲ୍ 24,89,099 ଟଙ୍କା

ବ୍ଲାକ୍‌ ଥିମ୍‌ରେ ଦମଦାର ଲୁକ୍‌

ମହିନ୍ଦ୍ରା Scorpio-Nର କାର୍ବନ ଏଡିସନ କେବଳ Z8 ଓ ZBLର 7-ସିଟର୍‌ ଭାରିଏଣ୍ଟ ସହିତ ଉପଲବ୍ଧ । ଏଥିରେ ଏକ ମେଟାଲିକ୍‌ ବ୍ଲାକ୍‌ ଥିମ୍‌ ଦିଆଯାଇଛି, ଯାହାକି ଏହାକୁ ବେଶ ଆକର୍ଷଣୀୟ ଓ ପାୱାରଫୁଲ୍‌ ଲୁକ୍‌ ପ୍ରଦାନ କରିଥାଏ । ଏହି ଏଡିସନ୍‌ରେ ବ୍ଲାକଡ୍‌-ଆଉଟ୍‌ ଆଲଏ ହ୍ବିଲ୍‌, ସ୍ମୋକଡ୍‌ କ୍ରୋମ ଏକ୍ସଟେନ୍ସନ୍‌, ଡାର୍କ ରୁଫ୍‌ ରେଲ୍ସ ଓ କଣ୍ଟ୍ରାଷ୍ଟ ଷ୍ଟିଚିଂ ସହିତ ଲେଦର୍‌ ଫିନିଶ୍‌ ଇଣ୍ଟିରିଅର ସାମିଲ ଯାହାକି ଏହାକୁ ଏକ ପ୍ରିମିୟମ ଓ ଷ୍ଟାଇଲିସ୍‌ ଲୁକ୍‌ ପ୍ରଦାନ କରେ ।

ପାୱାରଫୁଲ୍‌ ଇଞ୍ଜିନ ଓ ଦମଦାର କାର୍ଯ୍ୟଦକ୍ଷତା

ଏହି କାର ଦୁଇଟି ପାୱାରଫୁଲ୍‌ ଇଞ୍ଜିନ ଅପସନ ସହିତ ଉପଲବ୍ଧ- 2.0L ଟର୍ବୋ-ପେଟ୍ରୋଲ ଇଞ୍ଜିନ ଓ 2.2L ଡିଜେଲ ଇଞ୍ଜିନ । 2.0L ଟର୍ବୋ-ପେଟ୍ରୋଲ ଇଞ୍ଜିନ ମାନୁଆଲ୍‌ ଟ୍ରାନ୍ସମିଶନ ସହିତ 200bhp ଓ 370nm ଟର୍କ ଉତ୍ପନ୍ନ କରୁଥିବାବେଳେ ଅଟୋମେଟିକ୍‌ ଗିଅରବକ୍ସ ଲାଗି 200bhp ଶକ୍ତି ଓ 3380nm ଟର୍କ ଉତ୍ପନ୍ନ କରିଥାଏ । ସେହିପରି 2.2 ଲିଟର ଡିଜେଲ ଇଞ୍ଜିନ 172bhp ଓ 370nm ଟର୍କ ଜେନେରେଟ୍‌ କରୁଥିବାବେଳେ ସେପଟେ ଅଟୋମେଟିକ୍‌ ଗିଅରବକ୍ସ ସହିତ 400nm ଟର୍କ ଜେନେରେଟ‌୍‌ କରିଥାଏ ।

Mahindra Scorpio N Carbon Edition (Image Credit: Mahindra & Mahindra)

ଫିଚର କଣ ରହିଛି ?

ଏହା 8-ଇଞ୍ଚ ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ, 7-ଇଞ୍ଚ ଡିଜିଟାଲ ଡ୍ରାଇଭର ଡିସପ୍ଲେ, 12 Sony ସ୍ପିକର ଅଡିଓ ସିଷ୍ଟମ, ୱେୟାରଲେସ୍‌ ଫୋନ ଚାର୍ଜର, ଭେଣ୍ଟିଲେଟେଡ୍‌ ଫ୍ରଣ୍ଟ ସିଟ୍‌, 6-ୱେ ବିଦ୍ୟୁତ ନିୟନ୍ତ୍ରିତ ଡ୍ରାଇଭର ସିଟ୍‌, ଅଟୋମେଟିକ୍‌ କ୍ଲାଇମେଟ୍‌ କଣ୍ଟ୍ରୋଲ, ସିଙ୍ଗଲ-ପେନ୍‌ ସନରୁଫ୍‌ ରହିଛି । ସେହିପରି ସୁରକ୍ଷା ଫିଚର ଭାବେ ଏଥିରେ 6ଟି ଏୟାରବ୍ୟାଗ୍‌, ଇଲେକ୍ଟ୍ରୋନିକ୍‌ ଷ୍ଟାବିଲିଟି କଣ୍ଟ୍ରୋଲ (ESC), ହିଲ୍‌ କଣ୍ଟ୍ରୋଲ, ଫ୍ରଣ୍ଟ ଓ ରିଅର ପାର୍କିଂ ସେନ୍ସର, ରିଭର୍ସ ପାର୍କିଂ କ୍ୟାମେରା, ଡ୍ରାଇଭର ଅସୁସ୍ଥ ହେଲେ ଏହାକୁ ଚିହ୍ନଟ, ଶିଶୁଙ୍କ ଲାଗି ସ୍ବତନ୍ତ୍ର ସିଟ୍‌, ଟାୟାର ପ୍ରେସର ମନିଟରିଂ ସିଷ୍ଟମ, ହ୍ବିଲରେ ଡିସ୍କ ବ୍ରେକ୍‌ ଆଦି ସାମିଲ ।

ଏହା ବି ପଢନ୍ତୁ
  1. ବ୍ଲାକ ଥିମରେ ବଜାର ପ୍ରବେଶ କଲା ମହିନ୍ଦ୍ରା ସ୍କର୍ପିଓ କ୍ଲାସିକ ବସ୍‌ ଏଡିସନ
  2. ଭାରତରେ Tata Safariର 27ବର୍ଷ ପୂର୍ତ୍ତି; ଲଞ୍ଚ କଲା ଲିମିଟେଡ୍‌ ସ୍ପେଶାଲ ଏଡିସନ କାର

ABOUT THE AUTHOR

...view details