ହାଇଦ୍ରାବାଦ:କାର ନିର୍ମାତା କମ୍ପାନୀ ଜିପ ଇଣ୍ଡିଆ ଗତ କିଛି ଦିନ ତଳେ ଅପଡେଟେଡ ଜିପ ମେରିଡିଆନ ଏସୟୁଭି ଲଞ୍ଚ କରିଛି । କମ୍ପାନୀ ଏଥିରେ 5-ସିଟର ଭାରିଏଣ୍ଟ ସାମିଲ କରିଛି । ଏହାସହିତ ଏକ ନୂଆ ଫିଚର ମଧ୍ୟ ଯୋଡ଼ିଛି । ଏହି କାରକୁ କମ୍ପାନୀ 4ଟି ଟ୍ରିମ ଲେଭଲ (ଭିନ୍ନ ପ୍ରକାରର ମଡେଲ) Longitude, Longitude Plus, Limited (O) ଓ Overland ସହିତ ଲଞ୍ଚ କରିଛି ।
ନୂଆ ଅପଡେଟେଡ ଜିପ ମେରିଡିଆନ ଏସୟୁଭିର ପ୍ରାରମ୍ଭିକ ମୂଲ୍ୟ 24.99 ଲକ୍ଷ ଟଙ୍କା ରହିଥିବା ବେଳେ ଏହାର ଟପ୍ ସ୍ପେକ ଭାରିଏଣ୍ଟର ମୂଲ୍ୟ 38.49 ଲକ୍ଷ (ଏକ୍ସ-ଶୋରୁମ) ରହିଛି । ନିମ୍ନରେ ଆମେ ଏହି କାରର ଫିଚର ଓ ଦାମ ସମ୍ପର୍କରେ ଆପଣଙ୍କୁ ବିସ୍ତୃତ ଭାବରେ ସୂଚନା ଦେବୁ । କେଉଁ ଭାରିଏଣ୍ଟରେ ଆପଣଙ୍କୁ କେଉଁ ଫିଚର ଓ କଣ ସୁବିଧା ମିଳିବ ସେ ସମ୍ପର୍କରେ ଜାଣନ୍ତୁ ।
ଏହା ବି ପଢନ୍ତୁ |
2025 Jeep Meridian Longitude
ଦାମ:24.99 ଲକ୍ଷରୁ 28.49ଲକ୍ଷ ଟଙ୍କା
- 5-ସିଟ୍ କନଫିଗରେସନ ସହିତ ଆସିଥୁବା ଏକମାତ୍ର ଭାରିଏଣ୍ଟ
- 670 ଲିଟରର ବୁଟ ସ୍ପେଶ
- ଇଣ୍ଟିଗ୍ରେଟେଡ୍ DRL ସହିତ ଏଲଇଡି ପ୍ରୋଜେକ୍ଟର ହେଡଲ୍ୟାମ୍ପ
- ଅଟୋମେଟିକ ହେଡଲ୍ୟାମ୍ପ
- ରିଅର ଫଗ୍ ଲ୍ୟାମ୍ପ
- ଏଲଇଡି ଟେଲ୍ ଲ୍ୟାମ୍ପ
- 18-ଇଞ୍ଚ ଡାଏମଣ୍ଡ ଆଲଏ
- ବଡ଼ି ରଙ୍ଗର ଡୋର ହ୍ୟାଣ୍ଡେଲ
- ଉଚ୍ଚତା ନିୟନ୍ତ୍ରିତ ଡ୍ରାଇଭର ସିଟ୍ (ମାନୁଆଲ୍)
- 7.0-ଇଞ୍ଚ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର
- 10.1-ଇଞ୍ଚ୍ ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ
- ୱେୟାରଲେସ ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ୍ କାର୍ ପ୍ଲେ
- USB ଚାର୍ଜିଂ ପୋର୍ଟ
- 6-ସ୍ପିକର ଅଡିଓ ସିଷ୍ଟମ
- ଡୁଆଲ୍-ଜୋନ୍ ସ୍ବୟଂଚାଳିତ କ୍ଲାଇମେଟ କଣ୍ଟ୍ରୋଲ
- ବର୍ଷା-ସେନ୍ସିଙ୍ଗ୍ ଆଗ ୱାଇପର୍
- ଇଞ୍ଜିନ୍ ଷ୍ଟପ୍-ଷ୍ଟାର୍ଟ
- ଇଲେକ୍ଟ୍ରୋନିକ୍ ପାର୍କିଂ ବ୍ରେକ୍ (EPB)
- ଇଲେକ୍ଟ୍ରୋନିକ୍ ସ୍ଥିରତା ନିୟନ୍ତ୍ରଣ (ESC)
- ରିଭର୍ସ ପାର୍କିଂ କ୍ୟାମେରା
- ଟାୟାର ପ୍ରେସର ମନିଟରିଂ ସିଷ୍ଟମ TPMS
- 6ଟି ଏୟାରବ୍ୟାଗ
2025 Jeep Meridian Longitude Plus
ଦାମ: 27.50ଲକ୍ଷରୁ 30.49ଟଙ୍କା